୭୦୦କୋଟିର କାର୍ଯ୍ୟ ଯୋଜନା ଅନୁମୋଦିତ

ଭୁବନେଶ୍ୱର,୨୫-୯(ବ୍ୟୁରୋ)ରାଜ୍ୟରେ ଚିହ୍ନଟ କରାଯାଇଥିବା ୯ଟି ରୁର୍ବାନ ଅଞ୍ଚଳ ପାଇଁ ସରକାର ୭୦୦ କୋଟି ଟଙ୍କାର କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟି ବୈଠକରେ ଏହି ଅନୁମୋଦନ ମିଳିଛି। ଲୋକସେବା ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନ ନେଇ ତଥ୍ୟ ଉପସ୍ଥାପିତ କରିଛନ୍ତି। ଏଗୁଡିକୁ ଅନୁମୋଦନ ଦେବା ସହିତ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକର ଫଳାଫଳ ନେଇ ସମୀକ୍ଷା କରିବାକୁ ତୃତୀୟ ପକ୍ଷକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ବିଡିଓ ଏବଂ ଅନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିୟମିତ ବ୍ୟବଧାନରେ ପ୍ରେରଣା ଦେବା ଲାଗି ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରିବା ପାଇଁ ବିଧିବଦ୍ଧ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ନୂତନ ୮ ଅଞ୍ଚଳକୁ ରୁର୍ବାନ ମିଶନରେ ସାମିଲ କରିବା ଲାଗି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ସୁପାରିସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ମାଲକାନଗିରି ଜିଲାର କାଲିମେଳା, ନୂଆପଡାର କୋମନା, କେନ୍ଦୁଝର ସଦର, ଗଜପତିର ମୋହନା, ପୁରୀ ସଦର, ଯାଜପୁର ଜିଲାର ଦାନଗଦି, ସୁବର୍ଣ୍ଣପୁରର ଉଲୁଣ୍ଡା ଏବଂ ସମ୍ବଲପୁରର ଢାକୁଆଡ ଆଦି ଅଞ୍ଚଳ ଏହାର ଅନ୍ତର୍ଭୁକ୍ତ କରାଯିବ। ବୈଠକରେ ଗଞ୍ଜାମ ଜିଲାର ଦହିତା ଓ କେଶପୁର, ବଲାଙ୍ଗୀର ଜିଲାର ସିବତଳା, କନ୍ଧମାଳର କୋଠଗଡ, ନବରଙ୍ଗପୁରର ମୁର୍‌ତାମା, ବାଲେଶ୍ୱର ଜିଲାର ରାଇବଣିଆ, ସୁନ୍ଦରଗଡର କାଉରମୁଣ୍ଡା, କୋରାପୁଟର ମରିଚମାଳ ଏବଂ ରାୟଗଡା ଜିଲାର ପୁଟ୍ଟା ସିଂ ଅ଼ଞ୍ଚଳ ପାଇଁ ସମୁଦାୟ ୭୦୦କୋଟି ଟଙ୍କାର କାର୍ଯ୍ୟଯୋଜନା ଅନୁମୋଦିତ ହୋଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ମିଶନର ପ୍ରଥମ ପର୍ଯ୍ୟାୟରେ ୫ଟି ଅଞ୍ଚଳରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି। କଟକ ଜିଲାର ତଳବସନ୍ତ, ଖୋର୍ଦ୍ଧାର ରାଣୀପଡା, ଝାରସୁଗୁଡ଼ାର ସାମସିଂହ, କଳାହାଣ୍ଡିର ଉତ୍‌କେଳା ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡା ରୁର୍ବାନ ଅଞ୍ଚଳ। ୨୦୧୬-୧୭ ମସିହାଠାରୁ ଏହି ୫ ଅଞ୍ଚଳରେ ୪୦୦କୋଟି ଟଙ୍କା ଆକଳନରେ ୫ ବର୍ଷିଆ ଯୋଜନା କାର୍ଯ୍ୟାନ୍ବୟନ କରାଯାଉଛି। ତୃତୀୟ ପକ୍ଷଙ୍କ ଦ୍ୱାରା ଏହି ପ୍ରକଳ୍ପର ମଧ୍ୟବର୍ତ୍ତିକାଳୀନ ଫଳାଫଳ ଆକଳନ ପାଇଁ ଅସୀତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri