୭୦୦କୋଟିର କାର୍ଯ୍ୟ ଯୋଜନା ଅନୁମୋଦିତ

ଭୁବନେଶ୍ୱର,୨୫-୯(ବ୍ୟୁରୋ)ରାଜ୍ୟରେ ଚିହ୍ନଟ କରାଯାଇଥିବା ୯ଟି ରୁର୍ବାନ ଅଞ୍ଚଳ ପାଇଁ ସରକାର ୭୦୦ କୋଟି ଟଙ୍କାର କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟି ବୈଠକରେ ଏହି ଅନୁମୋଦନ ମିଳିଛି। ଲୋକସେବା ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନ ନେଇ ତଥ୍ୟ ଉପସ୍ଥାପିତ କରିଛନ୍ତି। ଏଗୁଡିକୁ ଅନୁମୋଦନ ଦେବା ସହିତ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକର ଫଳାଫଳ ନେଇ ସମୀକ୍ଷା କରିବାକୁ ତୃତୀୟ ପକ୍ଷକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ବିଡିଓ ଏବଂ ଅନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିୟମିତ ବ୍ୟବଧାନରେ ପ୍ରେରଣା ଦେବା ଲାଗି ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରିବା ପାଇଁ ବିଧିବଦ୍ଧ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ନୂତନ ୮ ଅଞ୍ଚଳକୁ ରୁର୍ବାନ ମିଶନରେ ସାମିଲ କରିବା ଲାଗି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ସୁପାରିସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ମାଲକାନଗିରି ଜିଲାର କାଲିମେଳା, ନୂଆପଡାର କୋମନା, କେନ୍ଦୁଝର ସଦର, ଗଜପତିର ମୋହନା, ପୁରୀ ସଦର, ଯାଜପୁର ଜିଲାର ଦାନଗଦି, ସୁବର୍ଣ୍ଣପୁରର ଉଲୁଣ୍ଡା ଏବଂ ସମ୍ବଲପୁରର ଢାକୁଆଡ ଆଦି ଅଞ୍ଚଳ ଏହାର ଅନ୍ତର୍ଭୁକ୍ତ କରାଯିବ। ବୈଠକରେ ଗଞ୍ଜାମ ଜିଲାର ଦହିତା ଓ କେଶପୁର, ବଲାଙ୍ଗୀର ଜିଲାର ସିବତଳା, କନ୍ଧମାଳର କୋଠଗଡ, ନବରଙ୍ଗପୁରର ମୁର୍‌ତାମା, ବାଲେଶ୍ୱର ଜିଲାର ରାଇବଣିଆ, ସୁନ୍ଦରଗଡର କାଉରମୁଣ୍ଡା, କୋରାପୁଟର ମରିଚମାଳ ଏବଂ ରାୟଗଡା ଜିଲାର ପୁଟ୍ଟା ସିଂ ଅ଼ଞ୍ଚଳ ପାଇଁ ସମୁଦାୟ ୭୦୦କୋଟି ଟଙ୍କାର କାର୍ଯ୍ୟଯୋଜନା ଅନୁମୋଦିତ ହୋଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ମିଶନର ପ୍ରଥମ ପର୍ଯ୍ୟାୟରେ ୫ଟି ଅଞ୍ଚଳରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି। କଟକ ଜିଲାର ତଳବସନ୍ତ, ଖୋର୍ଦ୍ଧାର ରାଣୀପଡା, ଝାରସୁଗୁଡ଼ାର ସାମସିଂହ, କଳାହାଣ୍ଡିର ଉତ୍‌କେଳା ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡା ରୁର୍ବାନ ଅଞ୍ଚଳ। ୨୦୧୬-୧୭ ମସିହାଠାରୁ ଏହି ୫ ଅଞ୍ଚଳରେ ୪୦୦କୋଟି ଟଙ୍କା ଆକଳନରେ ୫ ବର୍ଷିଆ ଯୋଜନା କାର୍ଯ୍ୟାନ୍ବୟନ କରାଯାଉଛି। ତୃତୀୟ ପକ୍ଷଙ୍କ ଦ୍ୱାରା ଏହି ପ୍ରକଳ୍ପର ମଧ୍ୟବର୍ତ୍ତିକାଳୀନ ଫଳାଫଳ ଆକଳନ ପାଇଁ ଅସୀତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?