୬ ମାସିଆ ଛୁଆର ପିଠିରେ ବଢ଼ୁଛେ ଆବୁ: ଚିନ୍‌ତାରେ ଅସାହା ମା’ବାପ୍‌

ଭବାନୀପାଟଣା, ୨୪ା୬ (ଡିଏନଏ) :
ଛ’ ମାସିଆ ଛୁଆ, ଦୁନିଆଁ କାଣା ନୁହେ ଜାନେ। ଏନ୍‌ତାଥି ତାର ପିଠିଥି ବଢ଼ି ଚାଲିଥିବାର ଗୁଟେ ଆବୁ ତାହାକେ ଅଥାଥାଲି କରିଦେଉଛେ। ଇଆଡ଼େ ଅଭାବ ଅନାଟନ ଲାଗି ମା’ବାପ୍‌ ଉପେ ଶୂଇନ୍‌। ନିଜର ପୁଓର ଗୁଲଗୁଲା ଦେଖି ଅସାହା ମା’ବାପ୍‌ ହରମେଶା ଲହ ଗଡ଼ଉଛନ୍‌। କେନ୍‌ଥେଇ ପୁଓର ଚିକିତ୍ସା ହେବା, କେନ୍‌ନୁ ଟଁକା ଆଏବା, କିଏ ଟଁକା ଦେବା ଏନ୍‌ତା ନାନା ଚିନ୍‌ତାରେ ସବୁବେଲେ ଘାରି ହେଉଛନ୍‌। ଇ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଥୁଆମୂଳ-ରାମପୁର ବ୍ଲକ ଅଧୀନ ବିରିକୋଟ ଗାଁରେ।
ସୂଚନା ଅନ୍‌ସାରେ ଗଲା ଡିସେମ୍ବରରେ ବିରିକୋଟ ଗାଁର ବାପା ରାଜେନ୍ଦ୍ର ନାଏକ ଆର ମା’ଲଳିତାକଁର କୁଲକେ ଆସିଥିଲେ ଶୁଭ୍ରଜିତ। ପୁଓଟେ ପାଇ ପରିବାରରେ ଖୁସିର ଲହର ଖେଲିଯାଇଥିଲା। ହେଲେ ଦିନାକେତେ ଉତାରୁ ଶୁଭ୍ରଜିତର ପିଠିଥି ଗୁଟେ ଆବୁ ବାହାରିଥିଲା। ମା’ବାପ୍‌ ପୁଓର ଚିକିତ୍ସା ଲାଗି ଜିଲା ମୁଖିଆ ଡାକ୍‌ତରଖାନା, ବୁର୍ଲା ବଡ଼ ଡାକ୍‌ତରଖାନା ଆର ସେଠାନୁ କଟକ ଶିଶୁଭବନକେ ନେଇଥିଲେ। କଟକ ଶିଶୁ ଭବନରେ ପରୀକ୍ଷା ନିରୀକ୍ଷା କଲା ଉତାରୁ ଡାକ୍‌ତର କାଣା କରାଯିବା ନିଷ୍‌ପତି ନେସନ୍‌। ସେନ୍‌ତା ଇଠାନେ ଚିକିତ୍ସା ଲାଗି ପରିବାରକେ ଯୁଗେଇ ଦିଆଯାଇଥିବାର ସ୍ବାସ୍ଥ୍ୟ ବୀମା କାର୍ଡ ବି କାମେ ଲାଗ୍‌ସି। ଯାହାର ପାସେ ରାଏଜ୍‌ ସରକାରକଁର ସ୍ବାସ୍ଥ୍ୟ ବୀମା କାର୍ଡ ଥିବା ସେ ମାହାଲିଆ ଚିକିତ୍ସା ସୁବିଧା ପାଇପାରବେ। ନାଇଁହେଲେ ନିଜର ମୁନାଥୁ ଟଁକା ଖରଚ୍‌ କରବାକେ ପଡ଼ବା। ହେଲେ ଯେନ୍‌ ସମିଆରେ କଳାହାଣ୍ଡିରେ ସ୍ବାସ୍ଥ୍ୟ ବୀମା କାର୍ଡ ତିଆର କରାଗଲା ସେତେବେଲେ ରାଜେନ୍ଦ୍ର ବିହାଚୁରା ନାଇଁ ହେଇଥାଇ। ସେଥିରଲାଗି ତାକର ପରିବାରର ବୀମା କାର୍ଡ ନାଇଁ ହେଇପାରି। ଏନ୍‌ତାଥି ଡାକ୍‌ତର ରାଜେନ୍ଦ୍ରକୁଁ ପୁଓର ଚିକିତ୍ସା ଲାଗି ଅତି କମ୍‌ରେ ୨ଲାଖ୍‌ ଟଁକା ଖରଚ୍‌ ହେବା ବଲି କହିଥିଲେ। ହେଲେ ଗରିବ୍‌ ମା’ବାପ୍‌ ଏତେ ଟଁକା ଠୁଲାବେ କେନ୍‌ନୁ ଭାବି ତାକର ମୁଡେ ଚଡ଼କ୍‌ ପଡ଼ଲା। ଶେଷେ ମୁହୁଁକାନ୍‌ ଶୁଖେଇ ମା’ବାପ୍‌ ପୁଓକେ ଧରି ଘରକେ ଫିରିଆଏଲେ। ହେଲେ ଇଠାନେ କଥା ଉଠୁଛେ, ଯଦି କନ୍ଧମାଳର ଯୁଡ଼ା ମୁଡ଼ ଛୁଆ ଜଗା ବଳିଆକୁଁ ରାଏଜ୍‌ ସରକାର ଚିକିତ୍ସା ଲାଗି ଟଁକା ଦେଇପାରଲେ, ଇ ଗରିବ୍‌ ଦମ୍ପତିକଁର ଛୁଆର ଲାଗି କାହିଁଯେ ନାଇଁ ବଲି ସାଧାରନରେ ପ୍ରଶ୍ନ ଉଠିଛେ। ଇ ଦିଗେ ରାଏଜ୍‌ ସରକାର, ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଜନସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri