୬ ବର୍ଷର ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ବାରଙ୍ଗ,୨୬ା୧୨(ଡି.ଏନ୍‌.ଏ.):ବଡ଼ଦିନ ଅବସରରେ ନନ୍ଦନକାନନକୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା, ଯାହା ୬ ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ବଡ଼ଦିନ ପଡ଼ିଥିବାରୁ ସକାଳୁ ସକାଳୁ ନନ୍ଦନକାନନରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପର୍ଯ୍ୟଟକ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହ ବ୍ୟାଟେରିଚାଳିତ ଗାଡ଼ି, ଶିଶୁ ରେଳଗାଡ଼ି, ସଫାରି, ମାଛଘର, ମ୍ୟୁଜିୟମ୍‌କୁ ଦେଖିବା ପାଇଁ ଲମ୍ବାଧାଡ଼ି ଲଗାଇଥିଲେ। ପୂର୍ବରୁ ନନ୍ଦନକାନନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ଓ ନନ୍ଦନକାନନ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହ ନନ୍ଦନକାନନ ଥାନା ପୋଲିସ ଭିଡ଼ ନିୟନ୍ତ୍ରଣ କାର୍ଯ୍ୟରେ ଲାଗିଥିଲେ। ପ୍ରବେଶ ପଥରେ ଅଧିକ ୨ଟି ଗେଟ୍‌ ଖୋଲାଯାଇଥିଲା। ଚଳିତବର୍ଷ ବଡ଼ଦିନରେ ନନ୍ଦନକାନନକୁ ୪୬ ହଜାର ୧୪୮ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅଫ୍‌ଲାଇନରେ ୪୨,୫୭୧ ଜଣ ଓ ଅନ୍‌ଲାଇନରେ ୩,୫୭୭ ପର୍ଯ୍ୟଟକ ଟିକେଟ କରିଥିବା ଜଣାପଡ଼ିଛି। ଗତବର୍ଷଠାରୁ ଏ ବର୍ଷ ୨୬ ହଜାର ୧୩୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ। ସେହିଭଳି ବଟାନିକାଲ ଗାର୍ଡେନକୁ ଚଳିତବର୍ଷ ବଡ଼ଦିନରେ ୫ହଜାର ୩୫୮ ଜଣ ପର୍ଯ୍ୟଟକ ଆସିଥିବାବେଳେ ଗତବର୍ଷ ବଡ଼ଦିନଠାରୁ ୪ହଜାର ୩୦୯ରୁ ଊର୍ଦ୍ଧ୍ୱ ଆସିଥିଲେ। ତେବେ ୨୦୧୬ ବଡ଼ଦିନରେ ୪୦ହଜାର ୭୮ ଜଣ, ୨୦୧୭ରେ ୨୩ ହଜାର ୬୨୮, ୨୦୧୮ରେ ୩୪ ହଜାର ୯୧୪, ୨୦୧୯ରେ ୨୯ ହଜାର ୭୦୧, ୨୦୨୦ରେ ୬ ହଜାର ୭୬୯ ଏବଂ ୨୦୨୧ରେ ୨୦ ହଜାର ୧୩ ପର୍ଯ୍ୟଟକ ନନ୍ଦନକାନନକୁ ଆସିଥିଲେ। ବଡ଼ଦିନରେ ଶିଶୁ ରେଳଗାଡ଼ିରେ ୮୧୧ ଜଣ ପର୍ଯ୍ୟଟକ ବୁଲିଥିବା ଉପନିର୍ଦ୍ଦେଶକ ସଞ୍ଜିତ୍‌ କୁମାର କହିଛନ୍ତି। ତେବେ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ନନ୍ଦନକାନନରେ ପକେଟ୍‌ମାରଙ୍କ ଦୌରାତ୍ମ୍ୟ କମ୍‌ ନ ଥିଲା। ପର୍ଯ୍ୟଟକଙ୍କ ଗହଳିର ସୁଯୋଗ ନେଇ ଅନେକଙ୍କ ମୋବାଇଲ ସହିତ ମହିଳାଙ୍କ ଭ୍ୟାନିଟିରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ବହୁ ପର୍ଯ୍ୟଟକ ଗେଟ୍‌ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଅଭିଯୋଗ କରିଥିଲେ।
ରାଜଧାନୀ ଉପକଣ୍ଠରେ ଥିବା ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋଡ଼ିବାରି, ଡେରାସ୍‌ ଓ ଝୁମୁକାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଗୋଡ଼ିବାରିକୁ ଆସିଥିବା ୫୧୦ ପର୍ଯ୍ୟଟକଙ୍କଠାରୁ ୩୨ ହଜାର ଟଙ୍କା ରାଜସ୍ବ ଆଦାୟ ହୋଇଛି। ସେଥିମଧ୍ୟରୁ କେବଳ ସଫାରି ବୁଲିବାରେ ୨୫ ହଜାର ଓ ଅନ୍‌ଲାଇନ ଟିକେଟ ବାବଦରେ ୭ ହଜାର ଟଙ୍କା ଆଦାୟ ହୋଇଛି। ଏହାସହ ପର୍ଯ୍ୟଟକ ଡେରାସ୍‌ରେ ବଣଭୋଜିର ଭରପୂର ମଜା ଉଠାଇଛନ୍ତି। ସମୁଦାୟ ୨୨୮୫ ପର୍ଯ୍ୟଟକଙ୍କଠାରୁ ରାଜସ୍ବ ବାବଦରେ ୧ଲକ୍ଷ ୫୨୦ ଟଙ୍କା ଆଦାୟ ହୋଇଛି। ଅନ୍ୟପଟେ ପର୍ଯ୍ୟଟକ ଝୁମୁକା ଡ୍ୟାମ୍‌ ଦେଖିବା ସହ ଏଠାରେ ବଣଭୋଜି କରିଛନ୍ତି। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଏଠାକୁ ଆସି ପ୍ରାକୃତିକ ଜଙ୍ଗଲର ଶୋଭାରାଜି ସହ ଡ୍ୟାମ୍‌ର ମନୋରମ ଦୃଶ୍ୟ ଉପଭୋଗ କରିଛନ୍ତି। ଏଥିସହ ବଣଭୋଜିର ମଜା ଉଠାଇଛନ୍ତି। କିନ୍ତୁ ଏଠାରେ ବନ ବିଭାଗ ପକ୍ଷରୁ କୌଣସି ରାଜସ୍ବ ଆଦାୟର ବ୍ୟବସ୍ଥା ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଦେଶକୁ ନିଶାମୁକ୍ତ କରିବା ପାଇଁ ଶାହଙ୍କ ପ୍ରୟାସ ଆରମ୍ଭ; ନିଶାଦ୍ରବ୍ୟ ବିରୋଧରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri