୬ ବର୍ଷର ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ବାରଙ୍ଗ,୨୬ା୧୨(ଡି.ଏନ୍‌.ଏ.):ବଡ଼ଦିନ ଅବସରରେ ନନ୍ଦନକାନନକୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା, ଯାହା ୬ ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ବଡ଼ଦିନ ପଡ଼ିଥିବାରୁ ସକାଳୁ ସକାଳୁ ନନ୍ଦନକାନନରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପର୍ଯ୍ୟଟକ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହ ବ୍ୟାଟେରିଚାଳିତ ଗାଡ଼ି, ଶିଶୁ ରେଳଗାଡ଼ି, ସଫାରି, ମାଛଘର, ମ୍ୟୁଜିୟମ୍‌କୁ ଦେଖିବା ପାଇଁ ଲମ୍ବାଧାଡ଼ି ଲଗାଇଥିଲେ। ପୂର୍ବରୁ ନନ୍ଦନକାନନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ଓ ନନ୍ଦନକାନନ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହ ନନ୍ଦନକାନନ ଥାନା ପୋଲିସ ଭିଡ଼ ନିୟନ୍ତ୍ରଣ କାର୍ଯ୍ୟରେ ଲାଗିଥିଲେ। ପ୍ରବେଶ ପଥରେ ଅଧିକ ୨ଟି ଗେଟ୍‌ ଖୋଲାଯାଇଥିଲା। ଚଳିତବର୍ଷ ବଡ଼ଦିନରେ ନନ୍ଦନକାନନକୁ ୪୬ ହଜାର ୧୪୮ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅଫ୍‌ଲାଇନରେ ୪୨,୫୭୧ ଜଣ ଓ ଅନ୍‌ଲାଇନରେ ୩,୫୭୭ ପର୍ଯ୍ୟଟକ ଟିକେଟ କରିଥିବା ଜଣାପଡ଼ିଛି। ଗତବର୍ଷଠାରୁ ଏ ବର୍ଷ ୨୬ ହଜାର ୧୩୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ। ସେହିଭଳି ବଟାନିକାଲ ଗାର୍ଡେନକୁ ଚଳିତବର୍ଷ ବଡ଼ଦିନରେ ୫ହଜାର ୩୫୮ ଜଣ ପର୍ଯ୍ୟଟକ ଆସିଥିବାବେଳେ ଗତବର୍ଷ ବଡ଼ଦିନଠାରୁ ୪ହଜାର ୩୦୯ରୁ ଊର୍ଦ୍ଧ୍ୱ ଆସିଥିଲେ। ତେବେ ୨୦୧୬ ବଡ଼ଦିନରେ ୪୦ହଜାର ୭୮ ଜଣ, ୨୦୧୭ରେ ୨୩ ହଜାର ୬୨୮, ୨୦୧୮ରେ ୩୪ ହଜାର ୯୧୪, ୨୦୧୯ରେ ୨୯ ହଜାର ୭୦୧, ୨୦୨୦ରେ ୬ ହଜାର ୭୬୯ ଏବଂ ୨୦୨୧ରେ ୨୦ ହଜାର ୧୩ ପର୍ଯ୍ୟଟକ ନନ୍ଦନକାନନକୁ ଆସିଥିଲେ। ବଡ଼ଦିନରେ ଶିଶୁ ରେଳଗାଡ଼ିରେ ୮୧୧ ଜଣ ପର୍ଯ୍ୟଟକ ବୁଲିଥିବା ଉପନିର୍ଦ୍ଦେଶକ ସଞ୍ଜିତ୍‌ କୁମାର କହିଛନ୍ତି। ତେବେ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ନନ୍ଦନକାନନରେ ପକେଟ୍‌ମାରଙ୍କ ଦୌରାତ୍ମ୍ୟ କମ୍‌ ନ ଥିଲା। ପର୍ଯ୍ୟଟକଙ୍କ ଗହଳିର ସୁଯୋଗ ନେଇ ଅନେକଙ୍କ ମୋବାଇଲ ସହିତ ମହିଳାଙ୍କ ଭ୍ୟାନିଟିରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ବହୁ ପର୍ଯ୍ୟଟକ ଗେଟ୍‌ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଅଭିଯୋଗ କରିଥିଲେ।
ରାଜଧାନୀ ଉପକଣ୍ଠରେ ଥିବା ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋଡ଼ିବାରି, ଡେରାସ୍‌ ଓ ଝୁମୁକାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଗୋଡ଼ିବାରିକୁ ଆସିଥିବା ୫୧୦ ପର୍ଯ୍ୟଟକଙ୍କଠାରୁ ୩୨ ହଜାର ଟଙ୍କା ରାଜସ୍ବ ଆଦାୟ ହୋଇଛି। ସେଥିମଧ୍ୟରୁ କେବଳ ସଫାରି ବୁଲିବାରେ ୨୫ ହଜାର ଓ ଅନ୍‌ଲାଇନ ଟିକେଟ ବାବଦରେ ୭ ହଜାର ଟଙ୍କା ଆଦାୟ ହୋଇଛି। ଏହାସହ ପର୍ଯ୍ୟଟକ ଡେରାସ୍‌ରେ ବଣଭୋଜିର ଭରପୂର ମଜା ଉଠାଇଛନ୍ତି। ସମୁଦାୟ ୨୨୮୫ ପର୍ଯ୍ୟଟକଙ୍କଠାରୁ ରାଜସ୍ବ ବାବଦରେ ୧ଲକ୍ଷ ୫୨୦ ଟଙ୍କା ଆଦାୟ ହୋଇଛି। ଅନ୍ୟପଟେ ପର୍ଯ୍ୟଟକ ଝୁମୁକା ଡ୍ୟାମ୍‌ ଦେଖିବା ସହ ଏଠାରେ ବଣଭୋଜି କରିଛନ୍ତି। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଏଠାକୁ ଆସି ପ୍ରାକୃତିକ ଜଙ୍ଗଲର ଶୋଭାରାଜି ସହ ଡ୍ୟାମ୍‌ର ମନୋରମ ଦୃଶ୍ୟ ଉପଭୋଗ କରିଛନ୍ତି। ଏଥିସହ ବଣଭୋଜିର ମଜା ଉଠାଇଛନ୍ତି। କିନ୍ତୁ ଏଠାରେ ବନ ବିଭାଗ ପକ୍ଷରୁ କୌଣସି ରାଜସ୍ବ ଆଦାୟର ବ୍ୟବସ୍ଥା ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri