୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧
ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ ଏକ ଏମ୍‌ଜିଏନ୍‌ଆଇଜିଏ କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଜିଲାପାଳ ଅରିନ୍ଦମ ଡାକୁଆ ଉଦ୍‌ଘାଟନ କରିଥିଲେ ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ ମହେଶ୍ୱର ସ୍ବାଇଁ ସ୍ବାଗତ ବକ୍ତବ୍ୟ ଦେଇ ଏମଜିଏନ୍‌ଆଇଜିଏ ଯୋଜନା ମାଧ୍ୟମରେ କିଭଳି ଦାଦନ ସମସ୍ୟାକୁ ରୋକାଯାଇପାରିବ ସେ ଉପରେ କହିବା ସହ କର୍ମଶାଳା ଆୟୋଜନ ସମ୍ପର୍କରେ କହିଥିଲେ ା ଏହି କର୍ମଶାଳାରେ ବଲାଙ୍ଗୀର ଜିଲାର ୬ଟି ଦାଦନ ପ୍ରବଣ ବ୍ଳକ୍‌ ଖପ୍ରାଖୋଲ, ବେଲପଡା, ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ଓ ଟିଟିଲାଗଡ ବ୍ଳକ୍‌ରେ କିଭଳି ଦାଦନ ସମସ୍ୟାକୁ ରୋକାଯାଇପାରିବ ସେ ଉପରେ ଅଧିକ ଆଲୋଚନା କରାଯାଇଥିଲା ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍‌ (ଏମଜିଏନ୍‌ଆରଇଜିଏ) ଓ ଓଡିଶା ଜୀବିକା ମିଶନ୍‌ ମାଧ୍ୟମରେ ବ୍ୟାପକ ରୋଜଗାର ସୃଷ୍ଟି କରି ଦାଦନ ଶ୍ରମିକ ସମସ୍ୟାର ସମାଧାନ ବିଶେଷ ଆଲୋଚନା ହୋଇଥିଲା ା ଜିଲାପାଳ ଡାକୁଆ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ା ପୂର୍ବରୁ ଲାଗୁ ହୋଇଥିତ୍ବା ଯୋଜନାରୁ କିଛି ସୁଫଳ ମିଳିଛି ା ତେବେ ଏହି ସମସ୍ୟାର ସମାଧାନ ପାଇଁ ସମନ୍ବିତ ଯୋଜନାର ଆବଶ୍ୟକତା ରହିଛି ା ଏମଜିଏନ୍‌ଆରଇଜିଏ ଯୋଜନାରେ କର୍ମ ନିଯୁକ୍ତି ଗ୍ୟାରେଣ୍ଟି ରହିଛି ା ଏଥିରେ ଦାଦନ ଶ୍ରମିକ ସମସ୍ୟାର ସମାଧାନ କରାଯାଇପାରିବ ା ଏ ଦିଗରେ ଏବେ ଜିଲାର ୬ଟି ଦାଦନ ପ୍ରବଣ ବ୍ଳକ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ା ଏ ନେଇ ଆଜି ଏକ ଗରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଛି ା ଜିଲା, ବ୍ଳକ୍‌ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀମାନେ ଏହି କର୍ମଶାଳାରେ ସାମିଲ ହୋଇଛନ୍ତି ଓ ଏହା ନିଶ୍ଚିତ ରୂପେ ଦାଦନ ସମସ୍ୟା ରୋକିବାରେ ସହାୟକ ହେବ ବୋଲି ସେ ଆଶାପୋଷଣ କରିଥିଲେ ା ଏହି କର୍ମଶାଳାରେ କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଧର୍ମେନ୍ଦ୍ର ମଲ୍ଲିକ ରିସୋର୍ସ ପରସନ୍‌ ଭାବେ ଯୋଗଦାନ କରି ଏମଜିଏନ୍‌ଆରଇଜିଏ ଯୋଜନାର ଆଇନଗତ ବ୍ୟବସ୍ଥା, ଶ୍ରମିକଙ୍କୁ ରୋଜଗାର ଯୋଗାଇବା ବିଧି, କାର୍ଯ୍ୟସ୍ଥଳୀରେ ଆନୁସଙ୍ଗିକ ବ୍ୟବସ୍ଥା, ସାମାଜିକ ସମୀକ୍ଷା, ଓଡିଶା ଜୀବିକା ମିଶନ୍‌ ଜରିଆରେ ବ୍ୟାପକ ରୋଜଗାର ସୃଷ୍ଟି ଉପରେ ବୁଝାଇଥିଲେ ା ଦାଦନ ଶ୍ରମିକଙ୍କୁ ଏହି ଯୋଜନା ମାଧ୍ୟମରେ ସହଜରେ କିଭଳି ରୋଜଗାର ଯୋଗାଇ ଦେଇହେବ ଓ ସେମାନେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଆଉ ଯିବେନାହିଁ ସେ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ସେ କହିଥିଲେ ା ଅନ୍ୟତମ ରିସୋର୍ସ ପରସନ୍‌ ଭାବେ ବୋଲଗଡ ବିଡିଓ ମଧୂସୂଦନ ବେହେରା ଯୋଗଦେଇ ଏମଜିଏନ୍‌ଆରଇଜିଏ ଯୋଜନା ଓ ଓଡିଶା ଜୀବିକା ମିଶନ୍‌ ଜରିଆରେ ରୋଜଗାର ସୃଷ୍ଟି ଓ ଦାଦନ ଶ୍ରମିକ ସମସ୍ୟାର ସମାଧାନ ବାଟ ଉପରେ କହିଥିଲେ ା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ଏମ୍‌ଜିଏନ୍‌ଆରଇଜିଏ ପ୍ରକଳ୍ପ ମ୍ୟାନେଜର ସୋହନ୍‌ ଧଳ ଉଭୟ ଯୋଜନା ଓ ଦାଦନ ଶ୍ରମିକ ସମସ୍ୟା ଉପରେ କହିଥିଲେ ା ଏହି କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଇଟି ସ୍ପେଶାଲିଷ୍ଟ ଶ୍ରୀମନ୍ତ ସାମଲ, ଖପ୍ରାଖୋଲ, ବେଲପଡା, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଳକ୍‌ର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜିପିଟିଏ, ଏପିଓ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜିଆରଏସ୍‌ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?