୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ

ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟର ୬ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ନଂ ୧୨୩, ୧୨୪, ୧୨୫, ୧୨୬, ୧୨୭ ଏବଂ ୧୨୮ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିରୁ ଯାଜପୁର ଜିଲାର ୩ଜଣ(୧୨୩,୧୨୭,୧୨୮) ଥିବାବେଳେ ବାଲେଶ୍ୱର ଜିଲାର ୩ଜଣ(୧୨୪, ୧୨୫, ୧୨୬) ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଫେରନ୍ତା ଥିବାବେଳେ ୧୨୮ନଂ ଆକ୍ରାନ୍ତ ଜଣଙ୍କ ୯୭ ନଂ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ୧୨୮ନଂ ଆକ୍ରାନ୍ତ ଜଣକ କଟିକଟା ଅଞ୍ଚଳର ୧୮ ବର୍ଷର ଯୁବକ ଅଟନ୍ତି। ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ପରିବାର ସହ ଘରେ ଥିବାବେଳେ ବାରମ୍ବାର ଦୋକାନ ଓ ଅନ୍ୟ ଜାଗାକୁ ବୁଲିବାକୁ ଯାଇଥିଲେ। ଏପ୍ରିଲ ୨୯ରେ ପରୀକ୍ଷା କରାଯିବା ପରେ ପଜିଟିଭ ଥିବା ଜଣାପଡ଼ିବା ପରେ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା। ସେହିଭଳି ୧୨୩ ନଂ ଜଣଙ୍କ ଦେଓପଡ଼ା ଅଞ୍ଚଳର ୬୫ବର୍ଷର ବୃଦ୍ଧ ଥିବାବେଳେ ୧୨ ଏପ୍ରିଲରେ ନିଜ ପୁଅ ସହ ବାଇକରେ କୋଲକାତାରୁ ଫେରି ୧୩ ତାରିଖରେ ସେଲ୍ପ ରେଜିଷ୍ଟ୍ରେଶନ କରିଥିଲେ। ପରେ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ପରେ ୨୫ରୁ ୨୯ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାରାଣ୍ଟାଇନ ସ୍ଥାନାନ୍ତର ହୋଇଥିଲେ। ୨୯ତାରିଖରେ ଟେଷ୍ଟରେ ପଜିଟିଭ ବାହାରିବା ପରେ ୩୦ତାରିଖରେ କୋଭିଡ ହସ୍ପିଟାଲରେ ରହିଥିଲେ। ସେହିଭଳି ୧୨୭ନଂ ଆକ୍ରାନ୍ତ କଟିକଟା ଅଞ୍ଚଳର ୫୬ ବର୍ଷ ହୋଇଥିବାବେଳେ ୨୦ମାର୍ଚ୍ଚରେ ତାଙ୍କ ବନ୍ଧୁ ସହ ଟ୍ରେନ ଯୋଗେ କୋଲକାତାରୁ ଭଦ୍ରକ ଆସିବା ପରେ ଗୋଟିଏ ଗାଡ଼ି ଭଡ଼ା କରି ଫେରିଥିଲେ। ସେ ମାର୍ଚ୍ଚ ୩୧ରୁ ଏପ୍ରିଲ ୨୯ତାରିଖ ପର୍ଯ୍ୟନ୍ତ ବାରମ୍ବାର ଗ୍ରାମ ଓ ବଜାର ବୁଲିଥିଲେ। ୨୯ତାରିଖରେ ତାଙ୍କ ପରୀକ୍ଷା ପରେ ପଜିଟିଭ ବାହାରିବା ପରେ ହସ୍ପିଟାଲ ପଠାଯାଇଥିଲା। ସେହିଭଳି ୧୨୪ନଂ ଜଣଙ୍କ ଶିମୁଳିଆ ଅଞ୍ଚଳର କନ୍ଦଡ଼ାର ୬୧ବର୍ଷୀୟ ବୃଦ୍ଧ ହୋଇଥିବାବେଳେ ମାର୍ଚ୍ଚ ୨୯ରୁ ୩୦ତାରିଖ ମଧ୍ୟରେ କୋଲକାତାରୁ ଗୋଟିଏ ଗାଡ଼ି ଭଡ଼ା କରି ଭଦ୍ରକ ହୋଇ ଘରକୁ ଫେରିଥିଲେ। ମାର୍ଚ୍ଚ ୩୧ରୁ ଏପ୍ରିଲ ୧୫ତାରିଖ ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ପରେ ୧୬ରୁ ୨୯ତାରିଖ ମଧ୍ୟରେ ବାରମ୍ବାର ଦୋକାନ, ନିକଟସ୍ଥ ଗ୍ରାମକୁ ଯାଇଥିଲେ। ୨୯ରେ ପରୀକ୍ଷା ପଜିଟିଭ ବାହାରିବା ପରେ କଟକ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା। ସେହିଭଳି ୧୨୫ନଂ ସୋରର ସୁନାରି ଅଞ୍ଚଳର ୬୩ବର୍ଷୀୟ ବୃଦ୍ଧ ଥିବାବେଳେ ଏପ୍ରିଲ ୨୪ରୁ ୨୫ତାରିଖ ମଧ୍ୟରେ ଏକ ଟ୍ରକ ଯୋଗେ କୋଲକାତାରୁ ଫେରିଥିଲେ। ୨୫ରୁ ୨୯ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାରାଣ୍ଟାଇନ ରହିଥିଲେ। ୨୯ତାରିଖରେ ରିପୋର୍ଟ ପଜିଟିଭ ବାହାରିବା ପରେ କଟକ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା। ସେହିଭଳି ୧୨୬ନଂ ଜଣଙ୍କ ସୋରର ବ୍ରାହ୍ମଣସବିରାର ୪୪ବର୍ଷୀୟ ହୋଇଥିବାବେଳେ ୨୭ରୁ ୨୮ମାର୍ଚ୍ଚରେ କୋଲକାତାରୁ ଗୋଟିଏ ଭଡ଼ା ଗାଡ଼ି (ସେଥିରେ ୮ଜଣ ଓଡ଼ିଶା ଯାତ୍ରୀ ଥିଲେ) ଯୋଗେ ଘରକୁ ଫେରିଥିଲେ। ୨୮ତାରିଖରେ ସେ ସେଲ୍ପ ରେଜିଷ୍ଟ୍ରେଶନ କରିଥିଲେ। ପରେ ୨୮ରୁ ୨୯ମାର୍ଚ୍ଚ ଘରେ ରହି ଛପର କାର୍ଯ୍ୟ କରିବାସହ ଗ୍ରାମର ଅନ୍ୟ ୩ଜଣଙ୍କୁ ସାହାଯ୍ୟ କରିଥିଲେ। ୨୯ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ପରେ କଟକ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri