Posted inଫୁରସତ

୬୨ ବର୍ଷ ତଳେ ଚାଇନା କରିଥିଲା ଏହି ଭୁଲ୍‌, ମରିଥିଲେ କୋଟିକୋଟି ଲୋକ

ବେଜିଂ: ଇତିହାସରେ ଅନେକେ ଭୟଙ୍କର ଏବଂ ଦୁଃଖଦାୟକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୬୨ ବର୍ଷ ତଳେ ଚାଇନାରେ ଏପରି ଏକ ଭୟଙ୍କର ଘଟଣା ଘଟିଥିଲା, ଯେଉଁଥିରେ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ବିପର୍ଯ୍ୟୟ ପଛରେ ଏହାର ଏକ ଭୁଲ ଥିଲା, ପରେ ସୁଧାରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଏଥିରେ ବହୁ ବିଳମ୍ବ ହୋଇଯାଇଥିଲା। ଏହା ‘ଗ୍ରେଟ ଚାଇନିଜ ଫେମିନା’ ଭାବରେ ଜଣାଶୁଣା। ପ୍ରତ୍ୟେକ ଚାଇନା ନାଗରିକ ଏ ବିଷୟରେ ଅବଗତ। ଏହା ୧୯୫୮ରେ ଘଟିଥିଲା। ମାଓ ଜେଡୋଙ୍ଗ, ସେହି ସମୟରେ କ୍ଷମତାରେ ଥିଲେ। ତାଙ୍କୁ ମାଓ ସେ-ତୁଙ୍ଗ ମଧ୍ୟ କୁହାଯାଉଥିଲା। ସେ ଏକ ଅଭିଯାନ ଆରମ୍ଭ କରିଥିଲେ, ଯାହାକୁ ‘ଚାରି ପୋକ ଅଭିଯାନ’ କୁହାଯାଏ। ଏହି ଅଭିଯାନର ଏକ ଅଂଶ ଭାବରେ ସେ ଚାରି ପ୍ରାଣୀ (ମଶା, ମାଛି, ମୂଷା ଏବଂ ଝିଣ୍ଟିକା)ଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରାଣୀମାନେ କୃଷକଙ୍କ କଠିନ ପରିଶ୍ରମକୁ ନଷ୍ଟ କରନ୍ତି, ସେମାନେ କ୍ଷେତରେ ସମସ୍ତ ଶସ୍ୟ ଖାଇଦିଅନ୍ତି। ମଶା, ମାଛି ଏବଂ ମୂଷାଙ୍କୁ ମାରିବା ଟିକେ କଷ୍ଟସାଧ୍ୟ। କାରଣ ସେମାନେ ସହଜରେ ନିଜକୁ ଲୁଚାଇ ରଖନ୍ତି। କିନ୍ତୁ ପକ୍ଷୀମାନଙ୍କର ଏପରି ଅଭ୍ୟାସ ଅଛି ଯାହା ସେମାନେ ସର୍ବଦା ମଣିଷ ମଧ୍ୟରେ ରହିବାକୁ ପସନ୍ଦ କରନ୍ତି। ତେଣୁ ସେ ମାଓ ଜେଡୋଙ୍ଗଙ୍କ ନିର୍ଦ୍ଦେଶର ଶିକାର ହୋଇଥିଲେ ଏବଂ ତାଙ୍କୁ ଚାଇନା ସାରା ଖୋଜିଖୋଜି ହତ୍ୟା କରାଯାଇଥିଲା। ଏପରିକି ସେମାନଙ୍କ ବସା ମଧ୍ୟ ଉଜୁଡ଼ି ଯାଇଥିଲା। ଫଳରେ ଝିଣ୍ଟିକାଙ୍କ ସଂଖ୍ୟା କମିଯିବାରୁ ପଙ୍ଗପାଳଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା କି ସମସ୍ତ ଫସଲ ନଷ୍ଟ ହୋଇଗଲା। ଫଳରେ ଚାଇନାରେ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଇଥିଲା ଏବଂ ଲକ୍ଷାଧିକ ଲୋକଙ୍କର ଭୋକଉପାସରେ ମୃତ୍ୟୁ ଘଟିଥିଲା।
ଚାଇନା ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୧.୫୦ କୋଟି ଲୋକ ଅନାହାରରେ ମୃତ୍ୟୁବରଣ କରିଥିଲେ। ଅନ୍ୟ କେତେକ ରିପୋର୍ଟ ଅନୁଯାୟୀ, ୪.୫ କୋଟି ଲୋକ ଅନାହାରରେ ପ୍ରାଣ ହରାଇଥିଲେ। ଯାହା ଚାଇନା ଇତିହାସରେ ସବୁଠୁ ବଡ଼ ଦୁଃଖଦ ଘଟଣା। ଏତେ ପରେ ମଧ୍ୟ ଚାଇନା ପଶୁପକ୍ଷୀଙ୍କ ଜୀବନ ସହ ଖେଳୁଛି। ସଦ୍ୟ ଉଦାହରଣ ମହାମାରୀ କରୋନା ଭୂତାଣୁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri