୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ ଠକେଇ

ଖଇରା, ୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ସାରଡାଙ୍ଗ, ନନ୍ଦୁର, ଝିଙ୍କିରିଆ, ସୁଣ୍ଢିରା ଆଦି ପଞ୍ଚାୟତର ଚାଷୀମାନଙ୍କଠାରୁ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ ନେଇ ଅର୍ଥ ପରିଶୋଧ ନ କରି ଜଣେ ଧାନ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି। ଚାଷୀମାନେ ତାଙ୍କୁ ୪ମାସ ଧରି ଖୋଜି ଚାଲିଥିଲେ ମଧ୍ୟ ପାଇବାକୁ ସଫଳ ହୋଇପାରି ନାହାନ୍ତି। ବାଧ୍ୟ ହୋଇ ସେମାନେ ଶନିବାର ଉକ୍ତ ବ୍ୟବସାୟୀଙ୍କ ଘର ସମ୍ମୁଖରେ ଧାରଣାରେ ବସି ରହିଥିଲେ। ତାଙ୍କ ପରିବାର ଲୋକେ ଅର୍ଥ ଫେରସ୍ତର ବ୍ୟବସ୍ଥା ନ କଲେ ଚାଷୀମାନେ ଉଭୟ ଖଇରା ଓ ସିମୁଳିଆ ଥାନାର ଦ୍ୱାରସ୍ଥ ହେବେ ବୋଲି ବିଭିନ୍ନ ଗ୍ରାମର ଚାଷୀ ସୁଧାକର ପଣ୍ଡା, ଅଶୋକ କୁମାର ନାୟକ, ଶେଖ ମୁବାରକ, ସୁବାଷ ଚନ୍ଦ୍ର ସାହୁ, ଦଶରଥ ମହାରଣା, ମହେନ୍ଦ୍ର ପ୍ରସାଦ ଦାଶ, ଜୟନ୍ତ ପଣ୍ଡା, ଗଣେଶ୍ୱର ସାହୁ, ଉପେନ୍ଦ୍ର ଉପାଧ୍ୟାୟ, ରମାକାନ୍ତ ତିଆଡ଼ି, କମଳାକାନ୍ତ ସାମଲ, ରଘୁନାଥ ବେହେରା, ସତ୍ୟଭାମା ସାହୁ, ଅଶୋକ କୁମାର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
ସରକାର ଫେବୃୟାରୀ ମାସରେ ହଠାତ୍‌ ଧାନକିଣା ବନ୍ଦ କରିଦେବା ପରେ ବହୁ ଚାଷୀ ସରକାରୀ ଧାର୍ଯ୍ୟ ଦରରେ ଧାନ ଦେବାକୁ ବଞ୍ଚତ୍ତ ହୋଇଥିଲେ। ଏହାର ସୁଯୋଗ ନେଇ ଉକ୍ତ ବ୍ୟବସାୟୀ ବିଭିନ୍ନ ଚାଷୀଙ୍କଠାରୁ ୧୪ଶହ ଟଙ୍କାରେ ଧାନ କିଣିବା ପରେ ୧ରୁ ୨ମାସ ମଧ୍ୟରେ ପଇସା ଦେବାକୁ କହି ୪୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ନିକଟରୁ ଧାନ ସଂଗ୍ରହ କରି ନେଇଥିଲେ। ହେଲେ ଜୁନ୍‌ ସୁଦ୍ଧା ଅର୍ଥ ଦେଇ ନ ଥିଲେ। ଜୁନ୍‌ ତୃତୀୟ ସପ୍ତାହରେ ପତ୍ନୀ ଓ ପିଲାଙ୍କୁ ଶ୍ୱଶୁର ଘରେ ଛାଡ଼ି ସେ ଉଭାନ ହୋଇ ଯାଇଥିଲେ। ୧୫ଦିନ ତଳେ ସମସ୍ତ ଚାଷୀ ଏକତ୍ର ହୋଇ ଏକ ବୈଠକ ଡାକି ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ପରେ ଉଭୟ ସାରଡ଼ାଙ୍ଗ ସରପଞ୍ଚ ହରିହର କୁଣ୍ଡୁ ଓ ଝିଙ୍କିରିଆ ପଞ୍ଚାୟତ ସରପଞ୍ଚ ମଧୁସୂଦନ ମାଝିଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ଚାଷୀମାନେ ଏକତ୍ର ହୋଇ ବ୍ୟବସାୟୀଙ୍କ ବାପାଙ୍କୁ କହିବା ପରେ ସେ ୧୫ଦିନ ମଧ୍ୟରେ ଜମି ବିକି ଅର୍ଥ ଦେବାକୁ କହିଥିଲେ। ହେଲେ ୧୮ଦିନ ପରେ ମଧ୍ୟ ତାଙ୍କ ବାପା କିଛି ପ୍ରତିକାର ନ କରିବାରୁ ଚାଷୀମାନେ ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଆକାଉଣ୍ଟରେ ଅର୍ଥ ନ ଥାଇ ଏକ ଖାଲି ଚେକ୍‌ ଦେବା ଅତ୍ୟନ୍ତ ମର୍ମାହତ ବୋଲି ଚାଷୀ କୃଷ୍ଣଚନ୍ଦ୍ର ସାମଲ ଅଭିଯୋଗ କରିଛନ୍ତି। ସମସ୍ତ ଚେଷ୍ଟା ପରେ ଅର୍ଥ ନ ମିଳିଲେ ଥାନାରେ ଅଭିଯୋଗ କରାଯିବ ବୋଲି ନାରାୟଣପୁର ଗ୍ରାମର ଚାଷୀ ମହେନ୍ଦ୍ର ପ୍ରସାଦ ଦାସ କହିଛନ୍ତି।
ଏ ସମ୍ପର୍କରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାରେ ସେମାନେ କେଉଁଆଡ଼େ ଯାଇଛନ୍ତି କହିପାରିବେ ନାହିଁ। ଥରେ ଦୁଇଥର ଆନ୍ଧ୍ରରୁ ଫୋନ୍‌ କରିଥିଲେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri