୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ ଠକେଇ

ଖଇରା, ୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ସାରଡାଙ୍ଗ, ନନ୍ଦୁର, ଝିଙ୍କିରିଆ, ସୁଣ୍ଢିରା ଆଦି ପଞ୍ଚାୟତର ଚାଷୀମାନଙ୍କଠାରୁ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ ନେଇ ଅର୍ଥ ପରିଶୋଧ ନ କରି ଜଣେ ଧାନ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି। ଚାଷୀମାନେ ତାଙ୍କୁ ୪ମାସ ଧରି ଖୋଜି ଚାଲିଥିଲେ ମଧ୍ୟ ପାଇବାକୁ ସଫଳ ହୋଇପାରି ନାହାନ୍ତି। ବାଧ୍ୟ ହୋଇ ସେମାନେ ଶନିବାର ଉକ୍ତ ବ୍ୟବସାୟୀଙ୍କ ଘର ସମ୍ମୁଖରେ ଧାରଣାରେ ବସି ରହିଥିଲେ। ତାଙ୍କ ପରିବାର ଲୋକେ ଅର୍ଥ ଫେରସ୍ତର ବ୍ୟବସ୍ଥା ନ କଲେ ଚାଷୀମାନେ ଉଭୟ ଖଇରା ଓ ସିମୁଳିଆ ଥାନାର ଦ୍ୱାରସ୍ଥ ହେବେ ବୋଲି ବିଭିନ୍ନ ଗ୍ରାମର ଚାଷୀ ସୁଧାକର ପଣ୍ଡା, ଅଶୋକ କୁମାର ନାୟକ, ଶେଖ ମୁବାରକ, ସୁବାଷ ଚନ୍ଦ୍ର ସାହୁ, ଦଶରଥ ମହାରଣା, ମହେନ୍ଦ୍ର ପ୍ରସାଦ ଦାଶ, ଜୟନ୍ତ ପଣ୍ଡା, ଗଣେଶ୍ୱର ସାହୁ, ଉପେନ୍ଦ୍ର ଉପାଧ୍ୟାୟ, ରମାକାନ୍ତ ତିଆଡ଼ି, କମଳାକାନ୍ତ ସାମଲ, ରଘୁନାଥ ବେହେରା, ସତ୍ୟଭାମା ସାହୁ, ଅଶୋକ କୁମାର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
ସରକାର ଫେବୃୟାରୀ ମାସରେ ହଠାତ୍‌ ଧାନକିଣା ବନ୍ଦ କରିଦେବା ପରେ ବହୁ ଚାଷୀ ସରକାରୀ ଧାର୍ଯ୍ୟ ଦରରେ ଧାନ ଦେବାକୁ ବଞ୍ଚତ୍ତ ହୋଇଥିଲେ। ଏହାର ସୁଯୋଗ ନେଇ ଉକ୍ତ ବ୍ୟବସାୟୀ ବିଭିନ୍ନ ଚାଷୀଙ୍କଠାରୁ ୧୪ଶହ ଟଙ୍କାରେ ଧାନ କିଣିବା ପରେ ୧ରୁ ୨ମାସ ମଧ୍ୟରେ ପଇସା ଦେବାକୁ କହି ୪୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ନିକଟରୁ ଧାନ ସଂଗ୍ରହ କରି ନେଇଥିଲେ। ହେଲେ ଜୁନ୍‌ ସୁଦ୍ଧା ଅର୍ଥ ଦେଇ ନ ଥିଲେ। ଜୁନ୍‌ ତୃତୀୟ ସପ୍ତାହରେ ପତ୍ନୀ ଓ ପିଲାଙ୍କୁ ଶ୍ୱଶୁର ଘରେ ଛାଡ଼ି ସେ ଉଭାନ ହୋଇ ଯାଇଥିଲେ। ୧୫ଦିନ ତଳେ ସମସ୍ତ ଚାଷୀ ଏକତ୍ର ହୋଇ ଏକ ବୈଠକ ଡାକି ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ପରେ ଉଭୟ ସାରଡ଼ାଙ୍ଗ ସରପଞ୍ଚ ହରିହର କୁଣ୍ଡୁ ଓ ଝିଙ୍କିରିଆ ପଞ୍ଚାୟତ ସରପଞ୍ଚ ମଧୁସୂଦନ ମାଝିଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ଚାଷୀମାନେ ଏକତ୍ର ହୋଇ ବ୍ୟବସାୟୀଙ୍କ ବାପାଙ୍କୁ କହିବା ପରେ ସେ ୧୫ଦିନ ମଧ୍ୟରେ ଜମି ବିକି ଅର୍ଥ ଦେବାକୁ କହିଥିଲେ। ହେଲେ ୧୮ଦିନ ପରେ ମଧ୍ୟ ତାଙ୍କ ବାପା କିଛି ପ୍ରତିକାର ନ କରିବାରୁ ଚାଷୀମାନେ ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଆକାଉଣ୍ଟରେ ଅର୍ଥ ନ ଥାଇ ଏକ ଖାଲି ଚେକ୍‌ ଦେବା ଅତ୍ୟନ୍ତ ମର୍ମାହତ ବୋଲି ଚାଷୀ କୃଷ୍ଣଚନ୍ଦ୍ର ସାମଲ ଅଭିଯୋଗ କରିଛନ୍ତି। ସମସ୍ତ ଚେଷ୍ଟା ପରେ ଅର୍ଥ ନ ମିଳିଲେ ଥାନାରେ ଅଭିଯୋଗ କରାଯିବ ବୋଲି ନାରାୟଣପୁର ଗ୍ରାମର ଚାଷୀ ମହେନ୍ଦ୍ର ପ୍ରସାଦ ଦାସ କହିଛନ୍ତି।
ଏ ସମ୍ପର୍କରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାରେ ସେମାନେ କେଉଁଆଡ଼େ ଯାଇଛନ୍ତି କହିପାରିବେ ନାହିଁ। ଥରେ ଦୁଇଥର ଆନ୍ଧ୍ରରୁ ଫୋନ୍‌ କରିଥିଲେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri