Posted inଖେଳ

୫୦୦ ହଜାର ଡଲାର ଦାନ କଲେ ଲୁଇସ ହାମିଲଟନ

ଲଣ୍ଡନ,୧୦।୧- ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ୬ ଥର ଫର୍ମୁଲା ଓ୍ବାନ୍‌ ବିଶ୍ୱ ଚାମ୍ପିୟନ ଲୁଇସ ହାମିଲଟନ। ସେ ଶୁକ୍ରବାର ୫୦୦ ହଜାର ଡଲାର ଅର୍ଥାତ ୩.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦାନ କରିଛନ୍ତି। ଏ ନେଇ ଟୁଇଟ୍‌ର ଜରିଆରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଉକ୍ତ ଭିଡିଓରେ ଏକ କୋଆଲା ଜଙ୍ଗଲର ନିଆଁ ଓ ଧୂଆଁରେ ଘେରି ହୋଇ ରହିଯାଇଛି। ପରେ କୋଆଲାକୁ ସ୍ଥାନୀୟ ବସିନ୍ଦା ଉଦ୍ଧାର କରିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ଜନସାଧାରଣ ଓ ବନ୍ୟଜନ୍ତୁଙ୍କ ଜୀବନ ପ୍ରବଳମାତ୍ରାରେ ପ୍ରଭାବିତ ହୋଇଛି। ମୁଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୫୦୦ ହଜାର ଡଲାର ଦାନ କରୁଛି। ୩୫ ବର୍ଷୀୟ ମର୍ସିଡିଜ ଡ୍ରାଇଭରଙ୍କ ଇନଷ୍ଟାଗ୍ରାମରେ ୧୪ ନିୟୁତ ଓ ଟୁଇଟରରେ ୫.୬ ନିୟୁତ ଫଲୋଅର୍ସ ଅଛନ୍ତି। ସେମାନଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ କହିଛନ୍ତି। ସେହିଭଳି ରେନଲ୍ଟର ଅଷ୍ଟ୍ରେଲିଆନ ଡ୍ରାଇଭର ଡାନିଏଲ ରିକିଆର୍ଡୋ ମଧ୍ୟ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁ ଯୋଗୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କୋଟି କୋଟି ବନ୍ୟଜନ୍ତୁ ପ୍ରାଣ ହରାଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?