Posted inଫୁରସତ

‘୫ମାସ କୋମାକୁ ଚାଲିିଯାଇଥିଲି’

ରତ୍ନାକର ରାଉତ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୋଇତା ଗ୍ରାମରେ ୧୯୬୧ମସିହା ଅଗଷ୍ଟ ୨୮ରେ ତାଙ୍କର ଜନ୍ମ। ଫକୀର ମୋହନ କଲେଜରୁ ସ୍ନାତକ ଓ ରେଭେନ୍ସାରେ ସ୍ନାତ୍ତକୋତର ପରେ ଏମ୍‌ଫିଲ୍‌ କରିବା ସମୟରେ ସେ ୧୯୮୫ ଜୁନ୍‌ରେ ପାଇଥିଲେ ଓଏଏସ୍‌ । ୧୯୮୭ ଫେବୃୟାରୀରେ କଟକ ଜିଲାପାଳ କାର୍ଯ୍ୟାଳୟରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରି ପରେ ଜିଲାପାଳ, ଓଡ଼ିଶା ଲୋକପାଳଙ୍କ ସେକ୍ରେଟେରୀ, ଶିଳ୍ପ ବିଭାଗ, ଗଣଶିକ୍ଷା ବିଭାଗ ଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ ତୁଲାଇଛନ୍ତି। ଏବେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ। ଚାକିରିର ବ୍ୟସ୍ତତା ଭିତରେ ସାହିତ୍ୟର ମୋହ ଛାଡିପାରିନାହାନ୍ତି । ଲେଖିଛନ୍ତି ଅନେକ ପୁସ୍ତକ। ୧୪ଟି କବିତା ସଙ୍କଳନ, ୩ଟି ଗଳ୍ପ ସଙ୍କଳନ, ୨ଟି ପ୍ରବନ୍ଧ, ଗୋଟିଏ ପିଲାଙ୍କ ପାଇଁ ପୁସ୍ତକ, ୨ଟି ହିନ୍ଦୀ ପୁସ୍ତକ ଓ ଗୋଟିଏ ଇଂଲିଶ ପୋଏମ ପୁସ୍ତକ ତାଙ୍କ ସର୍ଜନାର ସ୍ବାକ୍ଷର। ଏଥର ‘ନିଜକଥା’ରେ ଜାଣନ୍ତୁ ତାଙ୍କ ସମ୍ପର୍କରେ….

ଚାକିରିର ପ୍ରଥମ ଦିନ କିପରି ଥିଲା ?
ମୁଁ ରେଭେନ୍ସା କଲେଜରେ ପଢ଼ିବାବେଳେ ଛାତ୍ରନେତା ଥିଲି ଓ ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲି। ଏଣୁ ଯେତେବେଳେ ମୋର ସେଠି ପୋଷ୍ଟିଂ ହେଲା ମୋତେ ଲାଗିଲା ମୋର ଅତି ପରିଚିତ ଜାଗାକୁ ମୁଁ ଯାଉଛି। ଜଣେ ନୂଆ ଜାଗାରେ ଚାକିରୀରେ ଯୋଗଦେଲେ ମନରେ ଯେଉଁ ଭାବନା ଥାଏ, ତାହା ମୋର ନଥିଲା। କାରଣ ଜିଲାପାଳ କାର୍ଯ୍ୟାଳୟର ଅଧିକାଂଶ ଲୋକଙ୍କ ସହିତ ମୋର ପରିଚୟ ଥିଲା।
ପ୍ରଥମ ଦରମା କେଉଁଥିରେ ଖର୍ଚ୍ଚ କରିଥିଲେ?
ପ୍ରଥମ ଦରମା ମୁଁ ୧୬୫୨ଟଙ୍କା ପାଇଥିଲି। ସେହି ଟଙ୍କାକୁ ନିଜ ପାଇଁ ଓ ମୋ ପରିବାର ପାଇଁ ଖର୍ଚ୍ଚ କରିଥିଲି। ଏହା ସହିତ ସାଙ୍ଗମାନେ ମିଶି ଗୋଟେ ଭୋଜି କରିଥିଲୁ।
ସମୟ ମିଳିଲେ କ’ଣ କରିବାକୁ ପସନ୍ଦ କରନ୍ତି?
ସମୟ ମିଳିଲେ ମୁଁ ପଢ଼ାପଢ଼ି କରେ। କବିତା, ଗଳ୍ପ, ପତ୍ରିକା ଆଦି ପଢ଼େ। ତେବେ ପୁରାଣ ପଢ଼ିବାକୁ ମୋତେ ବହୁତ ଭଲଲାଗେ। ଅନେକ ସମୟରେ ଗୀତା, ମହାଭାରତ ଆଦି ପଢ଼ିଥାଏ।
କେଉଁ ଲେଖକଙ୍କ ପୁସ୍ତକ ପଢ଼ିବାକୁ ପସନ୍ଦ କରନ୍ତି?
ମୋର ସେଭଳି କେହି ନିର୍ଦ୍ଦିଷ୍ଟ ପ୍ରିୟ ଲେଖକ ନାହାନ୍ତି। ସମସ୍ତଙ୍କ ଲେଖା ମୁଁ ପଢ଼େ। କାରଣ ମୁଁ ଜାଣିବାକୁ ଚାହେଁ ଯେଉଁମାନେ ପ୍ରତିଷ୍ଠିତ ଲେଖକ ସେମାନଙ୍କର କେବଳ ଲେଖିବାର ଦକ୍ଷତା ଅଛି ନା ନୂଆ ବା ଅପରିଚିତ ଲେଖକଙ୍କର ସେହି ଦକ୍ଷତା ରହିଛି। ତେଣୁ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିଥାଏ। ଏପରିକି ସ୍କୁଲ, କଲେଜ ମାଗାଜିନ୍‌ଟିଏ ପାଇଲେ ବି ସେଥିରେ ଲେଖାଯାଇଥିବା ଗଳ୍ପ, କବିତାକୁ ପଢ଼ିଥାଏ। ଯେଉଁମାନେ ନୂଆ ଲେଖନ୍ତି ସେମାନଙ୍କ ଲେଖା ମଧ୍ୟ ବହୁତ ଭଲ ଥାଏ। ଅନେକ ଲେଖକ ଅଛନ୍ତି ଯେଉଁମାନେ ଅଳ୍ପ କିଛି ଲେଖିଛନ୍ତି, କିନ୍ତୁ ସେମାନଙ୍କ ଲେଖା ଉଚ୍ଚକୋଟୀର ହୋଇଛି।
ସ୍ମୃତିର ଘଟଣା ଯାହା ଚିରସ୍ମରଣୀୟ?
ଗ୍ରାଜୁଏସନ ବେଳେ ଖରାଦିନ ଛୁଟି ସମୟରେ ମୋର ଏକ ଛୋଟ ଅପରେସନ ହୋଇଥିଲା। ସେହି ସମୟରେ ଟିଟାନସ୍‌ ହୋଇଗଲା। ତା’ର ଚିକିତ୍ସା ହେଲାବେଳକୁ ମୁଁ କୋମାକୁ ଚାଲିଯାଇଥିଲି। ଜୁନ୍‌ ୨୩ରୁ ମୁଁ କୋମାକୁ ଯାଇଥିଲି ଓ ୫ମାସ ପରେ ନଭେମ୍ବରରେ ମୋର ସେନ୍ସ ଆସିଥିଲା। ଏହା ମୋର ଦୁଃଖର ସ୍ମୃତି ଘଟଣା। ମୋର ପ୍ରଥମ ପୁସ୍ତକ ଯେବେ ଲୋକାର୍ପିତ ହୋଇଥିଲା ତାହା ମୋ ପାଇଁ ଖୁସିର ଦିନ ଥିଲା।
ବାହାରକୁ ବୁଲିବାକୁ ପସନ୍ଦ କରନ୍ତି ?
ହଁ। କିନ୍ତୁ ମୋତେ ଓଡ଼ିଶା ସବୁଠାରୁ ଅଧିକ ଭଲଲାଗେ। ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶ ବି ଭ୍ରମଣ କରିଛି। ଯେଉଁ ସ୍ଥାନକୁ ଯାଏ ସେଠାରେ ୩ରୁ ୪ଦିନ ରହିଲା ପରେ ମୁଁ ମୋ ରାଜ୍ୟକୁ ଫେରିଆସିବା ପାଇଁ ଚାହେଁ। କାରଣ ଓଡ଼ିଶାରେ ଯାହା ଅଛି, ତାହା କେଉଁଠି ପାଏନାହିଁ।
ଖବରକାଗଜର କେଉଁ ବିଭାଗ ଆପଣଙ୍କୁ ଆକୃଷ୍ଟ କରେ?
ଯେକୌଣସି ଖବରକାଗଜ ପଢ଼େ ତା’ର ମୁଁ ସବୁ ବିଭାଗକୁ ତନ୍ନ ତନ୍ନ କରି ପଢ଼ିଥାଏ। ତେବେ ମୋତେ ହ୍ୟୁମାନ ଇଣ୍ଟରେଷ୍ଟ ଷ୍ଟୋରି ପଢ଼ିବାକୁ ଭଲଲାଗେ। ଏହାଛଡ଼ା ସାହିତ୍ୟ ବିଭାଗ ଓ ଛୁଟିଦିନ ପଢ଼ିବାକୁ ପସନ୍ଦ କରେ।
ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?
ଫିଲ୍ମ ଦେଖିବାକୁ ସମୟ ମିଳେ ନାହିଁ। କିନ୍ତୁ ଯେତେବେଳେ ଦେଖେ କଳାତ୍ମକ ଫିଲ୍ମ ଦେଖିବାକୁ ଚାହେଁ।
ମ୍ୟାଡମଙ୍କ କେଉଁ ଗୁଣ ଭଲଲାଗେ?
ଆମଭଳି ଲୋକ ପରିବାରକୁ ସମୟ ଦେଇପାରନ୍ତି ନାହିଁ। କିନ୍ତୁ ସେ ଜଣେ ଅଧ୍ୟାପିକା ହୋଇ ମଧ୍ୟ ନିଜ ପ୍ରଫେସନାଲ କାମ ସହିତ ପରିବାରର ସବୁକଥା ବୁଝନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri