୪୨ ବର୍ଷରେ ନାଲ୍‌କୋ ଆଜି ପ୍ରତିଷ୍ଠା ଦିବସ

ବଅଁରପାଳ,୭।୧(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଚଳିତ ବର୍ଷ କମ୍ପାନୀ ୪୨ ବର୍ଷରେ ପଦାର୍ପଣ କରିଛି। ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିବା ନାଲ୍‌କୋ ବିଶ୍ୱ ବଜାରରେ ବେଶ୍‌ ସଫଳତା ହାସଲ କରିଛି। ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ୨୦୨୧-୨୨ ବର୍ଷରେ କମ୍ପାନୀ ୯୧୦୨.୩୯ କୋଟି ଟଙ୍କାର ବ୍ୟବସାୟ କରିବା ସହିତ ୧୨୯୯.୫୩ କୋଟି ଟଙ୍କା ଲାଭ ପ୍ରଦାନ କରିଛି।
ଚଳିତ ଆର୍ଥିକ ବର୍ଷରେ ସ୍ମେଲଟର ଓ ସିପିପିରୁ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ହଟ୍‌ ମେଟାଲ ଏବଂ କାଷ୍ଟ ମେଟାଲ ଉତ୍ପାଦନ କରାଯାଇଛି। ସେହିପରି ସିପିପିରେ ୭୨୫୫.୪୮ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି। ଏହାବ୍ୟତୀତ ନାଲ୍‌କୋର ଲାଇଫ୍‌ଲାଇନ କୁହାଯାଉଥିବା ୨ଶହ କୋଟି ଟଙ୍କାର ଲିନ୍ସି ସ୍ଲୋରି ପ୍ରୋଜେକ୍ଟକୁ ଚଳିତ ବର୍ଷ ଖଣି ସଚିବଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଏଥିସହ ଉତ୍କଳ-ଡି ନିଜସ୍ବ କୋଇଲା ଖଣିରୁ ଖୁବ୍‌ଶୀଘ୍ର କୋଇଲା ଖନନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି। ସ୍ମେଲଟର ପ୍ଲାଣ୍ଟରେ ୯୬୦ ପଟ୍‌ ମଧ୍ୟରୁ ୯୫୬ ପଟ୍‌ ଚାଲୁ ରହିଛି। ପ୍ଲାଣ୍ଟର ପଞ୍ଚମ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି। କମ୍ପାନୀ ବ୍ୟବସାୟିକ ସଫଳତା ହାସଲ କରିବା ସହିତ ପରିପାର୍ଶ୍ୱିକ ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛି। ଚଳିତ ଆର୍ଥିକ ବର୍ଷରେ ୧୫୦ ବିପିଏଲ ପରିବାରର ମେଧାବୀ ଛାତ୍ରୀମାନଙ୍କୁ ଶିକ୍ଷା ପାଇଁ ଅର୍ଥିକ ସହାୟତା ପ୍ରଦାନ କରାଯାଇଛି। ସର୍ବାଧିକ ନମ୍ବର ରଖିଥିବା ୨୬ ଛାତ୍ରୀଙ୍କୁ କମ୍ପାନୀ ସହାୟତା କରିଛି। ତେବେ ଏହି ଲାଭଦାୟକ କମ୍ପାନୀର ଘରୋଇକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଉଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି।
ଉତ୍ପାଦନ ଲକ୍ଷ୍ୟ ପୂରଣ ହେବ
ନାଲ୍‌କୋର ଭବିଷ୍ୟତ ସର୍ବଦା ଉଜ୍ଜ୍ୱଳ ରହିବ। ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ପ୍ଲାଣ୍ଟ ଚାଲୁଛି। ଚଳିତବର୍ଷ ୪ ଲକ୍ଷ ୬୦ ହଜାର ମେଟ୍ରିକ ଟନ୍‌ ଆଲୁମିନିୟମ ଉତ୍ପାଦନ କରାଯିବା ଲକ୍ଷ୍ୟ ରଖାଯାଇଛି।
-ଅମ୍ବିକା ପ୍ରସାଦ ପଣ୍ଡା, ଇଡି
ବିକାଶ ପ୍ରତି ଧ୍ୟାନ ରହିବ
ନାଲ୍‌କୋ ସର୍ବଦା ପାର୍ଶ୍ୱବର୍ତ୍ତୀ ଗ୍ରାମ ଓ ସମାଜର ଉନ୍ନତିରେ ବିଶ୍ୱାସ କରେ। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ବିତ କରାଯିବ।
-ଏସ୍‌.ଏନ୍‌. ସାହୁ, ଜିଜିଏମ୍‌
ଘରୋଇକରଣରୁ ନିବୃତ ରୁହନ୍ତୁ
ନାଲ୍‌କୋ ଭାରତ ବର୍ଷରେ ଏକମାତ୍ର ରାଷ୍ଟ୍ରାୟତ ଆଲୁମିନିୟମ କମ୍ପାନୀ। ପାରିପର୍ଶ୍ୱିକ ଅଞ୍ଚଳର ବିକାଶରେ ଏହା ବହୁ ସହାୟକ ହୋଇଆସିଛି। କେନ୍ଦ୍ର ସରକାର ଏହାର ଘରୋଇକରଣ ଚକ୍ରାନ୍ତରୁ ନିବୃତ ରୁହନ୍ତୁ।
-ବିଭବ ଜେନା, ଶ୍ରମିକ ନେତା
ମହାରତ୍ନ ମାନ୍ୟତା ଆବଶ୍ୟକ
ବିଶ୍ୱରେ ନାଲ୍‌କୋର ସ୍ବତନ୍ତ୍ର ପରିଚୟ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କମ୍ପାନୀ ଲାଭାଂଶ ଦେଇ ଆସିଛି। ନବରତ୍ନ ମାନ୍ୟତା ପ୍ରାପ୍ତ ଏହି କମ୍ପାନୀକୁ ମହାରତ୍ନ ମାନ୍ୟତା ଦିଆଯିବା ଆବଶ୍ୟକ।
-ପ୍ରସନ୍ନ କୁମାର ମଲିକ, ସଭାପତି, ଅଫିସର୍ସ ଆସୋସିଏଶନ
ନାଲ୍‌କୋ ଗର୍ବ ଓ ଗୌରବ
ନାଲ୍‌କୋ ଆମର ଗର୍ବ ଓ ଗୌରବ। ବିଶ୍ୱରେ ଏହା ନିଜ ସ୍ବତନ୍ତ୍ରତା ବଜାୟ ରଖିଛି। ଏହି କମ୍ପାନୀ ଯୋଗୁ ଅଞ୍ଚଳର ବହୁ ବିକାଶ ଘଟିଛି। ଅନେକ ବେକାର ଯୁବତୀ ଯୁବକ ଚାକିରି କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି।
-ବୈରାଗୀ ସେଠ, ସାଧାରଣ ସମ୍ପାଦକ, ନେପୁ
ଘରୋଇକରଣ ଉଦ୍ୟମ ନିନ୍ଦନୀୟ
ନାଲ୍‌କୋ ଏକ ଲାଭଦାୟକ କମ୍ପାନୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ବାର୍ଷିକ ବହୁ କୋଟି ଟଙ୍କାର ଟିକସ ଦେଉଛି। ହେଲେ କେନ୍ଦ୍ର ସରକାର ଏଭଳି କମ୍ପାନୀକୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବାକୁ ଉଦ୍ୟମ କରିବା ନିନ୍ଦନୀୟ।
-ରତ୍ନାକର ପରିଡ଼ା, ଏନ୍‌ଏନ୍‌ଇୟୁ ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri