୪୦ ବର୍ଷ ପରେ ଘରକୁ ଫେରିଲେ ଅପୂର୍ବ

ତିହିଡ଼ି, ୧୩।୯ (ଡି.ଏନ.ଏ.) – ଦୀର୍ଘ ୪୦ ବର୍ଷ ପରେ ସେ ଘରକୁ ବାହୁଡ଼ିଛନ୍ତି। ଜନ୍ମମାଟିର ମମତା ତାଙ୍କୁ ଗଁାକୁ ଫେରାଇ ଆଣିଛି ବୋଲି ଗୁରୁବାର ଘରକୁ ଫେରିଥିବା ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କୁଅଁାରଚତର ଗ୍ରାମର ଅପୂର୍ବ ରଞ୍ଜନ ନାୟକ(୬୦) କହିଛନ୍ତି। ଗୁରୁବାର ରାତି ୮ଟାରେ ଅପୂର୍ବ ଗଁା ମାଟିରେ ପାଦ ଦେବା ପରେ ଖୁସିରେ ବିଭୋର ହୋଇଥିଲେ। ଘରର ବଡ଼ପୁଅ ହୋଇଥିବାରୁ ଦୀର୍ଘବର୍ଷ ପରେ ତାଙ୍କୁ ପାଇ ପରିବାର ଲୋକଙ୍କର ଆନନ୍ଦର ସୀମା ରହି ନ ଥିଲା। ଗଁାର ତାଙ୍କ ସାଙ୍ଗ ଏବଂ ଅନ୍ୟ ଲୋକେ ମଧ୍ୟ ଅପୂର୍ବଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ।
ଅପୂର୍ବଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ୧୯୮୦ ମସିହାରେ ୨୦ ବର୍ଷର ହୋଇଥିବା ବେଳେ ଅପୂର୍ବ ଘରେ କାହାକୁ କିଛି ନ କହି କେଉଁଆଡ଼େ ଚାଲିଯାଇଥିଲେ। ପରେ ସେ କଟକରେ ଫଳ ବ୍ୟବସାୟ କରୁଥିବା ସେମାନେ ଜାଣିବାକୁ ପାଇଥିଲେ। ମାତ୍ର ସେ ଆଉ ଗଁାକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ଏହାର ୭/୮ ବର୍ଷ ପରେ ଅପୂର୍ବ ଉତ୍ତରପ୍ରଦେଶ ଚାଲିଯାଇଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଠିକ୍‌ ସୂଚନା ନ ମିଳିବାରୁ ତାଙ୍କ ପାଖକୁ ଯାଇପାରି ନ ଥିଲେ। ଦୁଇଦିନ ତଳେ ଅପୂର୍ବ ରାଉରକେଲା ଆସିଥିଲେ। ତାଙ୍କର ପରିଚୟପତ୍ର ନ ଥିବାରୁ ସେ କୌଣସି ଲଜ୍‌ରେ ରହିପାରି ନ ଥିଲେ। ସେ ଏକ ଅଟୋରେ ଯାଉଥିବା ବେଳେ ଗାଡ଼ି ଚାଳକଙ୍କ ସହ ପରିଚିତ ହୋଇଥିଲା। ଅଟୋ ଚାଳକ କୁଅଁାରଚତର ଗ୍ରାମର ଜ୍ୱାଇଁ ହୋଇଥିବାରୁ ସେ ଅପୂର୍ବଙ୍କୁ ଜାଣି ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ବୁଧବାର ପରିବାର ଲୋକେ ରାଉରକେଲାରେ ପହଞ୍ଚି ଅପୂର୍ବଙ୍କୁ ଭେଟିଥିଲେ। ଘର ଲୋକଙ୍କୁ ଦେଖିବା ପରେ ଅପୂର୍ବ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ଗଁା ଲୋକଙ୍କ ସହ ଶେଷ ଜୀବନ କାଟିବାକୁ ଇଚ୍ଛା କରି ସେ ଗୁରୁବାର ଗଁାକୁ ଫେରିଛନ୍ତି। ତେବେ ଅପୂର୍ବ ଏଯାଏ ଅବିବାହିତ ଅଛନ୍ତି। ଉତ୍ତରପ୍ରଦେଶରେ ସେ ହୋଟେଲ ଓ ଷ୍ଟୁଡିଓ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି। ଏପରିକି ବର୍ଷରେ ଥରେ ଦୁଇଥର ସେ ଓଡ଼ିଶା ଆସୁଥିଲେ ମଧ୍ୟ ଘରକୁ ଫେରି ପାରି ନ ଥିଲେ। ଘରକୁ କାହିଁକି ଆସି ନ ଥିଲେ ତା’ର କୌଣସି କାରଣ ସେ ଦର୍ଶାଇ ପାରି ନାହାନ୍ତି। ଏହାମଧ୍ୟରେ ତାଙ୍କ ବାପା ଗଙ୍ଗାଧରଙ୍କ ପରଲୋକ ହୋଇଯାଇଥିବା ଜାଣିବା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri