୪ଦିନରେ ଶୁଟିଂ ହୋଇଥିଲା ଏହି ହୋଲି ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ଫିଲ୍ମ ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ର ଗୀତ ‘ବଲମ ପିଚ୍‌କାରୀ’ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଲି ଗୀତ ମଧ୍ୟରୁ ଅନ୍ୟତମ। ଉକ୍ତ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିବା ବେଳେ ଏହି ଗୀତ ମଧ୍ୟ ସୁପରହିଟ୍‌ ହୋଇଥିଲା। ହେଲେ ଏହି ଗୀତର ଶୁଟିଂ ପଛରେ କିଛି କୌତୁହଳ କାହାଣୀ ରହିଛି। ଜାଣିଛନ୍ତି କି ଏହି ଗୀତକୁ ଶୁଟିଂ କରିବାକୁ ୪ ଦିନ ସମଲ ଲାଗିଥିଲା। ସୂଚନା ମୁତାବକ ରଣବୀର ଓ ଦୀପିକାଙ୍କ ଏହା ପ୍ରଥମ ହୋଲି ଗୀତ। ଯେଉଁଥିରେ ଅଭିନେତା ଆଦିତ୍ୟ ରୟ କପୁର ମଧ୍ୟ ରହିଥିଲେ। ଅୟାନ ମୂଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ‘ବଲମ ପିଚ୍‌କାରୀ’ ଗୀତକୁ କୋରିଓଗ୍ରାଫର ରେମୋ ଡିସୁଜା କୋରିଓଗ୍ରାଫି କରିଥିଲେ। ରଣବୀର ଡ୍ୟାନ୍ସରେ ନିପୁଣ ଥିବା ବେଳେ ସାଢ଼େ ୩ ମିନିଟ୍‌ରେ ସେ ସମସ୍ତ ଡ୍ୟାନ୍ସ ଷ୍ଟେପ୍‌ ଶିଖିଯାଇଥିଲେ। ହେଲେ ଆଦିତ୍ୟ ଶିଖି ନ ଥିଲେ। ଯେତେବେଳେ ଗୀତର ଶୁଟିଂ ପାଇଁ ରଣବୀର ପ୍ରସ୍ତୁତ ହୋଇଥିଲେ ସେତେବେଳେ ଆଦିତ୍ୟ ତାଙ୍କୁ ଅଟକାଇ କହିଥିଲେ, ମୁଁ ପ୍ରସ୍ତୁତ ହୋଇନାହିଁ। ଏହି ଗୀତର ଶୁଟିଂ ପାଇଁ କେତେବେଳେ ଷ୍ଟାର ପ୍ରସ୍ତୁତ ନ ଥିଲେ ତ କେତେବେଳେ କ୍ୟାମେରା ପ୍ରସ୍ତୁତ ହୋଇପାରୁ ନ ଥିଲା। ଅୟାନ ମୁର୍ଖାଜୀ ଏହି ପର୍ବକୁ ବେଶ୍‌ ପସନ୍ଦ କରୁଥିବା ବେଳେ ଶୁଟିଂ ସମୟରେ ସବୁ ଷ୍ଟାର କାଷ୍ଟଙ୍କ ସହ ମିଶି ସେ ବହୁ ମଜାମସ୍ତି କରିଥିଲେ। କେତେବେଳେ କାହାକୁ ଯାଇ ରଙ୍ଗ ବୋଳି ଦେଉଥିଲେ ତ ଆଉ କାହାକୁ ସୁଇମିଂ ପୁଲ୍‌ରେ ନେଇକି ପକାଇ ଦେଉଥିଲେ। କେବଳ ସେତିକି ନୁହେଁ ଏହି ଗୀତର ଶୁଟିଂ ସମୟରେ ଏତେ ରଙ୍ଗ ଖେଳା ଯାଇଥିଲା ଯେ ଏହାକୁ ଶୁଟ୍‌ କରିବା ପାଇଁ ପ୍ରାୟ ୪ ଦିନ ସମୟ ଲାଗିଯାଇଥିଲା। କାରଣ ପ୍ରାୟ ସମୟରେ କ୍ୟାମେରାର ଲେନ୍ସରେ ରଙ୍ଗ ଲାଗି ଯାଉଥିଲା। ଯେଉଁଥିପାଇଁ ପୁଣି ଥରେ ଶୁଟିଂ ଆରମ୍ଭ କରିବାକୁ ପଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri