Posted inଫୁରସତ

୩୬ ବର୍ଷରୁ ୫୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ବାବା

ତାମିଲନାଡୁ, ରାମେଶ୍ୱରମ୍‌ର ୭୦ ବର୍ଷୀୟ ବାବା ସୀତାରାମ ଦାସ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମାନବିକତାର ଜୀବନ୍ତ ପ୍ରତିମା ବୋଲି କୁହାଯାଏ। କାରଣ ୩୬ ବର୍ଷ ହେବ ସେ ପ୍ରତିଦିନ ଲୋକଙ୍କୁ ମାଗଣାରେ ଖାଦ୍ୟ ଖୁଆଇ ଆସୁଛନ୍ତି। ସେ ପୁଣି ଭୋର୍‌ ୫ଟାରୁ ଉଠି ନିଜେ ରୋଷେଇ କରନ୍ତି। ଆଉ ପ୍ରତିଦିନ ୫୦୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ ହାତ ରନ୍ଧା ଖାଇଥାଆନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଏବେ ସେ ସାରା ଦୁନିଆରେ ପରିଚିତ। ବାବା ସୀତାରାମ ‘ବଜରଙ୍ଗ ଦାସ’ ନାମକ ଏକ ଆଶ୍ରମ ଚଲାନ୍ତି, ଯେଉଁଠି ସେ ସକାଳ ୫ଟାରୁ ଖାଦ୍ୟ ରାନ୍ଧିବା ଆରମ୍ଭ କରନ୍ତି। ଆଉ ପ୍ରସ୍ତୁତ ହୋଇଗଲା ପରେ ପର୍ଯ୍ୟଟକ ହୁଅନ୍ତୁ ଅବା ତୀର୍ଥଯାତ୍ରୀ ବା କୌଣସି ଗରିବ ଲୋକ ସମସ୍ତଙ୍କୁ ସେ ଡାକି ଖାଦ୍ୟ ପରଷନ୍ତି। ଉକ୍ତ ଆଶ୍ରମ ଲୋକଙ୍କ ଦାନରେ ଚାଲିଛି। ବାବାଙ୍କ ପାଖରେ ୧୦ଜଣିଆ ଏକ ଟିମ୍‌ ଅଛି। ଯେଉଁମାନେ ଆଶ୍ରମ ଚଳାଇବାରେ ସାହାଯ୍ୟ କରନ୍ତି। ମାଗଣା ଖାଦ୍ୟ ସକାଳ ୧୧.୩୦ରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଚାଲେ।


Enter your email to get our daily news in your inbox.

All Right Reserved By Dharitri.Com

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri