Posted inଫୁରସତ

୩୬ ବର୍ଷରୁ ୫୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ବାବା

ତାମିଲନାଡୁ, ରାମେଶ୍ୱରମ୍‌ର ୭୦ ବର୍ଷୀୟ ବାବା ସୀତାରାମ ଦାସ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମାନବିକତାର ଜୀବନ୍ତ ପ୍ରତିମା ବୋଲି କୁହାଯାଏ। କାରଣ ୩୬ ବର୍ଷ ହେବ ସେ ପ୍ରତିଦିନ ଲୋକଙ୍କୁ ମାଗଣାରେ ଖାଦ୍ୟ ଖୁଆଇ ଆସୁଛନ୍ତି। ସେ ପୁଣି ଭୋର୍‌ ୫ଟାରୁ ଉଠି ନିଜେ ରୋଷେଇ କରନ୍ତି। ଆଉ ପ୍ରତିଦିନ ୫୦୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ ହାତ ରନ୍ଧା ଖାଇଥାଆନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଏବେ ସେ ସାରା ଦୁନିଆରେ ପରିଚିତ। ବାବା ସୀତାରାମ ‘ବଜରଙ୍ଗ ଦାସ’ ନାମକ ଏକ ଆଶ୍ରମ ଚଲାନ୍ତି, ଯେଉଁଠି ସେ ସକାଳ ୫ଟାରୁ ଖାଦ୍ୟ ରାନ୍ଧିବା ଆରମ୍ଭ କରନ୍ତି। ଆଉ ପ୍ରସ୍ତୁତ ହୋଇଗଲା ପରେ ପର୍ଯ୍ୟଟକ ହୁଅନ୍ତୁ ଅବା ତୀର୍ଥଯାତ୍ରୀ ବା କୌଣସି ଗରିବ ଲୋକ ସମସ୍ତଙ୍କୁ ସେ ଡାକି ଖାଦ୍ୟ ପରଷନ୍ତି। ଉକ୍ତ ଆଶ୍ରମ ଲୋକଙ୍କ ଦାନରେ ଚାଲିଛି। ବାବାଙ୍କ ପାଖରେ ୧୦ଜଣିଆ ଏକ ଟିମ୍‌ ଅଛି। ଯେଉଁମାନେ ଆଶ୍ରମ ଚଳାଇବାରେ ସାହାଯ୍ୟ କରନ୍ତି। ମାଗଣା ଖାଦ୍ୟ ସକାଳ ୧୧.୩୦ରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଚାଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri