୩୨୮ ବର୍ଷ ପରେ ଇତିହାସର ପୁନରାବୃତ୍ତି: ଭଗବାନ୍‌ଙ୍କଠାରୁ ଭକ୍ତ ଅଲଗା

ପୁରୀ ଅଫିସ,୨୦ା୩: ଭକ୍ତ ପାଇଁ ଭଗବାନ। ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ। ଏମିତି ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତ ଆସିଥାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜ ମନର କଥା ଗୁହାରି କରିଥାନ୍ତି। ହେଲେ ଦୀର୍ଘ ୩୨୮ବର୍ଷ ପରେ ଭକ୍ତ ପାଇଁ ଭଗବାନ ପ୍ରାସଙ୍ଗିକତାର କିଛିଟା ବ୍ୟତିକ୍ରମ ଘଟିବାକୁ ଯାଉଛି। ଶ୍ରୀକ୍ଷେତ୍ର ମାଟିରେ ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅତୀତରେ ଲୁଣ୍ଠନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁ ମହାପ୍ରଭୁଙ୍କ ଦର୍ଶନକୁ ବନ୍ଦ ରଖାଯାଇଥିବାବେଳେ ଏବେ କରୋନା ଭୂତାଣୁ ସଂକ୍ରମଣରୁ ଭକ୍ତଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରତ୍ନସିଂହାସନରେ ବିରାଜମାନ ମହାପ୍ରଭୁଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ଦିଆଯାଇଛି।
ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଛି, ଯେଉଁଥିପାଇଁ ୨୨ଥର ମହାପ୍ରଭୁ ସ୍ଥାନାନ୍ତର ହୋଇଛନ୍ତି। ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇଥର ସ୍ଥାନାନ୍ତର ହୋଇଥିବାବେଳେ ୨୦ଥର ପୁରୀ ବାହାରକୁ ସ୍ଥାନାନ୍ତର ହୋଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାବିଗ୍ରହଙ୍କୁ ୨ଥର ପାତାଳି କରାଯିବା ସହ ୨ଥର ବ୍ରହ୍ମ ସ୍ଥାନାନ୍ତର ହୋଇଛି। ଆକ୍ରମଣ ସମୟରେ ଖାଲିପଡ଼ିଛି ରତ୍ନସିଂହାସନ। ୧୬୨ବର୍ଷ ୪ମାସରୁ ଅଧିକ ଦିନ ପୁରୀ ବାହାରେ କଟାଇଛନ୍ତି ମହାପ୍ରଭୁ। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇପାରି ନାହାନ୍ତି ଭକ୍ତ। ୧୬୯୨ରେ ଏକରାମ ଖଁା ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସମ୍ରାଟ ଔରଙ୍ଗଜେବଙ୍କ ଆଦେଶ ଅନୁଯାୟୀ ମରମସ୍ତ ଖଁା ଜମାଉଲ୍ଲାଙ୍କୁ ସାଙ୍ଗରେ ଧରି ଏକରାମ ଏହି ଆକ୍ରମଣ କରିଥିଲେ। ଆକ୍ରମଣ ଖବର ପାଇ ସିଂହଦ୍ୱାର ବନ୍ଦ କରାଯାଇଥିଲା। ସେମାନେ ସିଂହଦ୍ୱାର କବାଟ ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଭଣ୍ଡାର ଲୁଟ୍‌ପାଟ କରିଥିଲେ। ସେତେବେଳେ ତିନିଠାକୁରଙ୍କ ନକଲି ବିଗ୍ରହ ଏକରାମ୍‌ ଖଁାଙ୍କୁ ସମର୍ପି ଦିଆଯାଇ ବିଦା କରାଯାଇଥିଲା। ଗୋପନରେ ମହାପ୍ରଭୁଙ୍କୁ ବିମଳା ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ଦେଉଳର ମୁଖଶାଳା ଭଙ୍ଗାଯାଇ ସିଂହଦ୍ୱାର ବାହାରପଟୁ ବନ୍ଦ କରି ଦିଆଯାଇଥିଲା। ନକଲି ମୂର୍ତ୍ତି ନେଇ ଏକରାମ୍‌ ଖଁା କଟକ ଚାଲିଯିବାପରେ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା। ଲୁଟ ସମୟରେ ଦକ୍ଷିଣ ଦ୍ୱାର ଚୋରା କବାଟ ବାଟେ ଯାଇ ସେବକମାନେ ଗୁପ୍ତରେ ପୂଜା କରୁଥିଲେ। ମାଦଳା ପାଞ୍ଜି ମତରେ ସେତେବେଳେ ଚନ୍ଦନ ଯାତ୍ରା ବନ୍ଦ ରହିଥିଲା। ରୁକ୍ମିଣୀ ହରଣ ନୀତି ମଧ୍ୟ ହୋଇ ପାରି ନ ଥିଲା ।
ଏକାଦଶୀ ତିଥିରେ ଉଠି ନ ଥିଲା ମହାଦୀପ। ରତ୍ନସିଂହାସନ ସାମ୍ନାରେ ଦେବସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏପରି କି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧା ହେଉ ନ ଥିଲା। ଏହାସତ୍ତ୍ୱେ ନିରାଡମ୍ବର ଭାବେ ଗୋପନରେ ମହାପ୍ରଭୁଙ୍କ ସେବାପୂଜା ଅବ୍ୟାହତ ରହିଥିଲା। ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କାହାରିକୁ ମନ୍ଦିର ଭିତରକୁ ଛଡ଼ାଯାଇ ନ ଥିଲା। ୧୮ଥର ଆକ୍ରମଣ ମଧ୍ୟରୁ ଏହି ଗୋଟିଏଥର ହଠାତ୍‌ ଆକ୍ରମଣ ହେବାରୁ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ହୋଇ ନ ଥିଲା। ଏବେ ୩୨୮ବର୍ଷ ପରେ ପୁଣି ସେହିଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି
ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri