୩ନଂ. ଓ୍ବାର୍ଡରେ ଡ୍ରେନ୍‌, ରାସ୍ତାଘାଟ ଶୋଚନୀୟ; ଶୁଣୁନି ପୌରସଂସ୍ଥା, ବଢୁଛି ସଂକ୍ରାମକ ରୋଗ

ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ପୌରସଂସ୍ଥାର ଚରମ ଅବହେଳାରୁ ୩ନଂ. ଓ୍ବାର୍ଡ ଶ୍ରୀରାମ ନଗରବାସୀ ଯନ୍ତ୍ରଣା ଭୋଗୁଛନ୍ତି। ଅଞ୍ଚଳର ଡ୍ରେନେଜ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂତ୍ତିଗନ୍ଧମୟ ପରିବେଶ ସଂକ୍ରାମକ ରୋଗ ବଢ଼ାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ଦିଗରେ କେହି ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଲାଗି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଲାଣି। ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଜନଆକ୍ରୋଶ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଦୀର୍ଘ ୭ବର୍ଷ ହେଲା ଅସଜଡ଼ା ପରିମଳ ବ୍ୟବସ୍ଥା ଲୋକଙ୍କ ଚିନ୍ତା ବଢ଼ାଇଛି। ଆଖପାଖ ଅଞ୍ଚଳର ଆବର୍ଜନା ପାଣି ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ଫଳରେ ଡେଙ୍ଗୁ, ମ୍ୟାଲେରିଆ, ଚର୍ମରୋଗ ବ୍ୟାପିବାରେ ଲାଗିଛି। ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ପାଣି ଜମି ରହୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଘରେ ବିଷାକ୍ତ ଜନ୍ତୁ, କୀଟ ପଶୁଛନ୍ତି। ରାସ୍ତା ବିପଦସଙ୍କୁଳ ହୋଇପଡ଼ିଛି। ଗର୍ତ୍ତରେ ପଡ଼ି ଛାତ୍ରୀଛାତ୍ର, ଗୃହପାଳିତ ପ୍ରାଣୀ, ପଥଚାରୀ କ୍ଷତବିକ୍ଷତ ହେବା ନଜିର ରହିଛି। ଏହାର ପ୍ରତିକାର କରିବାକୁ ଓ୍ବାର୍ଡବାସୀ ଜିଲା ପ୍ରଶାସନ ଏବଂ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ରବିନାରାୟଣ ପାଣିଗ୍ରାହୀ, ଧର୍ମାନନ୍ଦ ସାମଲ, ପ୍ରସନ୍ନ କୁମାର ଜେନା, ନରେଶ ସାମଲ, ମନୋଜ ମଲ୍ଲିକ, ରତ୍ନାକର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ରାସ୍ତାଘାଟ ଏବଂ ଡ୍ରେନେଜ୍‌ ବ୍ୟବସ୍ଥା ନ ସଜାଡ଼ିଲେ ପ୍ରଶାସନକୁ ଅଚଳ କରି ଦିଆଯିବା ସହ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ଅନିତା ପାଲ, ପ୍ରେମଲତା ପାଲ, ଝରଣା ପାଣିଗ୍ରାହୀ, ପ୍ରଦୀପ କୁମାର ପାଲ, ଅନ୍ନପୂର୍ଣ୍ଣା ମଲ୍ଲିକ, ସୂର୍ଯ୍ୟକାନ୍ତ ସାହୁ, ସ୍ବର୍ଣ୍ଣଲତା ସାହୁ, ନରେଶ ସାମଲ, ବବିତା ସାମଲ, ସରିତା ନାୟକ, ସୁଚିତ୍ର ସୁବୁଦ୍ଧି, କିଶୋରକାନ୍ତ ସୁବୁଦ୍ଧି, କେଦାରକାନ୍ତ ସୁବୁଦ୍ଧି, ଅନ୍ନପୂର୍ଣ୍ଣା ସ୍ବାଇଁ, ଅଶାନ୍ତି ସ୍ବାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଅଭିଯୋଗ ସମ୍ପର୍କରେ ସେ ଅବଗତ ଅଛନ୍ତି। ଜାଗା ଅଭାବରୁ ସମସ୍ୟା ସୃଷ୍ଟି ହୋଇଛି। ସୋମବାର ପୌର ଯନ୍ତ୍ରୀଙ୍କୁ ପଠାଯାଇ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri