୩ଘଣ୍ଟା ଟ୍ରାଫିକ ଜାମ୍‌ରେ ଫସିଲା ସ୍କୁଲ ବସ୍‌

ଯୋଡ଼ା, ୪।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ବିଲେଇପଦା, ଯୋଡା, ଭଦ୍ରାସାହି , ବଡବିଲ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି ା ପ୍ରଶାସନିକ ଅବହେଳା ଯୋଗୁ ହି ଟ୍ରାଫିକ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ା ଲୋକେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଜାତୀୟ ରାଜପଥ ଦେଇ ହଜାର ହଜାର ଖଣିଜ ବୋଝେଇ ଟ୍ରକ, ଡମ୍ପର ଚଳାଚଳ କରୁଛି ା ଶୁକ୍ରବାର ଏହି ଟ୍ରାଫିକ ସମସ୍ୟା ଘଣ୍ଟା ଘଣ୍ଟା ଧରି ଲାଗିରହିଥିଲା। ଶୁକ୍ରବାର ୫୨୦ନଂ ଜାତୀୟ ରାଜପଥର ଭଦ୍ରାସାହିଠାରୁ ଯୋଡା ମଧ୍ୟରେ ଏହି ଜାମ୍‌ ଦେଖିବାକୁ ମିଳିଥିଲା ା ଦୀର୍ଘ ୩ ଘଣ୍ଟା ଧରି ଏକ ସ୍କୁଲ ବସ୍‌ଟି ଅଟକି ରହିବା ଫଳରେ ଭଦ୍ରାସାହିସ୍ଥିତ ନିଜ ନିଜ ଘରକୁ ଛାତ୍ରୀଛାତ୍ରମାନେ ପହଞ୍ଚି ନ ପାରି ଭୋକରେ ଆଉଟୁପାଉଟୁ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେହିପରି ଶନିବାର ସକାଳ ସମୟରେ ବିଲେଇପଦାଠାରେ ଏତେ ମାତ୍ରାରେ ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଥିଲା ଯେ, ବିଲେଇପଦାରୁ ଯୋଡା ଡିଏଭି ସ୍କୁଲକୁ ଆସୁଥିବା ବସ୍‌ ଜାମ୍‌ରେ ଫସି ରହିବାରୁ ଛାତ୍ରୀଛାତ୍ରମାନେ ସ୍କୁଲରେ ପହଞ୍ଚି ପାରି ନ ଥିଲେ ା ଅନ୍ୟ କୌଣସି ଉପାୟ ନ ପାଇ କେତେକ ଅଭିଭାବକ ଛାତ୍ରୀଛାତ୍ର ମାନଙ୍କୁ ନେଇ ରାସ୍ତା କଡରେ ଥିବା ବିଲେଇପଦା ଫାଣ୍ଡିକୁ ନେଇ ବସାଇଥିଲେ ଏବଂ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳ, ଯୋଡା, ବାମେବାରୀ, ରୁଗୁଡି, ବିଲେଇପଦା, ବଡବିଲ୍‌ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଯୋଡା ଖଣି ଉପନିର୍ଦ୍ଦେଶକଙ୍କ ସହିତ ବାରମ୍ବାର ବୈଠକ କରୁଥିଲେ ହେଁ ଏହାର ସମାଧାନ ହୋଇପାରୁନାହିଁ ା ପୋଲିସର ଅବହେଳା ଯୋଗୁ ଏହି ସମସ୍ୟା ସୁଧୁରିବା ପରିବର୍ତ୍ତେ ଗୁରୁତର ହେବାରେ ଲାଗିଛି ବୋଲି ଜାମ୍‌ରେ ଫସିଥିବା ବସ୍‌ ଯାତ୍ରୀ ଶ୍ରୀକାନ୍ତ ପାଢୀ, ଦାଶରଥୀ ମହାରଣା, ରାଜ କିଶୋର ପୃଷ୍ଟି, ସନ୍ଦୀପ ଜେନା, ମୃତ୍ୟୁଞ୍ଜୟ ସାହୁ, ବିପିନ ପାତ୍ର ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଖଣି ଲିଜ୍‌ଧାରୀମାନେ ବହୁ ଚକ ବିଶିଷ୍ଠ ବଡ ବଡ ଟ୍ରକରେ ଲୁହାପଥର ପରିବହନ କରିବା ଆରମ୍ଭ କରିଦେଲେଣି ା ରାସ୍ତା ନିର୍ମାଣ ହେତୁ ରାଜପଥ ସଂକୀର୍ଣ୍ଣ ହୋଇଯାଉଛି। ଯୋଡାରେ ଥିବା ଦୁଇଟି ଟ୍ରକ ମାଲିକ ସଂଘରେ ଥିବା ଟ୍ରକ, ଡମ୍ପର ଗୁଡିକୁ ଯଥେଷ୍ଟ କାମ ମିଳୁନଥିବା ବେଳେ ଖଣି କମ୍ପାନୀମାନେ ବାହାର ରାଜ୍ୟରୁ ହଜାର ହଜାର ଟ୍ରକ ଆଣି ଖଣିଜ ପରିବହନ କରୁଛନ୍ତି। ଏହା ଟ୍ରାଫିକ ସମସ୍ୟାର ଆଉ ଏକ କାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ଏଣୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ମଧ୍ୟ ଦିଆଯାଇଛି ା ଏସମ୍ପର୍କରେ ଯୋଡା ଥାନା ଆଇଆଇସି ବିଜୟକୃଷ୍ଣଙ୍କୁ ପଚାରିବାରୁ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଯୋଡା ଡିଏଭି ସ୍କୁଲ ଛକ, କଳାପାହାଡ, ଟାଟାସ୍ପଞ୍ଜ ବିଲେଇପଦା ପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି ା ଏନେଇ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଭଦ୍ରାସାହିଠାରୁ ବିଲେଇପଦା ମଧ୍ୟରେ ଦୁଇଟି କ୍ରେନ ରଖାଯାଇଛି ା ଟୋଲ ଫ୍ରି ନମ୍ବର ମିଳିନଥିବାରୁ ଜନସାଧାରଣଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?