୩ଘଣ୍ଟା ଟ୍ରାଫିକ ଜାମ୍‌ରେ ଫସିଲା ସ୍କୁଲ ବସ୍‌

ଯୋଡ଼ା, ୪।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ବିଲେଇପଦା, ଯୋଡା, ଭଦ୍ରାସାହି , ବଡବିଲ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି ା ପ୍ରଶାସନିକ ଅବହେଳା ଯୋଗୁ ହି ଟ୍ରାଫିକ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ା ଲୋକେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଜାତୀୟ ରାଜପଥ ଦେଇ ହଜାର ହଜାର ଖଣିଜ ବୋଝେଇ ଟ୍ରକ, ଡମ୍ପର ଚଳାଚଳ କରୁଛି ା ଶୁକ୍ରବାର ଏହି ଟ୍ରାଫିକ ସମସ୍ୟା ଘଣ୍ଟା ଘଣ୍ଟା ଧରି ଲାଗିରହିଥିଲା। ଶୁକ୍ରବାର ୫୨୦ନଂ ଜାତୀୟ ରାଜପଥର ଭଦ୍ରାସାହିଠାରୁ ଯୋଡା ମଧ୍ୟରେ ଏହି ଜାମ୍‌ ଦେଖିବାକୁ ମିଳିଥିଲା ା ଦୀର୍ଘ ୩ ଘଣ୍ଟା ଧରି ଏକ ସ୍କୁଲ ବସ୍‌ଟି ଅଟକି ରହିବା ଫଳରେ ଭଦ୍ରାସାହିସ୍ଥିତ ନିଜ ନିଜ ଘରକୁ ଛାତ୍ରୀଛାତ୍ରମାନେ ପହଞ୍ଚି ନ ପାରି ଭୋକରେ ଆଉଟୁପାଉଟୁ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେହିପରି ଶନିବାର ସକାଳ ସମୟରେ ବିଲେଇପଦାଠାରେ ଏତେ ମାତ୍ରାରେ ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଥିଲା ଯେ, ବିଲେଇପଦାରୁ ଯୋଡା ଡିଏଭି ସ୍କୁଲକୁ ଆସୁଥିବା ବସ୍‌ ଜାମ୍‌ରେ ଫସି ରହିବାରୁ ଛାତ୍ରୀଛାତ୍ରମାନେ ସ୍କୁଲରେ ପହଞ୍ଚି ପାରି ନ ଥିଲେ ା ଅନ୍ୟ କୌଣସି ଉପାୟ ନ ପାଇ କେତେକ ଅଭିଭାବକ ଛାତ୍ରୀଛାତ୍ର ମାନଙ୍କୁ ନେଇ ରାସ୍ତା କଡରେ ଥିବା ବିଲେଇପଦା ଫାଣ୍ଡିକୁ ନେଇ ବସାଇଥିଲେ ଏବଂ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳ, ଯୋଡା, ବାମେବାରୀ, ରୁଗୁଡି, ବିଲେଇପଦା, ବଡବିଲ୍‌ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଯୋଡା ଖଣି ଉପନିର୍ଦ୍ଦେଶକଙ୍କ ସହିତ ବାରମ୍ବାର ବୈଠକ କରୁଥିଲେ ହେଁ ଏହାର ସମାଧାନ ହୋଇପାରୁନାହିଁ ା ପୋଲିସର ଅବହେଳା ଯୋଗୁ ଏହି ସମସ୍ୟା ସୁଧୁରିବା ପରିବର୍ତ୍ତେ ଗୁରୁତର ହେବାରେ ଲାଗିଛି ବୋଲି ଜାମ୍‌ରେ ଫସିଥିବା ବସ୍‌ ଯାତ୍ରୀ ଶ୍ରୀକାନ୍ତ ପାଢୀ, ଦାଶରଥୀ ମହାରଣା, ରାଜ କିଶୋର ପୃଷ୍ଟି, ସନ୍ଦୀପ ଜେନା, ମୃତ୍ୟୁଞ୍ଜୟ ସାହୁ, ବିପିନ ପାତ୍ର ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଖଣି ଲିଜ୍‌ଧାରୀମାନେ ବହୁ ଚକ ବିଶିଷ୍ଠ ବଡ ବଡ ଟ୍ରକରେ ଲୁହାପଥର ପରିବହନ କରିବା ଆରମ୍ଭ କରିଦେଲେଣି ା ରାସ୍ତା ନିର୍ମାଣ ହେତୁ ରାଜପଥ ସଂକୀର୍ଣ୍ଣ ହୋଇଯାଉଛି। ଯୋଡାରେ ଥିବା ଦୁଇଟି ଟ୍ରକ ମାଲିକ ସଂଘରେ ଥିବା ଟ୍ରକ, ଡମ୍ପର ଗୁଡିକୁ ଯଥେଷ୍ଟ କାମ ମିଳୁନଥିବା ବେଳେ ଖଣି କମ୍ପାନୀମାନେ ବାହାର ରାଜ୍ୟରୁ ହଜାର ହଜାର ଟ୍ରକ ଆଣି ଖଣିଜ ପରିବହନ କରୁଛନ୍ତି। ଏହା ଟ୍ରାଫିକ ସମସ୍ୟାର ଆଉ ଏକ କାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ଏଣୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ମଧ୍ୟ ଦିଆଯାଇଛି ା ଏସମ୍ପର୍କରେ ଯୋଡା ଥାନା ଆଇଆଇସି ବିଜୟକୃଷ୍ଣଙ୍କୁ ପଚାରିବାରୁ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଯୋଡା ଡିଏଭି ସ୍କୁଲ ଛକ, କଳାପାହାଡ, ଟାଟାସ୍ପଞ୍ଜ ବିଲେଇପଦା ପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି ା ଏନେଇ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଭଦ୍ରାସାହିଠାରୁ ବିଲେଇପଦା ମଧ୍ୟରେ ଦୁଇଟି କ୍ରେନ ରଖାଯାଇଛି ା ଟୋଲ ଫ୍ରି ନମ୍ବର ମିଳିନଥିବାରୁ ଜନସାଧାରଣଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri