Posted inଜାତୀୟ

୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ଏହା ୧୬ଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ଏହି ଦୁଇବର୍ଷ ମଧ୍ୟରେ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ସମ୍ପର୍କରେ ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକୁ ଏହି ସମୟ ମଧ୍ୟରେ ମିଳିଥିବା ଚାନ୍ଦା ମଧ୍ୟରେ ଭାଜପାର ଅଂଶ ୯୩% ବୋଲି ଜଣାପଡ଼ିଛି।
୬ଟି ଜାତୀୟ ରାଜନୈତିକ ଦଳ ମଧ୍ୟରୁ ଭାଜପାକୁ ୧,୭୩୧ କର୍ପୋରେଟ୍‌ ୯୧୫.୫୯୬ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଥିବାବେଳେ କଂଗ୍ରେସକୁ ୧୫୧ କର୍ପୋରେଟ୍‌ ୫୫.୩୬ କୋଟି ଟଙ୍କା ଦେଇଛନ୍ତି। ସେହିଭଳି ଏନ୍‌ସିପିକୁ ୨୩ କର୍ପୋରେଟ୍‌ରୁ ୭.୭୩୭ କୋଟି ଟଙ୍କା ମିଳିଛି। ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ କର୍ପୋରେଟମାନଙ୍କଠାରୁ ସ୍ବେଚ୍ଛାକୃତ ଚାନ୍ଦା ୨୦ ହଜାର ଟଙ୍କାରୁ ଅଧିକ ଥିଲା। ଭାଜପାକୁ ୯୪% ଓ କଂଗ୍ରେସକୁ ୮୧% ମିଳିଥିଲା। କିନ୍ତୁ ୨୦୧୨-୧୩ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଭାଜପାକୁ ସର୍ବାଧିକ ୧,୬୨୧.୪୦ କୋଟି ଟଙ୍କା ଅର୍ଥାତ୍‌ ମୋଟ କର୍ପୋରେଟ୍‌ ଚାନ୍ଦାର ୮୩.୪୯% ମିଳିଥିଲା।
ରିପୋର୍ଟ ମୁତାବକ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଜାତୀୟ ଦଳଗୁଡ଼ିକୁ କର୍ପୋରେଟ ଚାନ୍ଦା ପରିମାଣ ୧୬୦% ବଢ଼ିଛି। ସେହିଭଳି ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଏହି ଚାନ୍ଦା ପରିମାଣ ୪୧୪% ବୃଦ୍ଧିପାଇଛି। କିନ୍ତୁ ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ଦଳଗୁଡ଼ିକୁ ସେଭଳି କର୍ପୋରେଟ୍‌ ଚାନ୍ଦା ମିଳିପାରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୬-୧୭ରୁ ୨୦୧୭-୧୮ ମଧ୍ୟରେ ଜାତୀୟ ଦଳକୁ କର୍ପୋରେଟ୍‌ ଚାନ୍ଦା ୨୫.୦୭% କମିଥିବା ଜଣାପଡ଼ିଛି। ଅନ୍ୟ ଜାତୀୟ ରାଜନୈତିକ ଦଳ ସିପିଆଇ, ସିପିଏମ୍‌, ଏଆଇଟିସିର କର୍ପୋରେଟ୍‌ ପାଣ୍ଠିକୁ ଏଡିଆର୍‌ ସ୍ଥାନ ଦେଇଛି। ସିପିଆଇକୁ ସବୁଠାରୁ କମ୍‌ ଅର୍ଥାତ୍‌ ୨% କର୍ପୋରେଟ୍‌ ଚାନ୍ଦା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri