୨ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ଲୋକେ ଛାନିଆ

କପ୍ତିପଦା,୧୨ା୫(ଡି.ଏନ.ଏ)- ସୁରତ ଫେରନ୍ତା ଲିଙ୍କ୍‌ରେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୟର ବାତାବରଣ ସୃଷ୍ଟି ହେବା ସହ ୨ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ଅଞ୍ଚଳବାସୀ ଛାନିଆ ହୋଇ ପଡ଼ିଛନ୍ତି। ଏସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କପ୍ତିପଦା ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।
ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପିଙ୍ଗୁ ଗ୍ରାମର, ଜଣେ ଜେଏସଜାମୁଡିହା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରିପାଳ ବାଲିପୋଷି ଗ୍ରାମର ଓ ଅନ୍ୟ ଜଣେ କପ୍ତିପଦା ତେନ୍ତୁଳିସାହିର। ସମସ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌-୧୯ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ସେଥି ମଧ୍ୟରୁ ୨ ନମ୍ବର ଆକ୍ରାନ୍ତ ପିଙ୍ଗୁ ଓ ୮ ନମ୍ବର ତେନ୍ତୁଳିସାହିର। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ଘରୋଇ କାର ଡ୍ରାଇଭର ଓ କପ୍ତିପଦା କଲେଜ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଜଣେ ସଫେଇ କର୍ମଚାରୀ ଆସି ଥିବାରୁ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ଅଞ୍ଚଳବାସୀ ନାନା ଆଶଙ୍କାରେ ଦିନ କାଟୁଛନ୍ତି।୨ ନମ୍ବର ଆକ୍ରାନ୍ତ ଜଣକ ପିଙ୍ଗୁ ପଞ୍ଚାୟତର। ସେ ୪ ତାରିଖରେ କପ୍ତିପଦା କ୍ୱାରାଣ୍ଟାଇନ୍‌ ସେଣ୍ଟରଠାରେ ଓହ୍ଲାଇବା ପରେ ପ୍ରଶାସନର ଗାଡ଼ିରେ ନ ଆସି ନିଜ କାରରେ ପରିବାର ଲୋକଙ୍କ ସହିତ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଆସିଥିଲେ। ସେହି ସମୟରେ ସେ କପ୍ତିପଦା, ଉଦଳା ଓ ପିଙ୍ଗୁର ବିଭିନ୍ନ ଜାଗା ବୁଲିବା ସହିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅଞ୍ଚଳବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ସୁରଟରୁ ବସ୍‌ରେ ଆସି ବାଲେଶ୍ୱର ଜିଲା ସୋରରେ ଓହ୍ଲାଇଥିଲେ। ସେଠାରୁ ଏକ ଘରୋଇ କାରରେ କପ୍ତିପଦା ଆସିଥିଲେ। ସେ କ୍ୱାରାଣ୍ଟାଇନ୍‌ ନିୟମ ନ ମାନି ପରିବାର ଲୋକଙ୍କ ସହ ମିଳାମିଶା କରିବା ସହ କପ୍ତିିପଦା ବଜାରରେ ବୁଲାବୁଲି କରିଥିଲେ। ତେଣୁ ତାଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ପ୍ରଶାସନ ଭଲ ଭାବେ ଯାଞ୍ଚ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏନେଇ ତହସିଲଦାର ରାଧାରଞ୍ଜନ ଦାସଙ୍କୁ ପଚାରିବାରୁ କାର ଡ୍ରାଇଭରଙ୍କୁ କ୍ୱାରାଣ୍ଟାଇନ୍‌କୁ ନେଇ ରବିବାର ତାଙ୍କ ସ୍ବାବ ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri