୨୬ ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ:ତୁରନ୍ତ କ୍ୱାର୍ଟର୍ସ ଛାଡ଼, ନଚେତ୍‌ ବିଦ୍ୟୁତ୍‌, ପାଣି ବନ୍ଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ସରକାରୀ କ୍ୱାର୍ଟର୍ସଗୁଡିକୁ ତୁରନ୍ତ ଛାଡିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ପାଣି ଓ ବିଦ୍ୟୁତ୍‌ ଯୋଗାଉଥିବା ବିଭାଗଗୁଡିକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଯେଉଁ ପୂର୍ବତନ ବିଧାୟକମାନେ ଗତ ନିର୍ବାଚନରେ ପରାଜିତ ହୋଇ କ୍ୱାର୍ଟର୍ସ ଛାଡୁ ନାହାନ୍ତି ସେମାନେ ତୁରନ୍ତ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ସେହି କ୍ୱାର୍ଟର୍ସକୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି। ସେହି କ୍ୱାର୍ଟର୍ସଗୁଡିକୁ ନୂତନ ବିଧାୟକମାନଙ୍କୁ ଆଲଟ୍‌ କରାଯାଇଛି। କ୍ୱାର୍ଟର୍ସ ଛାଡି ନ ଥିବାରୁ ନୂତନ ବିଧାୟକଙ୍କୁ ଯୋଗାଇ ଦିଆଯାଇ ପାରୁ ନାହିଁ। କ୍ୱାର୍ଟର୍ସ ଛାଡିବାକୁ ଯେଉଁମାନଙ୍କୁ ନୋଟିସ କରାଯାଇଛି ସେମାନେ ହେଲେ ପୂର୍ବତନ ବିଧାୟକ ବସନ୍ତ କୁମାର ପଣ୍ଡା, ବେଦ ପ୍ରକାଶ ଅଗ୍ରଓ୍ବାଲ, ଭୁଜବଳ ମାଝି, ବିଭୂତି ଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝି, ଗୋଲକ ବିହାରୀ ନାଏକ, ଯୁଗଳ କିଶୋର ପଟ୍ଟନାୟକ, କିଶୋର ଚନ୍ଦ୍ର ତରାଇ, ମହେଶ ସାହୁ, ନନ୍ଦିନୀ ଦେବୀ, ନୀତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନାଏକ, ରମେଶ ଚନ୍ଦ୍ର ମାଝି, ସାନନ୍ଦ ମାରାଣ୍ଡି, ସଞ୍ଜୟ କୁମାର ଦାସବର୍ମା, ସଞ୍ଜୀବ କୁମାର ସାହୁ, ସରୋଜ କୁମାର ସାମଲ, ସୁବଳ ସାହୁ, ସରୋଜିନୀ ହେମ୍ବ୍ରମ ଏବଂ ଝିନ୍ନ ହିକ୍‌କା। ଏଠାରେ ସୂଚନା ଯୋଗ୍ୟ ଯେ ଭୁଜବଳ ମାଝି ଏବଂ ରବି ନାରାୟଣ ନାୟକ ଦୁଇଟି ଲେଖାଏ ସରକାରୀ କ୍ୱାର୍ଟର୍ସକୁ ନିଜ ଅକ୍ତିଆରରେ ରଖିଛନ୍ତି। ଗତ ମାସ ମଧ୍ୟରେ ୨ଥର କ୍ୱାର୍ଟର୍ସ ଛାଡିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣ ଏମ୍‌ପି ହୋଇଥିଲେ ମଧ୍ୟ କ୍ୱାର୍ଟର୍ସକୁ ମାଡି ବସି ରଖିଛନ୍ତି। ତେବେ ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରପାଠୀଙ୍କ ପୁତ୍ର ବିଧାୟକ ଥିବାରୁ ବାପାଙ୍କ କ୍ୱାର୍ଟର୍ସକୁ ନିଜ ନାମରେ କରିବାକୁ ଉଦ୍ୟମ କରୁଛନ୍ତି। ସେହିପରି ସ୍ବର୍ଗତ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲ ବିଧାୟକ ଥିବାରୁ ନିଜ ନାମରେ ତାଙ୍କ ସ୍ବାମୀଙ୍କ କ୍ୱାର୍ଟର୍ସକୁ ରଖିବାକୁ ଚାହୁଛନ୍ତି। ସେହିପରି ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ନାମରେ ଥିବା କ୍ୱାର୍ଟର୍ସକୁ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ବିଧାୟିକ ରୀତା ସାହୁଙ୍କ ଦଖଲରେ ରହିଛି। ବିଜେଡି ତାଙ୍କୁ ଆଗାମୀ ବିଜେପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବା ସମ୍ଭାବନା ଥିବାରୁ ସେ କ୍ୱାର୍ଟର୍ସ ଛାଡି ନ ପାରନ୍ତି ବୋଲି କୁହାଯାଇଛି।
ଥରେ ବିଧାନସଭାକୁ ନିର୍ବାଚିତ ହେଲେ ସରକାରଙ୍କ ତରଫରୁ ମିଳିଥିବା କ୍ୱାର୍ଟର୍ସକୁ ଆଉ ବିଧାୟକମାନେ ଛାଡିବାକୁ ନାରାଜ। ଭୁବନେଶ୍ୱରରେ ଏତେ ଶସ୍ତାରେ ଘର ମିଳିବା କଷ୍ଟ। ନିଜର ବିଭିନ୍ନ କାର୍ଯ୍ୟ ପାଇଁ ରାଜଧାନୀରେ ପୂର୍ବତନ ବିଧାୟକ, ମନ୍ତ୍ରୀଙ୍କ ନାମରେ ଥିବା କ୍ୱାର୍ଟର୍ସ ବର୍ଷ ବର୍ଷ ଧରି ନିଜ ଅକ୍ତିଆରରେ ରଖାଯାଇଛି। ନବ ନିର୍ବାଚିତ ବିଧାୟକମାନେ କ୍ୱାର୍ଟର୍ସ ନ ପାଇ ଏଣେ ତେଣେ ରହୁଛନ୍ତି। ଗତ ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏ ନେଇ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏପରି କି ତାଙ୍କୁ ରାଜ୍ୟ ସରକାରଙ୍କ ଅତିଥି ଭବନ ବାରଣ୍ଡାରେ ରାତି କାଟିବାକୁ ପଡୁଛି ବୋଲି କହିଥିଲେ। ଜୀବନ ପ୍ରତି ବିପଦ ଅଛି ତୁରନ୍ତ କ୍ୱାର୍ଟର୍ସ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri