୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦

ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ସୋମବାର ଅପରାହ୍ନ ୪ଟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଶାନ୍ତିଶୃଙ୍ଖଳା ଓ ପରସ୍ପର ମଧ୍ୟରେ ସହଯୋଗର ମନୋବୃତ୍ତି ରଖି ଉତ୍ସବ ଆୟୋଜନ କରିବା ସହ ଢେଙ୍କାନାଳର ଐତିହ୍ୟ, ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଶୋଭାଯାତ୍ରା ସମୟରେ ପୂଜା ଅନୁଷ୍ଠାନଗୁଡିକର କର୍ମକର୍ତ୍ତାମାନେ ମେଢ ସହ ରହିବା ପାଇଁ ସେ କହିଥିଲେ ା ବୈଠକରେ ହୋଇଥିବା ଆଲୋଚନା ମୁତାବକ, ରାତି ପ୍ରାୟ ୧୧ଟା ମଧ୍ୟରେ ମେଢଗୁଡିକୁ କାଠଶଙ୍ଖ ଏବଂ ଅନ୍ୟାନ୍ୟ ଜଳାଶୟ ଗୁଡିକରେ ବିସର୍ଜନ କରିବା ପାଇଁ ପ୍ରୟାସ କରାଯିବ। ସକାଳ ୯ଟାରେ ୧ନଂ ମେଢ ମିନାବଜାର ପୂଜା ମଣ୍ଡପଠାରେ ଭସାଣି ଶୋଭାଯାତ୍ରା ଶୁଭାରମ୍ଭ ହେବ। ସେହିପରି ଯେଉଁ ମେଢଗୁଡିକ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ହେଉନାହିଁ ସେଗୁଡିକ ସନ୍ଧ୍ୟା ୬ଟା ପୂର୍ବରୁ ବାଜିଚୌକ ପର୍ଯ୍ୟନ୍ତ ଆସି ବିସର୍ଜନ ସ୍ଥଳିକୁ ଯିବା ପାଇଁ ଆଲୋଚନା ହୋଇଥିଲା ା ଚଳିତବର୍ଷ ମିଳିତ ଭସାଣି ଶୋଭାଯାତ୍ରାରେ ପ୍ରାୟ ୨୫ ମେଢ ସାମିଲ ହେବେ। ଦିନ ୧ଟାରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଅନୁଷ୍ଠିତ ହେବ। ଭସାଣିରେ ଶବ୍ଦ ପ୍ରଦୂଷଣ ରୋକାଯିବା ଉପରେ ଗୁରୁତ୍ୱ ଦିଆଯିବ। ମେଢରୁ ମେଢ ମଧ୍ୟରେ ୫୦ ଫୁଟ ଦୂରତା ରହିବ ା ପୂଜା ପ୍ରତିଷ୍ଠାନର ସଦସ୍ୟ, କର୍ମକର୍ତ୍ତାମାନେ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବେ। ଏଥିପୂର୍ବରୁ ଜଳାଶୟଗୁଡିକୁ ବିସର୍ଜନ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ପୌରସଂସ୍ଥା କର୍ତ୍ତୃପକ୍ଷ ଓ ପୂର୍ତ୍ତବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶୋଭାଯାତ୍ରା ଯିବା ବାଟରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ମରାମତି କରାଯିବାକୁ ସେସୁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ମିଳିତବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ଭସାଣି ଶୋଭାଯାତ୍ରାର କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବ ପୂଜା କମିଟି ବୈଠରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ପୂଜା ପ୍ରତିଷ୍ଠାନଗୁଡିକ ପକ୍ଷରୁ ପ୍ରଦୀପ କୁମାର ଚୌଧୁରୀ, ସୁଧାଂଶୁ କୁମାର ଦଳେଇ, ଗୋପାଳ ପାତ୍ର, ଜ୍ଞାନେନ୍ଦ୍ର ବେହେରା, ଭାବଗ୍ରାହୀ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଭସାଣି ଶୋଭାଯାତ୍ରାର ସମୟ ସାରଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?