Posted inଜାତୀୟ

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’ ନାମକ ଭେଣ୍ଡି କିସମ ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଡି ଦେଖିବାକୁ ଲାଲ୍‌ ରଙ୍ଗ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌, ଆଇରନ୍‌ ଏବଂ କ୍ୟାଲସିୟମ୍‌ ରହିଛି। ଏହି ଭେଣ୍ଡି କିସମ କିଲୋ ପିଛା ଶହେରୁ ୫ ଶହ ଟଙ୍କାରେ ବିକ୍ରି ରହିଛି। ତେବେ ଏହାର ବିହନ ଖୁବ୍‌ ଶୀଘ୍ର ଦେଶର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡ. ବିଜେନ୍ଦ୍ରଙ୍କ ନେତୃତ୍ୱରେ ଏଭଳି କିସମ ଭେଣ୍ଡି ଲାଗି ୧୯୯୫-୯୬ରେ ଗବେଷଣା ଆରମ୍ଭ ହୋଇଥିଲା। ଗବେଷଣାରେ ତାଙ୍କୁ ଡ.ଏସ୍‌.କେ. ସାନଓ୍ବାଲ, ଡ. ଜି.ପି. ମିଶ୍ରା ଏବଂ ଟେକ୍ନିକାଲ ସହାୟକ ସୁଭାଷ ଚନ୍ଦ୍ର ପ୍ରମୁଖ ଆବଶ୍ୟକ ସହାୟତା କରିଥିଲେ। ଏହି ଭେଣ୍ଡି କିସମ ୧୧-୧୪ ସେମି ଲମ୍ବ ହୋଇଥିବାବେଳେ ଏହାର ଗୋଲେଇ ୧.୫-୧.୬ ସେମି ରହିଛି। ଏହି ରଙ୍ଗର ଭେଣ୍ଡି ସାଧାରଣତଃ ପାଶ୍ଚାତ୍ୟ ରାଷ୍ଟ୍ରରେ ଅଧିକ ଚାଷ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?