୨୧ବର୍ଷ ପରେ ଅଲଗା ହେଲେ ଅର୍ଜୁନ-ମେହେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୁନ ରାମପାଲ ତାଙ୍କ ସ୍ତ୍ରୀ ମେହେର ଜେସିୟାଙ୍କଠାରୁ ଦୀର୍ଘ ୨୧ ବର୍ଷ ପରେ ବିଧିବଦ୍ଧ ଭାବେ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଡିଭୋର୍ସକୁ ମଞ୍ଜୁରୀ ମିଳିଛି। ୨୧ ବର୍ଷ ଏକାଠି ରହିବା ପରେ ଉଭୟ ଅର୍ଜୁନ ଓ ମେହେର ୩୦ ଏପ୍ରିଲ ୨୦୧୯ରେ ଅଲଗା ହେବା ପାଇଁ ଆବେଦନ କରିଥିଲେ। ଆଉ ଏହାର ୬ ମାସ ପରେ ଉଭୟ ଆଇନ୍‌ ଅନୁଯାୟୀ ଅଲଗା ହୋଇଯାଇଛନ୍ତି। ତେବେ ଅର୍ଜୁନଙ୍କର ୨ ଝିଅ ମାହିକା ଓ ମାୟରା ସ୍ତ୍ରୀ ମେହେରଙ୍କ ପାଖେ ରହିବେ। ସୂଚନାଯୋଗ୍ୟ, ଅର୍ଜୁନ ୧୯୯୮ରେ ସୁପର ମଡେଲ ମେହେର ଜେସିୟାଙ୍କୁ ବିବାହ କରିଥିଲେ। ୨୦୧୧ ପରଠାରୁ ଉଭୟଙ୍କ ଭିତରେ କଳହ ଆରମ୍ଭ ହୋଇଯାଇଥିଲା। ୨୦୧୮ରେ ଏମାନେ ଅଲଗା ହେବେ ବୋଲି ଘୋଷଣା କରିଥିଲେ। ଆଉ ଏହାପରେ ଅର୍ଜୁନ ଅଲଗା ହୋଇ ରହୁଥିଲେ। ଅନ୍ୟପଟେ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲା ଡେମେଟ୍ରିଏଡସ୍‌ଙ୍କର ପୁଅ ଅଛି ଯାହାର ଜନ୍ମ ଚଳିତ ବର୍ଷ ଜୁଲାଇ ୧୮ରେ ହୋଇଛି। ଏମାନଙ୍କ ଲଭ୍‌ ଷ୍ଟୋରୀ ୨୦୦୯ ଆଇପିଏଲ୍‌ ମ୍ୟାଚ ସମୟରୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri