‘ଚେହ୍‌ରେ’ର ନୂଆ ଚେହେରା ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଚେହ୍‌ରେ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଥମେ ଫିଲ୍ମର ଷ୍ଟାର୍‌-କାଷ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପରେ ଯୋଡ଼ି ହୋଇଗଲା ହିରୋଇନ୍‌ଙ୍କ ସହ ବିବାଦ। ଅର୍ଥାତ୍‌ ଫିଲ୍ମରେ ମହାନାୟକ ଅମିତାଭ୍‌ ବଚ୍ଚନ ଏବଂ ଇମ୍ରାନ୍‌ ହାସ୍‌ମୀଙ୍କ ସହ କ୍ରିତି ଖରବନ୍ଦା ନଜର ଆସିବେ ବୋଲି ଘୋଷଣା କରାଯିବା ପରଠାରୁ ହିଁ ଫିଲ୍ମ ଚର୍ଚ୍ଚାରେ ଥିଲା। ପରେ କିନ୍ତୁ କ୍ରିତିଙ୍କ ନଖରାମି ପାଇଁ ତାଙ୍କୁ ଫିଲ୍ମରୁ ଆଉଟ୍‌ କରାଗଲା। ଏବେ ‘ଚେହ୍‌ରେ’ ପାଇଁ ନୂଆ ଚେହେରା ଖୋଜା ଚାଲିଛି। ତାଜା ଅପ୍‌ଡେଟ୍‌ସ ଅନୁଯାୟୀ, ଫିଲ୍ମର ପ୍ରଯୋଜକ ଆନନ୍ଦ ପଣ୍ଡିତ୍‌ ଏନେଇ ଅଙ୍କିତା ଲୋଖଣ୍ଡେଙ୍କ ସହ ସାକ୍ଷାତ୍‌ କରିଛନ୍ତି। ପ୍ରଯୋଜକଙ୍କଠାରୁ ଫିଲ୍ମ ‘ଚେହ୍‌ରେ’ର କାହାଣୀ ଶୁଣିବା ପରେ ଅଙ୍କିତା ମଧ୍ୟ ରାଜି ହୋଇଯାଇଛନ୍ତି। ତେବେ ପେପର୍‌ ଓ୍ବାର୍କ ଏଯାଏ ହୋଇନାହିଁ। ଯଦି ଅଙ୍କିତା ଏହି ଫିଲ୍ମ ସାଇନ୍‌ କରିଦିଅନ୍ତି, ତେବେ ଏହା ତାଙ୍କର ୩ୟ ଫିଲ୍ମ ହେବ। ଟିଭି ପରଦାରେ ସଫଳତାର ଶୀର୍ଷକୁ ପହଞ୍ଚିବା ପରେ ଫିଲ୍ମ ‘ମଣିକର୍ଣ୍ଣିକା’ରୁ ଅଙ୍କିତା ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାସହ ରିତେଶ୍‌ ଦେଶମୁଖ୍‌ଙ୍କ ଅପୋଜିଟ୍‌ରେ ସେ ଫିଲ୍ମ ‘ବାଗୀ-୩’ ମଧ୍ୟ ନଜରକୁ ଆସିବେ। ତେବେ ସବୁଠାରୁ ମଜାଦାର କଥା ହେଲା ପ୍ରଯୋଜକ ଆନନ୍ଦ ପଣ୍ଡିତ୍‌ଙ୍କ ଘର ସାମ୍ନାରେ ଅଙ୍କିତାଙ୍କ ପରେ ପରେ ନାୟିକା ମୌନୀ ରୟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ପ୍ରଯୋଜକ ତାଙ୍କ ସହ ମଧ୍ୟ ଫିଲ୍ମ ‘ଚେହ୍‌ରେ’ ପାଇଁ ଆଲୋଚନା କରିଛନ୍ତି କି ନାହିଁ, ସେ ବିଷୟରେ କୌଣସି ତଥ୍ୟ ଜଣାପଡ଼ିନାହିଁ। ତେବେ ‘ଚେହ୍‌ରେ’ର ନୂଆ ଚେହେରା କିଏ, ସେନେଇ ଆମେ ଜଲ୍‌ଦି ଆପଣଙ୍କୁ ଅପ୍‌ଡେଟ୍‌ ଦେବୁ। ଅନ୍ୟପକ୍ଷରେ କ୍ରିତିଙ୍କୁ ନେଇ ଫିଲ୍ମର ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ସରିଥିବାବେଳେ ଏବେ ନୂଆ ନାୟିକାଙ୍କ ସହ ପୁଣି ଶୁଟ୍‌ ହେବ। ସେହିଭଳି ୨ୟ ସିଡ୍ୟୁଲ୍‌ର ଶୁଟିଂ ପୋଲାଣ୍ଡରେ ମାଇନସ୍‌ ୧୦ ଡିଗ୍ରୀ ତାପମାତ୍ରାରେ କରାଯିବ। ଫିଲ୍ମରେ ବିଗ୍‌ ବି ଏବଂ ଇମ୍ରାନ୍‌ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଫିଲ୍ମଟି ଏକ ମିଷ୍ଟ୍ରି ଥ୍ରୀଲର୍‌ ହୋଇଥିବାବେଳେ ୨୦୨୦ ଏପ୍ରିଲ ୨୪ରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri