୨୦ବର୍ଷ ପରେ ଫେରିଲେ ବିଷ୍ଣୁ

ଢେଙ୍କାନାଳ ଅଫିସ, ୯।୧୧ – ନିଖୋଜର ୨୦ ବର୍ଷ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ଥାନା ଗୁଣ୍ଡୁରାପଶି ଗ୍ରାମର ବିଷ୍ଣୁ ଚରଣ ସାହୁ (୫୪)। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବିଷ୍ଣୁ ୨୦ବର୍ଷ ତଳେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ବିଷ୍ଣୁଙ୍କ କହିବା କଥା, ଘରୁ ପଳାଇ ଯିବା ପରେ ସେ ଯାଜପୁର ଜିଲା ଚଢ଼େଇଧରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରେ ରହୁଥିଲେ। ଘରକୁ ଫେରିବାକୁ ଇଚ୍ଛା ଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଛାଡୁ ନ ଥିଲେ। ଏ ନେଇ ବିଷ୍ଣୁ କୌଣସିମତେ ଗଁଦିଆ ପୋଲିସକୁ ସୂଚନା ଦେଇଥିଲେ। ଥାନାଧିକାରୀ ଜିତେନ୍ଦ୍ର ସାହୁ ସଦଳବଳ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ପୋଲିସ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ହେଲେ ବିଷ୍ଣୁଙ୍କ ପୁଅ ବାପାଙ୍କୁ ପାଖରେ ରଖିବାକୁ ଅରାଜି ହୋଇଥିଲେ। ବିଷ୍ଣୁ ନିଜର ଭାଇ ସହ ଘରକୁ ଯାଇଥିବା ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri