୧୮ରୁ ଶିମିଳିପାଳରେ ବାଘଗଣନା

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆସନ୍ତା ୧୮ ତାରିଖରୁ ମହାବଳ ବାଘଗଣନା ଆରମ୍ଭ ହେବ। ଏହା ୭ଦିନ ଧରି ଚାଲିବ। ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୧୭୩ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ରେଞ୍ଜ ଅଫିସର, ଏସିଏଫ୍‌ ଓ ଉପନିର୍ଦ୍ଦେଶକମାନେ ଉକ୍ତ କାର୍ଯ୍ୟକୁ ତଦାରଖ କରିବେ ବୋଲି ବିଭାଗ ସୂଚନା ଦେଇଛି।
୨୭୫୦ ବର୍ଗ କି.ମି. ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସ୍‌ଟିଆର) ଅଧୀନରେ ୨ଟି ଡିଭିଜନ ରହିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ୧୬ଟି ରେଞ୍ଜର ୧୭୩ଟି ବିଟ୍‌ ହାଉସ୍‌ରେ ଏହି ଗଣନା କାର୍ଯ୍ୟ କରାଯିବ। ସେହିପରି ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଡିଭିଜନ ଅଧୀନରେ ଥିବା କେତେକ ରେଞ୍ଜରେ ବାଘଗଣନା କରାଯିବା ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରେସର ଇମ୍ପ୍ରେସନ ପ୍ୟାଡ୍‌ ଅଥବା ପିଆଇପି, ଟ୍ରାପ କ୍ୟାମେରା, ପଗ ମାର୍କ(ପାଦ ଚିହ୍ନ), ଗଣନା ଓ ଟ୍ରାନଜେକ୍ଟ ଲାଇନ ମାଧ୍ୟମରେ ବାଘ ଗଣନା କରାଯିବ। ଠିକ୍‌ ଭାବେ ଗଣନା କରାଯିବା ପାଇଁ ଏକ ସ୍ବତନ୍ତ୍ର ଆପ୍‌ର ବ୍ୟବହାର କରାଯାଉଛି। ସେହିପରି ଅଭୟାରଣ୍ୟର ଚହଲା, ପିଠାବଟା ଆଦି ଅଞ୍ଚଳରେ ବାଘର ଉପସ୍ଥିତିକୁ ନେଇ ଟ୍ରାପ୍‌ କ୍ୟାମେରାର ସହାୟତା ନିଆଯାଉଛି। ଏପରିକି ବିରଳ ପ୍ରଜାତିର କଳା ବାଘକୁ ନେଇ ଶିମିଳିପାଳ ସ୍ବତନ୍ତ୍ରତା ହାସଲ କରିଥିବା ବେଳେ ଏହାର ସ୍ଥିତି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ଗଣତି ପ୍ରକ୍ରିୟାରେ ବନବିଭାଗ ପକ୍ଷରୁ ତାଲିମପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ତେବେ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଅଧିକାରୀ ଓ କର୍ମଚାରୀମାନେ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri