‘୧୮ତାରିଖ ସୁଦ୍ଧା ରିପୋର୍ଟ ଦିଅ’: କୃଷି ବିଭାଗକୁ ଜିଲାପାଳଙ୍କ ନିର୍ଦ୍ଦେଶ

ବାହାନଗା, ୧୩ା୧୧(ଡି.ଏନ.ଏ.)-ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ବୁଲବୁଲ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ା କୃଷିବିଭାଗ ତରଫରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ା ବ୍ଲକର ୨୪ ପଞ୍ଚାୟତର ୧୮ ହଜାର ୧୦୮ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥିଲା ା ତେବେ ପ୍ରବଳ ବେଗରେ ପବନ ବହି ୨୪ ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷ ଜମିରେ ଥିବା ଥୋଡ ଧାନ ଓ ବାହାରୁଥିବା ଧାନ ଉପରେ ପାଣି ଉପରେ ମାଡିଯାଇଛି ା ଧାନ ଗଛ ଉପରେ ବର୍ଷା ପାଣି ଲହଡି ଖେଳୁଛି ା ଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବ୍ୟାପକ କ୍ଷତି ହୋଇଛି ା
କୃଷି ବିଭାଗ ତରଫରୁ କରାଯାଇଥିବା ପ୍ରାଥମିକ ଆକଳନରେ ବ୍ଲକର ଶତକଡା ୩୫ ଭାଗ ଧାନ କ୍ଷତି ହୋଇଛି। ଫଳରେ ୧୮ହଜାର ୧୦୮ ହେକ୍ଟର ମଧ୍ୟରୁ ୩ ହଜାର ହେକ୍ଟର ଜମିର ଧାନ କ୍ଷତି ହୋଇଥିବା ଜଣାପଡିଛି ା ବ୍ଲକର ୨୪ ପଞ୍ଚାୟତର ୧୭୪ଟି ଗ୍ରାମରେ ଥିବା ଚାଷ ଜମି ମଧ୍ୟରୁ କେତେକାଂଶରେ ୧୦ରୁ ୨୦ ଭାଗ ଜମିର ଧାନ କ୍ଷତି ହୋଇଥିବା ଜଣାପଡିଛି ା ଆସନ୍ତା ୧୮ ତାରିଖ ସୁଦ୍ଧା ବିଭାଗକୁ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଣ୍ଡାଶୁଣି, ବରିପଦା, ଗୋପାଳପୁର ଓ ଚିତ୍ତଳ ପଞ୍ଚାୟତରେ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତେବେ ପବନ ୭୦ ରୁ ୮୦ କିଲୋମିଟର ବେଗରେ ବହିଥିବାରୁ ବିଶେଷ କରି ପାଚି ଆସୁଥିବା ଧାନ ଗଛ ଉପରେ ଏହାର ପ୍ରଭାବ ପଡିଥିବା ବିଭାଗ ତରଫରୁ କୁହାଯାଇଛି। ଏ ବିଷୟରେ ବାଲିକତ୍ତିରଣ ଗ୍ରାମର ଚାଷୀ ଭାସ୍କର ଚନ୍ଦ୍ର ଦାସ, ବୁଦ୍ଧିରାମ ସାହୁ, ରଞ୍ଜିତା ଦାସ, ଚିତ୍ତଳର ଦିବାକର ମହାଳିକ, କରଞ୍ଜାବିନ୍ଧା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଯେନା, ଅରୁଣ କୁମାର ଯେନା, ଦୟାନିଧି ବେହେରା, ଗିଲିଦାର ଅନନ୍ତ କୁମାର ପଣ୍ଡା ପ୍ରମୁଖ ଧାନ ପାଣିରେ ବୁଡି ରହିଥିବାରୁ ତାହା ବିକ୍ରି ଉପଯୋଗୀ ହେବନାହିଁ ା ଅନ୍ୟପକ୍ଷରେ ବାହାରୁଥିବା ଧାନସବୁ ପବନ ମାଡରେ ଅଗାଡି ହୋଇଯିବ । ଧାର କରଜ ଓ ବ୍ୟାଙ୍କରୁ ଚାଷ ଋଣ କରିଥିବା ବେଳେ ଏବେ ଧାନର ଯେଉଁ ଅବସ୍ଥା ହୋଇଛି ତାହା ମିଳିବା ଅସମ୍ଭବ ହୋଇପଡିଛି। ତାହା କିପରି ପରିଶେଧ କରାଯିବା ସେହି ଚିନ୍ତାରେ ମୁଣ୍ଡ କାମ କରୁନାହିଁ ା ଏକର ଏକର ଜିମିରେ ଧାନ ଗଛ ପାଣିରେ ଶୋଇରହିଛି ା ସରକାର ଘୋଷଣା କରିଥିବା ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ବୋଲି ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ବ୍ଲକ ସହକରି କୃଷି ଅଧିକାରୀ ରଙ୍ଗନାଥ ପାତ୍ର କହିଛନ୍ତି, ବ୍ଲକର ଶତକଡା ୩୫ ଭାଗ ଜମିରେ ଧାନ ନଷ୍ଟ ହୋଇଥିବା ଦେଖାଯାଇଛି। ପୁନର୍ବାର ଆରଆଇ, ଭିଏଲଡବ୍ଲ୍ୟୁମାନଙ୍କ ଦ୍ୱାରା ମିଳିତ ତଦନ୍ତ କରିବା ପରେ ପ୍ରକୃତ କେତେ କ୍ଷତି ହୋଇଛି ଜଣାପଡିବ ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri