‘୧୮ତାରିଖ ସୁଦ୍ଧା ରିପୋର୍ଟ ଦିଅ’: କୃଷି ବିଭାଗକୁ ଜିଲାପାଳଙ୍କ ନିର୍ଦ୍ଦେଶ

ବାହାନଗା, ୧୩ା୧୧(ଡି.ଏନ.ଏ.)-ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ବୁଲବୁଲ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ା କୃଷିବିଭାଗ ତରଫରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ା ବ୍ଲକର ୨୪ ପଞ୍ଚାୟତର ୧୮ ହଜାର ୧୦୮ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥିଲା ା ତେବେ ପ୍ରବଳ ବେଗରେ ପବନ ବହି ୨୪ ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷ ଜମିରେ ଥିବା ଥୋଡ ଧାନ ଓ ବାହାରୁଥିବା ଧାନ ଉପରେ ପାଣି ଉପରେ ମାଡିଯାଇଛି ା ଧାନ ଗଛ ଉପରେ ବର୍ଷା ପାଣି ଲହଡି ଖେଳୁଛି ା ଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବ୍ୟାପକ କ୍ଷତି ହୋଇଛି ା
କୃଷି ବିଭାଗ ତରଫରୁ କରାଯାଇଥିବା ପ୍ରାଥମିକ ଆକଳନରେ ବ୍ଲକର ଶତକଡା ୩୫ ଭାଗ ଧାନ କ୍ଷତି ହୋଇଛି। ଫଳରେ ୧୮ହଜାର ୧୦୮ ହେକ୍ଟର ମଧ୍ୟରୁ ୩ ହଜାର ହେକ୍ଟର ଜମିର ଧାନ କ୍ଷତି ହୋଇଥିବା ଜଣାପଡିଛି ା ବ୍ଲକର ୨୪ ପଞ୍ଚାୟତର ୧୭୪ଟି ଗ୍ରାମରେ ଥିବା ଚାଷ ଜମି ମଧ୍ୟରୁ କେତେକାଂଶରେ ୧୦ରୁ ୨୦ ଭାଗ ଜମିର ଧାନ କ୍ଷତି ହୋଇଥିବା ଜଣାପଡିଛି ା ଆସନ୍ତା ୧୮ ତାରିଖ ସୁଦ୍ଧା ବିଭାଗକୁ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଣ୍ଡାଶୁଣି, ବରିପଦା, ଗୋପାଳପୁର ଓ ଚିତ୍ତଳ ପଞ୍ଚାୟତରେ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତେବେ ପବନ ୭୦ ରୁ ୮୦ କିଲୋମିଟର ବେଗରେ ବହିଥିବାରୁ ବିଶେଷ କରି ପାଚି ଆସୁଥିବା ଧାନ ଗଛ ଉପରେ ଏହାର ପ୍ରଭାବ ପଡିଥିବା ବିଭାଗ ତରଫରୁ କୁହାଯାଇଛି। ଏ ବିଷୟରେ ବାଲିକତ୍ତିରଣ ଗ୍ରାମର ଚାଷୀ ଭାସ୍କର ଚନ୍ଦ୍ର ଦାସ, ବୁଦ୍ଧିରାମ ସାହୁ, ରଞ୍ଜିତା ଦାସ, ଚିତ୍ତଳର ଦିବାକର ମହାଳିକ, କରଞ୍ଜାବିନ୍ଧା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଯେନା, ଅରୁଣ କୁମାର ଯେନା, ଦୟାନିଧି ବେହେରା, ଗିଲିଦାର ଅନନ୍ତ କୁମାର ପଣ୍ଡା ପ୍ରମୁଖ ଧାନ ପାଣିରେ ବୁଡି ରହିଥିବାରୁ ତାହା ବିକ୍ରି ଉପଯୋଗୀ ହେବନାହିଁ ା ଅନ୍ୟପକ୍ଷରେ ବାହାରୁଥିବା ଧାନସବୁ ପବନ ମାଡରେ ଅଗାଡି ହୋଇଯିବ । ଧାର କରଜ ଓ ବ୍ୟାଙ୍କରୁ ଚାଷ ଋଣ କରିଥିବା ବେଳେ ଏବେ ଧାନର ଯେଉଁ ଅବସ୍ଥା ହୋଇଛି ତାହା ମିଳିବା ଅସମ୍ଭବ ହୋଇପଡିଛି। ତାହା କିପରି ପରିଶେଧ କରାଯିବା ସେହି ଚିନ୍ତାରେ ମୁଣ୍ଡ କାମ କରୁନାହିଁ ା ଏକର ଏକର ଜିମିରେ ଧାନ ଗଛ ପାଣିରେ ଶୋଇରହିଛି ା ସରକାର ଘୋଷଣା କରିଥିବା ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ବୋଲି ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ବ୍ଲକ ସହକରି କୃଷି ଅଧିକାରୀ ରଙ୍ଗନାଥ ପାତ୍ର କହିଛନ୍ତି, ବ୍ଲକର ଶତକଡା ୩୫ ଭାଗ ଜମିରେ ଧାନ ନଷ୍ଟ ହୋଇଥିବା ଦେଖାଯାଇଛି। ପୁନର୍ବାର ଆରଆଇ, ଭିଏଲଡବ୍ଲ୍ୟୁମାନଙ୍କ ଦ୍ୱାରା ମିଳିତ ତଦନ୍ତ କରିବା ପରେ ପ୍ରକୃତ କେତେ କ୍ଷତି ହୋଇଛି ଜଣାପଡିବ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?