୧୫ ଫୁଟ ଖାଲରୁ ଭାଲୁ ଉଦ୍ଧାର

ଝରିଗାଁ,୨୬ା୧୨(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କାଦମଲ୍ଲୀ ଗ୍ରାମର ଏକ ଚାଷ ଜମିରେ ଖୋଳା ଯାଇଥିବା ୧୫ଫୁଟ ଖାଲରୁ ଏକ ଭାଲୁକୁ ବୁଧବାର ବନବିଭାଗ ଉଦ୍ଧାର କରିଛି। କାଦମଲ୍ଲୀ ଗ୍ରାମର ଅରକ୍ଷିତ ମାଝି ନିଜ ଚାଷଜମିରେ ପାଣି ପାଇଁ କିଛି ଦିନ ତଳେ ଏକ ଗାତ ଖୋଳିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ସେହି ଖାଲରେ ଗୋଟିଏ ଭାଲୁ ପଡିଯାଇଥିଲା। ବୁଧବାର ସକାଳୁ କୌଣସି ବନ୍ୟଜନ୍ତୁ ଜମିରେ ଗର୍ଜନ କରୁଥିବା ଅରକ୍ଷିତ ଶୁଣିବାକୁ ପାଇଥିଲେ। ଜମିରେ ଖୋଳିଥିବା ଖାଲରେ ଭାଲୁ ପଡିଥିବା ସେ ଦେଖିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଝରିଗାଁ ବନ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଖବରପାଇ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ହରେଲାଲ ନିଆଲ, ଚନ୍ଦ୍ରଧ୍ୱଜ ଲାମତା, ରାଜୁ ମଣ୍ଡଳ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥଲେ। ଏହାପରେ ଜିଲା ବନ ବିଭାଗକୁ ଜଣାଇବା ପରେ ପାପଡାହାଣ୍ଡି ବନ ବିଭାଗ ଅଧିକାରୀ ଏ.ମନୋଜଙ୍କ ନେତୃତ୍ୱରେ ଏକ ଟିମ୍‌ କାଦମଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ବହୁ ସମୟ ଧରି ବନ କର୍ମଚାରୀ ଚେଷ୍ଟା କରିବା ପରେ ଖାଲରୁ ଭାଲୁକୁ ଉଦ୍ଧାର କରାଯାଇ ଏକ ଯନ୍ତାରେ ରଖାଯାଇଥିଲା। ଭାଲୁର ବୟସ ପ୍ରାୟ ୧୦ ବର୍ଷ ହୋଇଥିବା ବେଳେ ଓଜନ ୧୨୦ କେଜି ରହିଛି। ଭାଲୁର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ନିକଟରେ ରହିଥିବା ଇଚ୍ଛାପୁର ଜଙ୍ଗଲରେ ପୁଣି ଛଡ଼ାଯିବ ବୋଲି ଫରେଷ୍ଟର ହରେଲାଲ୍‌ ହିଆଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri