Posted inଖେଳ

୧୩ ବର୍ଷ ହେଲା ଅପେକ୍ଷା କରିଛନ୍ତି କାର୍ତ୍ତିକ

ଚେନ୍ନାଇ, ୨୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନିଜ ଘରୋଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିବାକୁ ସବୁ ଖେଳାଳିଙ୍କର ଇଚ୍ଛା ଥାଏ। ମାତ୍ର ଏପରି କେତେଜଣ ତାରକା ଖେଳାଳି ଅଛନ୍ତି ଯିଏକି ଏହି ସୁଯୋଗ ପାଇ ନାହାନ୍ତି। ସେପରି ଜଣେ କ୍ରିକେଟର ହେଲେ ଦୀନେଶ କାର୍ତ୍ତିକ। ସେ ୬ଟି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ସାରିଥିଲେ ହେଁ ନିଜ ଘରୋଇ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିପାରିନାହାନ୍ତି। ଚେନ୍ନାଇ ପକ୍ଷରୁ ଖେଳିବା ତାଙ୍କର ଇଚ୍ଛା, ଏଥିପାଇଁ ସେ ୧୩ ବର୍ଷ ଧରି ଅପେକ୍ଷା କରିଛନ୍ତି ବୋଲି କାର୍ତ୍ତିକ କହିଛନ୍ତି।
୨୦୦୪ରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାପରେ କାର୍ତ୍ତିକଙ୍କ ପାଇଁ ସୁଯୋଗ କମି ଯାଇଛି। ତାଙ୍କ କ୍ୟାରିୟର ଉତ୍‌ଥାନ ପତନ ମଧ୍ୟଦେଇ ଗତି କରିଛି। ଆଇପିଏଲ ଇତିହାସରେ ସେ ଜଣେ ସଫଳ ଖେଳାଳି। ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେଉଛି। ମାତ୍ର ସମ୍ଭବତଃ ଧୋନୀଙ୍କ ଉପସ୍ଥିତି ଯୋଗୁ ଚେନ୍ନାଇ ସୁପରକିଙ୍ଗ୍ସ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଇନାହିଁ। ଫଳରେ କାର୍ତ୍ତିକଙ୍କ ପାଇଁ ଚେନ୍ନାଇ ପକ୍ଷରୁ ଖେଳିବାକୁ ଭାଗ୍ୟରେ ଜୁଟିନାହିଁ। ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣ ବେଳକୁ କାର୍ତ୍ତିକ ଭାରତୀୟ ଦଳର ଜଣେ ନିୟମିତ ସଦସ୍ୟ ଥିଲେ। ତେଣୁ ଅଧିନାୟକ ହେବାନେଇ ନିଶ୍ଚିତ ନ ଥିଲେ ହେଁ ଖେଳାଳି ନିଲାମରେ ସୁପରକିଙ୍ଗ୍ସ ତାଙ୍କୁ କିଣିବ ବୋଲି ଆଶା ରଖିଥିଲେ। ୨୦୦୮ରେ ଖେଳାଳି ନିଲାମ ସମୟରେ କାର୍ତ୍ତିକ ଅଷ୍ଟ୍ରେଲିଆରେ ଥିଲେ। ସେଠାରେ ଥିବା ଧୋନୀ ଦ୍ୱିତୀୟ ପର୍ଯ୍ୟାୟରେ କିଣା ହେବାନେଇ ଆଶା ରଖିଥିଲେ। ମାତ୍ର ଚେନ୍ନାଇ ଫ୍ରାଞ୍ଚାଇଜ୍‌ ଧୋନୀଙ୍କୁ ୬ କୋଟି(ପ୍ରଥମ ସଂସ୍କରଣରେ ସର୍ବାଧିକ ବିଡ୍‌) ଟଙ୍କାରେ କିଣିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି କାର୍ତ୍ତିକ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଗଭୀର ଆଘାତ ପାଇଥିବା କାର୍ତ୍ତିକ ପରେ ଚେନ୍ନାଇ ପକ୍ଷରୁ ଖେଳିବାକୁ ଆଶା ରଖିଥିଲେ। ମାତ୍ର ଇତିମଧ୍ୟରେ ୧୩ ବର୍ଷ ବିତି ଯାଇଥିଲେ ହେଁ ଚେନ୍ନାଇ ପକ୍ଷରୁ ସେ କେବେହେଲେ ଡାକରା ପାଇ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?