୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍‌ସି ନିଜେ ଡିଏଲ୍‌ଓଙ୍କ ଦାୟିତ୍ୱରେ ଥିବା ବେଳେ ନୂତନ ଡିଏଲ୍‌ଓ ନିଯୁକ୍ତି, ଶ୍ରମିକଙ୍କ ନୂତନ ପଞ୍ଜୀକରଣ, ଶିକ୍ଷାଗତ ସହାୟତା, ମୃତ୍ୟୁକାଳୀନ ସହାୟତା, ପ୍ରସୂତିକାଳୀନ ସହାୟତା ଆଦି ସେମାନଙ୍କର ଦାବି ରହିଛି।
ସୂଚନାଯୋଗ୍ୟ,ପୂର୍ବରୁ ନିର୍ମାଣ ଶ୍ରମିକମାନଙ୍କ ପ୍ରତି ହେଉଥିବା ଅବହେଳା ଓ ଅନିୟମିତତାର ୧୪ ଦିନ ଭିତରେ ସମାଧାନ ଲାଗି ଜିଲା ପ୍ରଶାସନକୁ ଏକ ଦାବିପତ୍ର ଦିଆଯାଇଥିଲା। ମାତ୍ର ଏହାର ସମାଧାନ ନ ହେବାରୁ ବୁଧବାର ସଂଘର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ସ୍ଥାନୀୟ ଗାନ୍ଧୀ ପାର୍କଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଡିଏଲ୍‌ସିଙ୍କ ଏକ କୁଶପୁତ୍ତଳିକା ଦାହ କରିଛନ୍ତିି। ଆଗାମୀ ଦିନରେ ଏ ସମସ୍ୟାର ସମାଧାନ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରମ କାର୍ଯ୍ୟାଳୟ ବନ୍ଦ କରିବା ଲାଗି ସେମାନେ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲାପାଳ କହିଛନ୍ତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri