Posted inଖେଳ

ୟୁରୋପ ଆଥଲେଟିକ୍ସ ମିଟ୍‌ରେ ଭାଗ ନେବା ଆଶା ଅଧୁରାଦୂତୀ ନିରାଶ, ଭିଜା ମିଳିଲାନି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ ରେକର୍ଡର ଅଧିକାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଧାବିକା ଦୂତୀ ଚାନ୍ଦଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ୟୁରୋପ୍‌ ଗସ୍ତ ପାଇଁ ତାଙ୍କୁ ଭିଜା ମିଳିଲାନି। ତେଣୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍‌ ଗସ୍ତରେ ଯାଇ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଯେଉଁ କାର୍ଯ୍ୟକ୍ରମ ରହିଥିଲା ତାହା ଧୂଳିସାତ୍‌ ହୋଇଛି। ସୋସିଆଲ ମିଡିଆ ଜରିଆରେ ଦୂତୀ ଏହା ପ୍ରକାଶ କରିଛନ୍ତି। ”ଫେକ୍‌ ନ୍ୟୁଜ, ମୋତେ ଭିଜା ମିଳିଲା ନାହିଁ। ସୋର ସବୁ ଆଶା ମଉଳି ଗଲା। ମୋର ଜର୍ମାନୀ ଯିବା କ୍ୟାନସଲ“ ବୋଲି ଦୂତୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ନିଜର ଭିଜା ସମ୍ପର୍କିତ ଔପଚାରିକତା ପୂରଣ ପାଇଁ ଦୂତୀ ବହିର୍ବ୍ୟାପାର ବିଭାଗ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ଅନୁମୋଦିତ ଆୟର୍ଲାଣ୍ଡ (ଅଗଷ୍ଟ ୧୩) ଓ ଜର୍ମାନୀ(ଅଗଷ୍ଟ ୧୯) ମିଟ୍‌ ପାଇଁ ଓଡ଼ିଶା ଆଇକନ୍‌ ଦୂତୀ ଚାନ୍ଦଙ୍କୁ ଭିଜା ମିଳିଲା ବୋଲି ଗତ ୯ ତାରିଖରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଟୁଇଟର ପୃଷ୍ଠାରେ ଉଲ୍ଲେଖ କରାଯାଇଥିଲା। ଏପରି ଭୁଲ ଖବରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୂତୀ। ”ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇଁ ୟୁରୋପରେ ୨ଟି ରେସ୍‌ରେ ଭାଗ ନେବାକୁ ଯେଉଁ ସ୍ବପ୍ନ ଦେଖିଥିଲି ତାହା ଆଶାରେ ରହିଗଲା। ୨ଟି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିଥିଲି। ପ୍ରତିଯୋଗିତାରେ ଭାଗ ନେବାକୁ ପଇଠ କରିଥିବା ୪ ଲକ୍ଷ ଟଙ୍କା ମଧ୍ୟ ମୋତେ ଫେରସ୍ତ ମିଳିବ ନାହିଁ। ତତ୍କାଳରେ ଟିକେଟ ବୁକ୍‌ କରିଥିବାରୁ ଟିକେଟ ମଧ୍ୟ ବାତିଲ କରି ପାରିବି ନାହିଁ। ଏହା ମୋତେ ଖୁବ୍‌ ଆଘାତ ଦେଇଛି ବୋଲି ଦୂତୀ କହିଛନ୍ତି। ଆଇଏଫଏଫର ଏହି ୨ଟି ପ୍ରତିଯୋଗିତା ପାଇଁ ଭିଜା ମିଳିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏ ନେଇ ଦୂତୀଙ୍କ ସହ ଗତ ମଙ୍ଗଳବାର ଯୋଗାଯୋଗ କରାଯାଇ ପାରିଥିଲା। ପାସପୋର୍ଟ ପାଇଁ ତାଙ୍କର ସ୍ଥାୟୀ ଠିକଣାକୁ ନେଇ କେତେକ ସମସ୍ୟା ରହିଥିଲେ ହେଁ ତାଙ୍କୁ ଅବଗତ କରାଯିବା ବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, ଦୂତୀ ଜୁଲାଇ ୧୦ରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରି ପ୍ରଥମ ଭାରତୀୟ ଭାବେ ମହିଳା ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୧୦୦ ମିଟର ରେସ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଂ ହେଉଛି ୧୧.୨୪ ସେକେଣ୍ଡ। ୨୦୨୦ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଙ୍ଗ୍‌ ଟାଇମିଂ ୧୧.୧୫ ସେକେଣ୍ଡ ରହିଛି। ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ...

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri