ୟୁପିରୁ ଦୁଇ ଭାଇଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

ଛତ୍ରପୁର,୧୫ା୯(ଡି.ଏନ.ଏ)-ଦଶ ଚକିଆ ଟ୍ରକରେ ବ୍ୟାଟେରି ସହ ଗଞ୍ଜେଇକୁ ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ ପୋଲିସ ଗିରଫ କରିଛିି ା ଏମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଏଟା ଜିଲା ପିଲୁୱା ଥାନା ଅଞ୍ଚଳର ଅଲି ହସନ ଓ ମହେନ୍ଦି ହସନ ା ଏମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତିା ପୂର୍ବରୁ ଛତ୍ରପୁର ପୋଲିସ ଦ୍ୱାରା ଜବତ ବ୍ୟାଟେରି ସହ ଗଞ୍ଜେଇ ବୋଝେଇ ଦଶ ଚକିଆ ଗାଡି ମାଲିକ ଅଲୀ ବୋଲି ଜଣାପଡିଛି ା ଉକ୍ତ ୨ ଭାଇ ନିଜ ଗାଡି (ନଂ-ୟୁପି-୮୨ପି-୯୯୩୪)ରେ ବ୍ୟାଟେରି ସହ ଗଞ୍ଜେଇ ରଖି ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ କରୁଥିବା ଛତ୍ରପୁର ପୋଲିସ ତଦନ୍ତ ବେଳେ ଜାଣିପାରିଛି ା
ମାର୍ଚ୍ଚ ୨୩ରେ ଏକ ଦଶଚକିଆ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆନ୍ଧ୍ର ପୋଲିସ ପକ୍ଷରୁ ଗଞ୍ଜାମ ଏସ୍‌ପିଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା ା ଏହାପରେ ଏସ୍‌ପି ବ୍ରିଜେଶ କୁମାର ରଏ ଏକ ଟିମ୍‌ ଗଠନ କରି ଉକ୍ତ ଗାଡିକୁ ଧରିବା ପାଇଁ ଅପରେଶନ ଆରମ୍ଭ କରିଥିଲେ। ଉକ୍ତ ଦିନ ସକାଳୁ ଛତ୍ରପୁର-ଗଞ୍ଜାମ ମଧ୍ୟସ୍ଥଳ ଏକ ଢାବା ନିକଟରେ ଗାଡିକୁ ପୋଲିସର ସ୍ବତନ୍ତ୍ର ଟିମ୍‌ ଅଟକାଇଥିଲେ ା ଯାଞ୍ଚ ବେଳେ ବ୍ୟାଟେରି ନିଆ ଯାଉଥିବା କହୁଥିବା ବେଳେ କମ୍‌ ବ୍ୟାଟେରି ଗାଡିରେ ରଖି ଗଞ୍ଜେଇ ଥିବା ପୋଲିସ ଟିମ୍‌ ଦେଖିବାକୁ ପାଇଥିଲେ ା ଉକ୍ତ ଗାଡିରୁ ୬୧୬ କି.ଗ୍ରା. ଗଞ୍ଜେଇ ଜବତ ହୋଇଥିଲା ା ଗାଡି ଚାଳକ ସମେତ ୨ଜଣଙ୍କୁ ସେତେବେଳେ ଗିରଫ କରିବା ସହ ତାଙ୍କଠାରୁ ନଗଦ ୩୦ ହଜାର ଟଙ୍କା ପୋଲିସ ଜବତ କରିଥିଲା। ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ା ଏନେଇ ଏକ ମାମଲା (ନଂ-୫୯/୧୯) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri