ୟୁପିରୁ ଦୁଇ ଭାଇଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

ଛତ୍ରପୁର,୧୫ା୯(ଡି.ଏନ.ଏ)-ଦଶ ଚକିଆ ଟ୍ରକରେ ବ୍ୟାଟେରି ସହ ଗଞ୍ଜେଇକୁ ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ ପୋଲିସ ଗିରଫ କରିଛିି ା ଏମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଏଟା ଜିଲା ପିଲୁୱା ଥାନା ଅଞ୍ଚଳର ଅଲି ହସନ ଓ ମହେନ୍ଦି ହସନ ା ଏମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତିା ପୂର୍ବରୁ ଛତ୍ରପୁର ପୋଲିସ ଦ୍ୱାରା ଜବତ ବ୍ୟାଟେରି ସହ ଗଞ୍ଜେଇ ବୋଝେଇ ଦଶ ଚକିଆ ଗାଡି ମାଲିକ ଅଲୀ ବୋଲି ଜଣାପଡିଛି ା ଉକ୍ତ ୨ ଭାଇ ନିଜ ଗାଡି (ନଂ-ୟୁପି-୮୨ପି-୯୯୩୪)ରେ ବ୍ୟାଟେରି ସହ ଗଞ୍ଜେଇ ରଖି ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ କରୁଥିବା ଛତ୍ରପୁର ପୋଲିସ ତଦନ୍ତ ବେଳେ ଜାଣିପାରିଛି ା
ମାର୍ଚ୍ଚ ୨୩ରେ ଏକ ଦଶଚକିଆ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆନ୍ଧ୍ର ପୋଲିସ ପକ୍ଷରୁ ଗଞ୍ଜାମ ଏସ୍‌ପିଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା ା ଏହାପରେ ଏସ୍‌ପି ବ୍ରିଜେଶ କୁମାର ରଏ ଏକ ଟିମ୍‌ ଗଠନ କରି ଉକ୍ତ ଗାଡିକୁ ଧରିବା ପାଇଁ ଅପରେଶନ ଆରମ୍ଭ କରିଥିଲେ। ଉକ୍ତ ଦିନ ସକାଳୁ ଛତ୍ରପୁର-ଗଞ୍ଜାମ ମଧ୍ୟସ୍ଥଳ ଏକ ଢାବା ନିକଟରେ ଗାଡିକୁ ପୋଲିସର ସ୍ବତନ୍ତ୍ର ଟିମ୍‌ ଅଟକାଇଥିଲେ ା ଯାଞ୍ଚ ବେଳେ ବ୍ୟାଟେରି ନିଆ ଯାଉଥିବା କହୁଥିବା ବେଳେ କମ୍‌ ବ୍ୟାଟେରି ଗାଡିରେ ରଖି ଗଞ୍ଜେଇ ଥିବା ପୋଲିସ ଟିମ୍‌ ଦେଖିବାକୁ ପାଇଥିଲେ ା ଉକ୍ତ ଗାଡିରୁ ୬୧୬ କି.ଗ୍ରା. ଗଞ୍ଜେଇ ଜବତ ହୋଇଥିଲା ା ଗାଡି ଚାଳକ ସମେତ ୨ଜଣଙ୍କୁ ସେତେବେଳେ ଗିରଫ କରିବା ସହ ତାଙ୍କଠାରୁ ନଗଦ ୩୦ ହଜାର ଟଙ୍କା ପୋଲିସ ଜବତ କରିଥିଲା। ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ା ଏନେଇ ଏକ ମାମଲା (ନଂ-୫୯/୧୯) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଘୁମୁସର ବିକାଶ ପରିଷଦ ବୈଠକ, ଜିଲା ଅନ୍ଦୋଳନକୁ ତ୍ୱରାନ୍ୱିତ କରିବା….

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri