ୟୁଟ୍ୟୁବ୍‌ ମ୍ୟୁଜିକ୍‌କୁ ଖୋଲା କାନ୍‌ଭାସ୍‌ ଦେଇଛି

ସ୍ମିତା ରାଓ ବେଲୁର। ଜଣେ ହିନ୍ଦୁସ୍ଥାନୀ କ୍ଲାସିକାଲ ତଥା ସୁଫି ଗାୟିକା ଭାବେ ସେ ଦେଶ ବିଦେଶରେ ପରିଚିତ। ତାଙ୍କ ସୁମଧୁର କଣ୍ଠ ଶ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛିି। ଜୟପୁର କିରନ ଘରାନାରୁ ଆସିଥିତ୍ବା ସ୍ମିତା ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡିିଓର ନିୟମିତ ଗାୟିକା। ଇଞ୍ଜିନିୟର ସ୍ମିତାଙ୍କ ନିଶା ଥିଲା ସଙ୍ଗୀତ। ପରେ ସେ ଚାକିରି ଛାଡ଼ି ନିଶାକୁ ପେସା କରିନେଇଛନ୍ତି। ଭୁବନେଶ୍ୱରକୁ ଏକ କନସର୍ଟରେ ସଙ୍ଗୀତ ପରିବେଷଣ କରିବାକୁ ଆସିଥିବା ବେଳେ ସ୍ମିତାଙ୍କ ସହିତ ଆଳାପର କିୟଦଂଶ।

ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍‌କୁ କିପରି ଆସିଥିଲେ?
*ଛୋଟ ବେଳେ ରେଡିଓ ସଙ୍ଗୀତ ଅନୁକରଣ କରିବାର ଦକ୍ଷତା ମୋ ପାଖରେ ରହିଛି ବୋଲି ବାପା ଜାଣିଯାଇଥିଲେ। ପରେ ସେ ମୋତେ ଗୀତ ଶିଖିବାକୁ ଛାଡ଼ିଥିଲେ। ପ୍ରଥମ ଶ୍ରେଣୀରେ ପଢ଼ିବା ସମୟରେ ମୁଁ ବହୁ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲିି। ୯ବର୍ଷ ବୟସରେ ମୁଁ କର୍ନାଟକୀ ମ୍ୟୁଜିକ୍‌ ଶିଖିଲି। ଏହାପରେ ୧୨ବର୍ଷ ବୟସରେ ଗୁରୁ ସ୍ବର୍ଗତ ପି. ଆର୍‌ ଭଗଓ୍ବତଙ୍କଠାରୁ ହିନ୍ଦସ୍ଥାନୀ କ୍ଲାସିକାଲ ଭୋକାଲ ଖୟାଲ ମ୍ୟୁଜିକ୍‌ ଶିକ୍ଷା ଗ୍ରହଣ କରିଥିଲି।
‘ସୁଫି’ କାହିଁକି ବାଛିଲେ?
*ମୁଁ କ୍ଲାସିକାଲ ମ୍ୟୁଜିକ୍‌ ଶିଖୁଥିଲି। ଗୀତ ଶୁଣିବା ମୋର ହବି ଥିଲା। ସେହି ସମୟରେ ଅଜିଜ୍‌ ଅହମ୍ମଦ ଓ୍ବାର୍ସିଙ୍କ ଏକ ସୁନ୍ଦର କବାଲି ଗୀତ ପ୍ରାୟ ୨୦ମିନିଟ୍‌ ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ଏହାପରେ ‘ସୁଫି’ ପ୍ରତି ମୋର ଦୁର୍ବଳତା ବଢ଼ିଗଲା। ଏହାଛଡ଼ା ମୁଁ ଭାବେ ‘ସୁଫି’ର ସମାଜରୁ ଧାର୍ମିକ ବିଭାଜନ ଦୂର କରି ଏକତା ଆଣିବା ଓ ଆରୋଗ୍ୟଲାଭ କରିବାର କ୍ଷମତା ରହିଛି।
ଆପଣଙ୍କ ରୋଲ୍‌ ମଡେଲ କିଏ?
*କିଶୋରୀ ଆମୋନ୍‌କରଙ୍କ ରାଗ ଭୂପାଲି ମୋର ଅତି ପ୍ରିୟ। ଦୀର୍ଘ ବର୍ଷ ଧରି ମୁଁ ମେହଦୀ ହାସନ, ଗୁଲାମ ଅଲ୍ଲୀ, ହରିହରନଙ୍କର କ୍ଲାସିକାଲ ଓ ସେମିକ୍ଲାସିକାଲ ଗଜଲ ଶୁଣିଛି। ବର୍ତ୍ତମାନର ଗୁରୁ ଡ. ଅଲ୍‌କା ଦେଓଙ୍କଠାରୁ ମୁଁ ପ୍ରେରଣା ପାଇଛିି। ଏହାବ୍ୟତୀତ ଅଜିଜ୍‌ ଅହମ୍ମଦ ଓ୍ବାର୍ସି, ଅବିଦା ପର୍‌ଓ୍ବିନ, ବେଗମ ଅଖତାର, ନୁସ୍ରତ ଫତେହ ଅଲି, ଭୀମସେନ ଯୋଶୀ, ମଲ୍ଲିକାର୍ଜୁନ୍‌ ମାନ୍‌ସୁର୍‌ ମୋର ଅନୁପ୍ରେରକ।
ଆଇଟି ଜବ୍‌ ଛାଡ଼ି ସଙ୍ଗୀତକୁ କିପରି ପେସା କରିଥିଲେ?
*ଯଦିଓ ମୁଁ ମେଡିକାଲ ଇଲେକ୍ଟ୍ରୋନିକ୍‌ସ ଇଞ୍ଜିନିୟରିଂରେ ଡିଷ୍ଟିଙ୍କଶନ୍‌ ସହ ଡିଗ୍ରୀ ହାସଲ କରିଥିଲି ଓ ଗୋଟେ ଭଲ ଆଇଟି ସେକ୍ଟରରେ କାମ କରୁଥିଲି। କିନ୍ତୁ ଗୀତ ପ୍ରତି ମୋର ଦୁର୍ବଳତା ଥିଲା। ଚାକିରିକୁ କେବଳ ରୋଜଗାର କରିବାର ଏକ ବାଟ ବୋଲି ଭାବୁଥିଲି। ଏହି ସମୟରେ ମୋର ପ୍ରଥମ ଗୁରୁ ମୋତେ କହିଥିଲେ, ‘ପ୍ରତିବର୍ଷ ହଜାର ହଜାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ଙ୍କ ମଧ୍ୟରୁ ଜଣେ ହେବାକୁ ଚାହୁଁଛ ନା ସଙ୍ଗୀତ କ୍ଷେତ୍ରରେ ଲକ୍ଷାଧିକଙ୍କ ମଧ୍ୟରେ ଜଣେ ହେବାକୁ ଚାହୁଁଛ’। ଗୁରୁଙ୍କ ଏହି ପ୍ରଶ୍ନ ମୋ ମାନସିକତାରେ ଗଭୀର ପ୍ରଭାବ ପକାଇଥିତ୍ଲା। ପରେ ଆଇଟି ଜବ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ଯେହେତୁ ମୋ ପରିବାରରେ ଆଗରୁ କେହି ମ୍ୟୁଜିକ୍‌ ଲାଇନ୍‌ରେ ନ ଥିଲେ, ତେଣୁ ଫୁଲ୍‌ ଟାଇମ୍‌ ମ୍ୟୁଜିସିଆନ୍‌ ହୋଇ କିପରି ରୋଜଗାରକ୍ଷମ ହୋଇପାରିବି ତାହାକୁ ନେଇ ଚିନ୍ତାରେ ପଡିଗଲିି। ତେବେ କର୍ପୋରେଟ ହାଉସ୍‌ରୁ ମୋତେ ଅନେକ ଶିକ୍ଷା ମିଳିଥିଲା। ଯାହା ପରବର୍ତ୍ତୀ ସମୟରେ ମୋର ମ୍ୟୁଜିକ୍‌ କ୍ଷେତ୍ରରେ ସହଯୋଗ କରିଥିଲା।
ବର୍ତ୍ତମାନର ଯୁବପିଢ଼ି କ୍ଲାସିକାଲ ମ୍ୟୁଜିକ୍‌ ପ୍ରତି ଆକୃଷ୍ଟ ନ ହେବାର କାରଣ କ’ଣ ?
*କ୍ଲାସିକାଲ ମ୍ୟୁଜିକ୍‌ ହେଉଛି ହେଭି ଡୋଜ୍‌। ଯଦି ଓଡ଼ିଆ ଲୋକକୁ ଦକ୍ଷିଣ ଓଡ଼ିଶାର ଖାଦ୍ୟ ଏକା ସାଥିରେ ଦିଆଯିବ ତେବେ ତାଙ୍କର ବଦହଜମୀ ହୋଇଯିବ। ତେଣୁ ପ୍ରଥମ ଦିନରେ ମସଲା ଦୋସା, ଦ୍ୱିତୀୟ ଦିନରେ ସମ୍ବର ଓ ତୃତୀୟ ଦିନରେ ତାକୁ ପୂରା ମିଲ୍‌ ଦେଲେ ସେ ଖାଇବାକୁ ପସନ୍ଦ କରିବ। କାରଣ ସେ ଦକ୍ଷିଣ ଭାରତର ଖାଦ୍ୟର ସ୍ବାଦକୁ ଜାଣିସାରିଥିବେ। ଠିକ୍‌ ସେମିତିକା ସ୍ବାଦ ହେଉଛି କ୍ଲାସିକାଲ ମ୍ୟୁଜିକ୍‌ର। ଯଦି ପ୍ରଥମେ ଜଣଙ୍କୁ ସୁଫି ଗୀତ, ଦ୍ୱିତୀୟ ଦିନରେ ଗଜଲ ଓ ତୃତୀୟ ଦିନରେ ଛୋଟା ଖୟାଲ ଶୁଣାଯାଏ, ତେବେ ଗୋଟେ ମାସ ଭିତରେ ସେ ଏକ କ୍ଲାସିକାଲ କନସର୍ଟ ଶୁଣିବାକୁ ପ୍ରସ୍ତୁତ ହୋଇଯିବେ। କ୍ଲାସିକାଲ ମ୍ୟୁଜିକ୍‌ ଅଳ୍ପ ଅଳ୍ପ (ସ୍ମଲ ଡୋଜ୍‌)ରେ ଦେଲେ ପସନ୍ଦ ଆସିବ ଏବଂ ଜଣେ ଶିଖିବାକୁ ଆଗ୍ରହ ପ୍ର୍ରକାଶ କରିବ।
ଆମ ଟ୍ରାଡିଶନାଲ ଆର୍ଟ ଫର୍ମକୁ ପୁନର୍ଜୀବିତ କରିବା ପାଇଁ କ’ଣ କରାଯାଇପାରିବ?
*ଏବେ ଆମେ ୟୁଟ୍ୟୁବ୍‌ ଜରିଆରେ ଗୋଟେ ଦେଶରୁ ଅନ୍ୟ ଦେଶର ଲୋକଙ୍କୁ ଗୀତ ଶୁଣାଇପାରୁଛେ। ଇଣ୍ଟରନେଟ୍‌ ଓ ୟୁଟ୍ୟୁବ୍‌ ଆମ ମ୍ୟୁଜିକ୍‌କୁ ଏକ ଖୋଲା କାନ୍‌ଭାସ୍‌ ଦେଇଛି। ଯାହା ଦ୍ୱାରା ସାରା ଦୁନିଆ ଆମ ଗୀତ ଶୁଣିପାରୁଛି। ସେଥିପାଇଁ ମୁଁ ଭାବୁଛି ଏହା ଆମର ଗୋଲ୍‌ଡେନ୍‌ ଏଜ୍‌।
ଓଡ଼ିଶା ସମ୍ପର୍କରେ କ’ଣ କହିବେ?
*ଓଡ଼ିଶା ପ୍ରଥମ ଥର ପାଇଁ ଆସିଛି। ଓଡ଼ିଶାର ଇକ୍କତ ଶାଢ଼ି ମୋର ବହୁତ ପସନ୍ଦ। ମୋତେ ଓଡ଼ିଶୀ ଡ୍ୟାନ୍ସ ମଧ୍ୟ ଭଲ ଲାଗେ।
ଓଡ଼ିଶୀ ମ୍ୟୁଜିକ୍‌ ବିଷୟରେ କିଛି ଧାରଣା ଅଛି କି?
*ନାଁ। ଓଡ଼ିଶୀ ମ୍ୟୁଜିକ୍‌ ବିଷୟରେ ମୋର ବେଶି ଧାରଣା ନାହିଁ। ଯେତିକି ଯାହା ବି ଜାଣିଛି ତାହା ଓଡ଼ିଶୀ ଡ୍ୟାନ୍ସ ଜରିଆରେ।
ଓଡ଼ିଶୀ ମ୍ୟୁଜିକ୍‌ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବା ପାଇଁ ଯୋଗ୍ୟ ବୋଲି ଭାବୁଛନ୍ତି କି?
*ମୁଁ ଶୁଣିବାକୁ ପାଇଛି ଯେ, ଓଡ଼ିଶୀ ମ୍ୟୁଜିକ୍‌ ହେଉଛି ହିନ୍ଦୁସ୍ଥାନୀ ଓ କର୍ନାଟକୀର ମିଶ୍ରଣ। ନୂଆ ନୂଆ ମ୍ୟୁଜିକ୍‌ ଆସୁଛି ତାକୁ ଯଦି ଶାସ୍ତ୍ରୀୟ ମାନ୍ୟତା ମିଳିପାରୁଛି ତେବେ ଓଡ଼ିଶୀ ମ୍ୟୁଜିକ୍‌କୁ କାହିଁକି ନୁହେଁ। ଓଡ଼ିଶୀ ମ୍ୟୁଜିକ୍‌ କୌଣସି ବାହାର ଦେଶରୁ ଆସିନାହିଁ। ଏହା ଆମ ଦେଶର ସଙ୍ଗୀତ। ବେଦବେଦାନ୍ତ କାଳରୁ ଏହା ଚାଲିଆସିଛି। ଏହାକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିବା ଆବଶ୍ୟକ।
ବହୁ କନସର୍ଟରେ ପର୍‌ଫର୍ମ କରିଛନ୍ତି। ସେଥିରୁ କେଉଁଟି ସ୍ମରଣୀୟ?
*ଯେଉଁଠି ଶ୍ରୋତା ମୋ ସଙ୍ଗୀତକୁ ହୃଦୟରୁ ଅନୁଭବ କରିପାରୁଥିବେ, ସେହି ସମୟ ମୋ ପାଇଁ ସ୍ମରଣୀୟ। ଏହିଭଳି ଅନେକ କନସର୍ଟରେ ହୋଇଛି। ତେଣୁ ଏମିତି କୌଣସି ନିର୍ଦ୍ଦିଷ୍ଟ କନସର୍ଟକୁ ମୋର ସ୍ମରଣୀୟ ବୋଲି କହିପାରିବିନି। ତେବେ ସବୁ କନସର୍ଟରେ ନୂଆ ଅଭିଜ୍ଞତା ମିଳେ।
କ୍ଲାସିକାଲ ମ୍ୟୁଜିକ୍‌କୁ ନେଇ ଭବିିଷ୍ୟତର ଯୋଜନା କ’ଣ?
*କ୍ଲାସିକାଲ ମ୍ୟୁଜିକ୍‌ ଲୋକେ ଶୁଣିବା ଦରକାର। ମୁଁ ଚାହିଁବି କି ମୋର କନସର୍ଟରେ ନୂଆ ଶ୍ରୋତା କ୍ଲାସିକାଲ ମ୍ୟୁଜିକ୍‌ ଶୁଣନ୍ତୁ। ମୁଁ ତାଙ୍କୁ ସ୍ମଲ ଡୋଜ୍‌ରେ ଶୁଣାଇବାକୁ ଚେଷ୍ଟା କରିବି। ଯାହା ଫଳରେ ଲୋକଙ୍କର କ୍ଲାସିକାଲ ମ୍ୟୁଜିକ୍‌ ପ୍ରତି ରୁଚି ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ…

ସମ୍ମାନିତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri