Posted inଖେଳ

ୟୁଏଫ୍‌ସି ହେଭିଓ୍ବେଟ୍‌ ଲଢ଼େଇ: ଭୋଲକୋଭଙ୍କୁ ହରାଇଲେ କୁର୍ଟିସ

ଲାସ ଭେଗାସ, ୨୨।୬(ଏପି): ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌ (ୟୁଏଫସି) ହେଭିଓ୍ବେଟ ପ୍ରତିଦ୍ୱନ୍ଦ୍ୱୀ ଆମେରିକାର କୁର୍ଟିସ ବ୍ଲେଡ୍ସ ଶନିବାର ରାତିରେ ଅନୁଷ୍ଠିତ କୁସ୍ତି ଲଢ଼େଇରେ ରୁଷିଆର ଆଲେକଜାଣ୍ଡର ଭୋଲକୋଭଙ୍କୁ ପରାସ୍ତ କରିଛନ୍ତି। ପ୍ରତିପକ୍ଷଙ୍କୁ ଅଣନିଃଶ୍ୱାସୀ କରିବାପରେ ନିର୍ବିବାଦରେ କୁର୍ଟିସଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଏହାଥିଲା ତାଙ୍କର କ୍ରମାଗତ ୪ର୍ଥ ବିଜୟ। ଫିଦରଓ୍ବେଟ ବିଭାଗରେ ଶେନ ବୁର୍ଗୋସଙ୍କୁ ୨୯-୨୮, ୨୯-୨୮ ଓ ୨୯୨୭ ପଏଣ୍ଟରେ ହରାଇଛନ୍ତି ଜୋଶ୍‌ ଇମେଟ। ଘରୋଇ ସହରରେ ମିକ୍ସଡ ମାର୍ଶାଲ ଆଟର୍‌ସକୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ୟୁଏଫସି ଆପେକ୍ସ ଜିମ୍‌ରେ ବିନା ଦର୍ଶକରେ ଲଢ଼େଇଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ନିଜ କୁସ୍ତି ଦକ୍ଷତା ପ୍ରଦର୍ଶନ କରି କୁର୍ଟିସ ପ୍ରତିପକ୍ଷ ଭୋଲକୋଭଙ୍କ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିଥିଲେ। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ସେ ଭୋଲକୋଭଙ୍କୁ ତଳେ ପକାଇ ଦେଇଥିଲେ। ପାଖାପାଖି ପ୍ରଥମ ୪ ରାଉଣ୍ଡ ପର୍ଯ୍ୟନ୍ତ କୁର୍ଟିସଙ୍କ ପ୍ରାଧାନ୍ୟ ଅବ୍ୟାହତ ରହିଥିଲା। ୪ର୍ଥ ରାଉଣ୍ଡର ଶେଷ ଭାଗ ଏବଂ ୫ମ ରାଉଣ୍ଡରେ ଭୋଲକୋଭ କୌଶଳ ଖଟାଇଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଜଜ୍‌ମାନେ ବ୍ଲେଡ୍ସଙ୍କ ସପକ୍ଷରେ ୪୯-୪୬, ୪୮-୪୭, ୪୮-୪୬ ପଏଣ୍ଟ ଦେଇଥିଲେ। ହେଭିଓ୍ବେଟ ଟାଇଟଲ ପାଇଁ ବ୍ଲେଡ୍ସ କାମେରୁନ-ଫ୍ରେଞ୍ଚ୍‌ ପ୍ରଫେଶନାଲ ଫ୍ରାନ୍ସିସ ଏନଗାନୋଉଙ୍କୁ ଭେଟିବା ସମ୍ଭାବନା ରହିଛି। ବ୍ଲେଡ୍‌ କ୍ୟାରିୟରରେ ମାତ୍ର ୨ ଥର ପରାଜିତ ହୋଇଛନ୍ତି। କୌତୂହଳ କଥା ହେଲେ ସେ ୨ ଥରଯାକ ଏହି ଏନ୍‌ଗାନୋଉଙ୍କଠାରୁ ହିଁ ୨୦୧୬ ଓ ୨୦୧୮ରେ ହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri