ହେଲମେଟ୍‌ ନ ପିନ୍ଧିଲେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ମନା

ଭଞ୍ଜନଗର,୪।୮(ଡି.ଏନ.ଏ.) -ବାଇକ୍‌ ଓ କାର ଚାଳକଙ୍କ ଉପରେ ଏଣିକି କଡ଼ା ନଜର ରଖିବ ପ୍ରଶାସନ। ଯେଉଁମାନେ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବେ ସେମାନଙ୍କ ବିରୁଦ୍ଧରେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କାର ଚାଳକ ମଧ୍ୟ ସିଟ୍‌ ବେଲ୍‌ଟ ନବାନ୍ଧିଲେ ଜରିମାନା ଗଣିବେ। ରାଜ୍ୟର ଅନ୍ୟ ଜିଲା ଅପେକ୍ଷା ଗଞ୍ଜାମ ଜିଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର ଅଧିକ। ତେଣୁ ପ୍ରଶାସନ ବେନିୟମ ଗାଡ଼ି ଚାଳକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ବିଗତ ୩ ବର୍ଷ ହେବ ଗଞ୍ଜାମ ଜିଲା ଦୁର୍ଘଟଣାଜନିତ ମୃତ୍ୟୁହାରରେ ରାଜ୍ୟରେ ପ୍ରଥମ ରହୁଛି। ଭଞ୍ଜନଗର ଉପଖଣ୍ଡରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପ୍ରଥମ ୭ମାସରେ ୩୦ ପ୍ରତିଶତ ମୃତ୍ୟୁହାର କମିଛି। ଯାହାକି ଭଞ୍ଜନଗର ପ୍ରଶାସନ ପାଇଁ ଆଶ୍ୱସ୍ଥ ହୋଇଥିଲେ ମଧ୍ୟ ଜିଲାରେ ମୃତ୍ୟୁହାର ଅଧିକ ରହୁଥିବାରୁ ଜିଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାରଠାରୁ ହେଲମେଟ୍‌ ନ ପିନ୍ଧିଥିଲେ ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାଇକ୍‌ ଚାଳକଙ୍କୁ ଛଡ଼ାଯାଉନାହିଁ। ଏଥିସହ କାର ଚାଳକ ମଧ୍ୟ ସିଟ୍‌ ବେଲଟ୍‌ ପିନ୍ଧି ନ ଥିଲେ କାର ଛଡ଼ାଯାଉନାହିଁ। ଉପ ଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ କାର୍ଯ୍ୟାଳୟ ସମୟରେ ଲୋକଙ୍କୁ ମୁଖ୍ୟ ଫାଟକ ନିକଟରେ ସଚେତନ କରାଉଛନ୍ତି।
ଜାନୁୟାରୀରୁ ଜୁଲାଇ ମଧ୍ୟରେ ଭଞ୍ଜନଗର ଉପଖଣ୍ଡରେ ୬୫ଟି ଦୁର୍ଘଟଣା ଘଟିଥିବାବେଳେ ୫୩ ଜଣ ମୃତ୍ୟୁବରଣ କରିଥିଲେ। ସେହିଭଳି ଚଳିତବର୍ଷ ଜାନୁୟାରୀରୁ ଜୁଲାଇ ମଧ୍ୟରେ ୫୪ ଦୁର୍ଘଟଣା ଘଟିଥିବାବେଳେ ୩୯ ଜଣ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଯେ, ଜନସଂଖ୍ୟା ଦୃଷ୍ଟି କୋଣରୁ ଗଞ୍ଜାମ ଜିଲା ରାଜ୍ୟରେ ପ୍ରଥମ। ତେଣୁ ଏଠାରେ ଦୁର୍ଘଟଣା ହାର ମଧ୍ୟ ଅନ୍ୟ ଜିଲା ଅପେକ୍ଷା ଅଧିକ ରହୁଛି। ବେପାରୁଆ, ଦ୍ରୁତ ଗାଡ଼ି ଚାଳନା, ହେଲମେଟ୍‌, ସିଟ୍‌ ବେଲଟ୍‌ ବ୍ୟବହାର ନ କରିବା, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ପ୍ରମୁଖ କାରଣ ଯୋଗୁ ଦୁର୍ଘଟଣା ବଢୁଛି। ଜିଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର କମିବାନେଇ ୩ବର୍ଷ ହେବ ପ୍ରଶାସନ ଅନେକ ଯୋଜନା କରିଛି। ତଥାପି ମୃତ୍ୟୁହାର କମୁନାହିଁ। ୨୦୧୭ରେ ୩୮୧ ଜଣ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୨୦୧୮ରେ ୪୦୪ ଜଣ ମୃତ୍ୟୁ ଘଟିଥିଲା।
ଏନେଇ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଏସ୍‌. ରୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବେନିୟମ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଅଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନୂଆ ପରିବହନ ନିୟମ ଲାଗୁ ହେବ। ଏହି ନିୟମ କାର୍ଯ୍ୟକାରୀ ହେଲେ ସିଟ୍‌ ବେଲଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା ଜରିମାନା, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର, ହେଲ୍‌ମେଟ ନ ପିନ୍ଧିଲେ ୧ ହଜାର ଜରିମାନା ଓ ୩ ମାସ ଲାଇସେନ୍ସ ରଦ୍ଧ କରାଯିବ। ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ୨୫ ହଜାର ଜରିମାନା ଗଣିବା ସହ ୩ ବର୍ଷ ଜେଲ ଭୋଗିପାରନ୍ତି। ମୋବାଇଲ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା, ଆପତକାଳୀନ ଗାଡ଼ି ଯଥା ଆମ୍ବୁଲାନ୍ସ, ଦମକଳ ଗାଡ଼ିକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଜରିମାନା, ଦ୍ରୁତ ଗତି କିମ୍ବା ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମନା ନେଇ ନୂଆ ଆଇନରେ ବ୍ୟବସ୍ଥା ଅଛି ବୋଲି ସୂଚନା ଦେଇଛନ୍ତି।
ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ସଚେତନତା କରିବା ଲକ୍ଷ୍ୟନେଇ ଏହିଭଳି ପଦକ୍ଷେପ ନିଆଯାଇଛି। ଆଗାମୀଦିନରେ ମଧ୍ୟ ଏହି ପ୍ରକ୍ରିୟା ଚାଲିବ। ବିଭିନ୍ନ ରାସ୍ତାରେ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?