ହାଲୁକା ବର୍ଷାରୁ କୋହଲା ପାଗ: ବଢ଼ିବ ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୨୭-୧୨(ବ୍ୟୁରୋ): ଆକାଶରେ ମାଳ ମାଳ ବାଦଲ। ଏହା ସାଙ୍ଗକୁ ହାଲୁକା ବର୍ଷା। ପରିବେଶକୁ ଶୀତୁଆ କରିଦେଇଛି। ଗୁରୁବାର ରାଜ୍ୟରେ ଏଭଳି ଅବସ୍ଥା ଦିନ ତମାମ୍‌ ଲାଗି ରହିଥିଲା। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ତାଳଚେର ୩, ଚାନ୍ଦବାଲି ୦.୪, ବାରିପଦା ୧, ଝାରସୁଗୁଡ଼ା ୦.୬, ସୁନ୍ଦରଗଡ଼ ୪ ଓ କେନ୍ଦୁଝରରେ ୦.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗୋପାଳପୁର ଏବଂ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଭଳି ପାଗ ଆଉ ଗୋଟିଏ ଦିନ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ ଓ ଅନ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଖୋର୍ଦ୍ଧା, କଟକ ଜିଲାରେ ପ୍ରବଳ କୁହୁଡ଼ି ହେବ ବୋଲି ଅନୁମାନ କରାଯାଇଛି। ତେବେ ଆସନ୍ତା ୨୮ ତାରିଖରୁ ପାରଦ ତଳକୁ ଖସିବ ଓ ଶୀତ ବଢ଼ିବ। ୩୦ ତାରିଖ ଯାଏ ଏହାର ପ୍ରଭାବ ରହିବ। ୩୧ ତାରିଖରୁ ପାରଦ ପୁଣି ଉପରମୁହଁା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ରେକର୍ଡ କରିଛି। ଏଠାରେ ତାପମାତ୍ରା ୯.୩ ଡିଗ୍ରୀ ସେଲ୍‌ସିୟସ ଥିବା ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଭାଗରେ ୧୧ରୁ ୧୯ ଡିଗ୍ରୀ ମଧ୍ୟରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ୧୪.୮, କଟକ ୧୫, ପାରାଦୀପ ୧୭.୫, ଭୁବନେଶ୍ୱର ୧୭.୧, ଗୋପାଳପୁର ୧୯.୭, ପୁରୀ ୧୭.୪, ଅନୁଗୋଳ ୧୨.୬, ବାରିପଦା ୧୫.୫, ଝାରସୁଗୁଡ଼ା ୧୬, କେନ୍ଦୁଝର ୧୩.୪, ସମ୍ବଲପୁର ୧୫, ସୁନ୍ଦରଗଡ଼ ୧୧, ହୀରାକୁଦ ୧୬, ତାଳଚେର ୧୪.୧ ଫୁଲବାଣୀ ୧୩, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ସେଲ୍‌ସିୟସ ଥିବା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri