ହାତୀ ଶାବକର ମୃତଦେହ ଉଦ୍ଧାର

ସାତମାଇଲ, ୫।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ରାସୋଳ ସେକ୍ସନ ଅଧୀନ ବାଲିସାହି ନିକଟ ମୁଣ୍ଡିଆରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୨ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ହାତୀ ଛୁଆର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ଅଞ୍ଚଳବାସୀଙ୍କ କହିବା କଥା, ଜରଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସେ ହେଲା ଏକ ପଲରେ ୧୫ଟି ହାତୀ ଉତ୍ପାତ ସୃଷ୍ଟି କରିଚାଲିଛନ୍ତି। ସପ୍ତାହେ ହେଲା ଉକ୍ତ ହାତୀପଲ ବାଲିକିଆରୀ ଅଞ୍ଚଳରେ ଘରଦ୍ୱାର ନଷ୍ଟ କରିବା ସହ ଧାନଚାଉଳ ଖାଇଯାଉଛନ୍ତି। ବାଡ଼ି ବଗିଚାରେ ପଶି ଫସଲ କ୍ଷତି କରୁଛନ୍ତି। ଉକ୍ତ ହାତୀ ପଲରେ ୩ ଶାବକ ଥିଲେ। ସେଥିରୁ ଗୋଟିଏ ହେଉଛି ଉକ୍ତ ମୃତ ଶାବକ। ଦୁଇଦିନ ତଳେ ମା’ହାତୀଠାରୁ ହାତୀଛୁଆ ଖାଦ୍ୟ ଖାଉଥିବା ଗ୍ରାମବାସୀ ଦେଖିଥିଲେ। ହଠାତ୍‌ ଶାବକର ମୃତ୍ୟୁ କିପରି ହେଲା ତାହା ସନ୍ଦେହ ଘେରରେ ରହିଛି।
ଗୁରୁବାର ସକାଳେ ମୁଣ୍ଡିଆରେ ହାତୀପଲ ଗର୍ଜନ କରୁଥିବା ଶୁଣି ଅଞ୍ଚଳବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ରେଞ୍ଜର ମଧୁସୂଦନ ପାତ୍ର, ଫରେଷ୍ଟର ସୁଦର୍ଶନ ଦେହୁରୀ, ଫରେଷ୍ଟ ଗାର୍ଡ ମୁକ୍ତିପ୍ରସାଦ ବେହେରା ପହଞ୍ଚତ୍ ଖୋଜାଖୋଜି କରିବା ବେଳେ ହାତୀଛୁଆ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ମା’ ମୃତ ଶାବକକୁ ଜଗି ରହିଥିଲା। ତେଣୁ ବନ କର୍ମଚାରୀ ପାଖ ମାଡ଼ିପାରି ନ ଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମା’ ହାତୀ ଜଙ୍ଗଲକୁ ପଳାଇଥିଲା। ଏହାପରେ ମୃତ ଶାବକକୁ ଉଦ୍ଧାର କରି ମୁଣ୍ଡିଆ ତଳକୁ ଅଣାଯାଇଥିଲା। ରାସୋଳ ପ୍ରାଣୀଧନ ଚିକିତ୍ସକ ଅଭିଷେକ ସାହୁ ହାତୀଟିର ବ୍ୟବଚ୍ଛେଦ କରିବା ପରେ ମୃତଦେହ ପୋତିଦିଆଯାଇଛି। ରିପୋର୍ଟ ଆସିବା ପରେ ହାତୀଛୁଆର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିବ ବୋଲି ରେଞ୍ଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri