ହାତୀ ମୃତ୍ୟୁ ତଦନ୍ତ କଲା କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୬।୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହର୍ପିସ ଭୂତାଣୁ ସଂକ୍ରମିତ ଦ୍ୱାରା ଗତ ଏକ ମାସରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍‌ଏ)ର ଏସ୍‌.ପି ଯାଦବ ଓ ଜାତୀୟ ହର୍ପିସ ପ୍ରୋଜେକ୍ଟର ମୁଖ୍ୟ ଆସାମର ଗୌରାଙ୍ଗ ମହୋତଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ବୁଧବାର ପ୍ରାଣୀ ଉଦ୍ୟାନକୁ ପରିଦର୍ଶନ କରି ଘଟଣାର ତଦନ୍ତ କରିଛନ୍ତି। ହର୍ପିସ ଭୁତାଣୁ ଦ୍ୱାରା ହାତୀଙ୍କର ମୃତ୍ୟୁ ହୋଇଥାଏ। ତେବେ ଚିଡ଼ିଆଖାନା ଇତିହାସରେ ଏହା ପ୍ରଥମ ଘଟଣା ବୋଲି କେନ୍ଦ୍ରୀୟ ଦଳ କହିଛନ୍ତି। ଏହି ହାତୀ ମୃତ୍ୟୁ ଘଟଣା ଆମକୁ ଏକ ଶିକ୍ଷା ଦେଇଛି ବୋଲି ସେମାନେ କହିଛନ୍ତି। ଏହି ଦଳ ଗୁରୁବାର ନନ୍ଦନକାନନ ଓ ଚନ୍ଦକା ଅଭୟାରଣ୍ୟ ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ନନ୍ଦନକାନନରେ ହୋଇଥିବା ଅଲୋଚନାରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ଏସିଏଫ୍‌ ଅଶୋକ କୁମାର ଦାସଙ୍କ ସମେତ ନନ୍ଦନକାନନ ଡାକ୍ତରମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ ନନ୍ଦନକାନନ ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ବୁଧବାର ନନ୍ଦନକାନନ ଗେଟକୁ ୧ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ତପନ କୁମାର ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା। ନନ୍ଦନକାନନ ମୁଖ୍ୟ ଫାଟକକୁ ବନ୍ଦ କରାଯାଇଥିଲା। ଦାରୁଠେଙ୍ଗଠାରେ ହୋଇଥିବା ଡମ୍ପିଂୟାର୍ଡ ଯୋଗୁ ନନ୍ଦନକାନନରେ ୪ହାତୀ ସହିତ ପଶୁପକ୍ଷୀମାନେ ମରୁଥିବାର ଅଭିଯୋଗ ହୋଇଥିଲା। ନୂତନ ଜୀବଜନ୍ତୁ ଆସିବା, ପଶୁପକ୍ଷୀମାନଙ୍କର ସୁରକ୍ଷା ଆଦି ୮ଦଫା ଦାବି ନେଇ ସୁରକ୍ଷା କମିଟିର ସଦସ୍ୟମାନେ ଗେଟ ଆଗରେ ବିକ୍ଷୋଭ କରିଥିଲେ। ବୁକିଂ କାଉଣ୍ଟର ଓ ପ୍ରବେଶ ପଥ ଫାଟକକୁ ବନ୍ଦ କରିବାରୁ ଆସିଥିବା ଯାତ୍ରୀମାନେ ଟିକେଟ କରି ନ ପାରି ଅପେକ୍ଷା କରିଥିବାବେଳେ କେତକ ଯାତ୍ରୀ ଫେରିଯାଇଥିଲେ। ପରେ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏହାପରେ ଗେଟ ଖୋଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ।...

ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ

ଭୁବନେଶ୍ୱର, ୧୯।୩ (ବନ୍ଦନା ସେଠୀ): ଚତୁର୍ଥ ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ପ୍ରାୟ ୫ଶହ ପ୍ରତିଯୋଗୀ...

ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଇଛୁ: ବିଜେଡି

ଭୁବନେଶ୍ୱର,୧୯ା୩(ଅନିଲଦାସ):ଆଦିବାସୀ ସମ୍ପ୍ରଦାୟ ଓଡ଼ିଶା ରାଜ୍ୟ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି। ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ...

ଆଜି ଉମରକୋଟ ଗସ୍ତରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦...

ପ୍ରାର୍ଥୀ ଚୟନ ନେଇ ଆଗେଇଲେ ବିଜେଡି, ଭାଜପା

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଦୁଇ ଦିନ ପରେ ବିଜେଡି ଶୀର୍ଷ ନେତୃତ୍ୱ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରି ସାଙ୍ଗଠନିକ...

କଳା କଲରାପତରିଆ ବାଘୁଣୀ ସହିତ ଯାଆଁଳା ଛୁଆ: କ୍ୟାମେରାରେ କଏଦ

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ରାଜ୍ୟରେ ପୁଣି ଦେଖାଯାଇଛି କଳା କଲରାପତରିଆ ବାଘ। ଏଥର କିନ୍ତୁ ମା’ ସହ ଛୁଆକୁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ...

୪୫ରୁ ୫୫ କି.ମି. ବେଗରେ ବହିବ ପବନ, କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯ା୩ (ଅନିଲଦାସ):ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର...

ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା:ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୧୯ା୩ (ଅନିଲଦାସ):ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଏପ୍ରିଲ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri