ହସ୍ପିଟାଲରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

ଜି.ଉଦୟଗିରି,୧୭।୮(ଡି.ଏନ.ଏ.)-ଜି.ଉଦୟଗିରି ହସ୍ପିଟାଲରେ ଏକ ମୃତଦେହ ନେବାକୁ ନେଇ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ କୌଣସି ଯାନରେ ନେବାକୁ ନ ପାଇ ମୃତକଙ୍କ ପରିବାଲ ଲୋକେ ଏକ ବାଇକ୍‌ରେ ନେବାକୁ ଯାଉଥିଲେ। ଖବର ପାଇ ହସ୍ପିଟାଲ କର୍ତ୍ତୃପକ୍ଷ ପହଞ୍ଚି ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ମୃତଦେହ ନେବା ପାଇଁ କାହିଁକି ବ୍ୟବସ୍ଥା କରାଗଲା ନାହିଁ ବୋଲି ମୃତକଙ୍କ ସମ୍ପର୍କୀୟମାନେ ପ୍ରଶ୍ନ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୋଲିସ ପହଞ୍ଚି ବୁଝାଶୁଝା କରିବାରୁ ପରିବାର ଆମ୍ବୁଲାନରେ ମୃତଦେହ ନେଇଥିଲେ। ଜି.ଉଦୟଗିରି ଏନ୍‌ଏସି ତରଫରୁ ପୂର୍ବତନ ଏମ୍‌ପିଙ୍କ ଅନୁଦାନରୁ ୭ ଲକ୍ଷ ଟଙ୍କାରେ ଏକ ମହାପ୍ରୟାଣ ଗାଡ଼ି କିଣା ଯାଇଥିଲା। କିନ୍ତୁ ୬ ମାସ ହେବ ବ୍ୟବହାର ନ ହୋଇ ହସ୍ପିଟାଲ ପରିସରରେ ପଡ଼ି ରହିଛି।
ସୂଚନାପ୍ରକାରେ, କତିଙ୍ଗିଆର ସେବତୀ ପ୍ରଦାନ (୬୫)ଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସକାଳୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ନେବାକୁ କୌଣସି ଗାଡ଼ ନମିଳିବାରୁ ସମ୍ପର୍କୀୟମାନେ ମୃତଦେହ ଲୁଗାରେ ବାନ୍ଧି ବାଇକ୍‌ରେ ନେବା ପାଇଁ ବାହାରିଥିଲେ। ହସ୍ପିଟାଲର କର୍ତ୍ତୃପକ୍ଷ ମନା କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ କତିଙ୍ଗିଆକୁ ନିଆଯାଇଥିଲା। ଡ଼ାକ୍ତରମାନଙ୍କୁ ଜରୁରୀକାଳିନ ସେବାରେ ନିୟୋଜିତ କରାଯାଉ ନ ଥିବା ଓ ମହାପ୍ରୟାଣ  ଗାଡ଼ି ଥାଇ ବ୍ୟବହାର ନ ହେବା ନେଇ ପୂର୍ବତନ କାଉନସିଲର ଜିତେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ । ଏ ନେଇ ହସ୍ପିଟାଲ ଇନଚାର୍ଜ ଡ. ଶଶିକାନ୍ତ ମଲିକଙ୍କୁ ପଚାରିବାରୁ ଡାକ୍ତରମାନେ ଠିକ ଭାବେ ଡ୍ୟୁଟି କରୁଛନ୍ତି। ମହାପ୍ରୟାଣ ଗାଡ଼ି ଏନ୍‌ଏସି କରିଛି। ବର୍ତ୍ତମାନ ରୋଗୀ କଲ୍ୟାଣ ସମିତିକୁ ବୁଝିବାକୁ କୁହାଯାଉଛି । ହସ୍ପିଟାଲରେ ଡ୍ରାଇଭର ରଖିବାକୁ ସେପରି ସମ୍ବଳ ନାହିଁ । ତେଣୁ ଆସନ୍ତା ୨୦ ତାରିଖରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ମହାପ୍ରୟାଣ ଗାଡ଼ି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri