ହସ୍ପିଟାଲରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

ଜି.ଉଦୟଗିରି,୧୭।୮(ଡି.ଏନ.ଏ.)-ଜି.ଉଦୟଗିରି ହସ୍ପିଟାଲରେ ଏକ ମୃତଦେହ ନେବାକୁ ନେଇ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ କୌଣସି ଯାନରେ ନେବାକୁ ନ ପାଇ ମୃତକଙ୍କ ପରିବାଲ ଲୋକେ ଏକ ବାଇକ୍‌ରେ ନେବାକୁ ଯାଉଥିଲେ। ଖବର ପାଇ ହସ୍ପିଟାଲ କର୍ତ୍ତୃପକ୍ଷ ପହଞ୍ଚି ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ମୃତଦେହ ନେବା ପାଇଁ କାହିଁକି ବ୍ୟବସ୍ଥା କରାଗଲା ନାହିଁ ବୋଲି ମୃତକଙ୍କ ସମ୍ପର୍କୀୟମାନେ ପ୍ରଶ୍ନ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୋଲିସ ପହଞ୍ଚି ବୁଝାଶୁଝା କରିବାରୁ ପରିବାର ଆମ୍ବୁଲାନରେ ମୃତଦେହ ନେଇଥିଲେ। ଜି.ଉଦୟଗିରି ଏନ୍‌ଏସି ତରଫରୁ ପୂର୍ବତନ ଏମ୍‌ପିଙ୍କ ଅନୁଦାନରୁ ୭ ଲକ୍ଷ ଟଙ୍କାରେ ଏକ ମହାପ୍ରୟାଣ ଗାଡ଼ି କିଣା ଯାଇଥିଲା। କିନ୍ତୁ ୬ ମାସ ହେବ ବ୍ୟବହାର ନ ହୋଇ ହସ୍ପିଟାଲ ପରିସରରେ ପଡ଼ି ରହିଛି।
ସୂଚନାପ୍ରକାରେ, କତିଙ୍ଗିଆର ସେବତୀ ପ୍ରଦାନ (୬୫)ଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସକାଳୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ନେବାକୁ କୌଣସି ଗାଡ଼ ନମିଳିବାରୁ ସମ୍ପର୍କୀୟମାନେ ମୃତଦେହ ଲୁଗାରେ ବାନ୍ଧି ବାଇକ୍‌ରେ ନେବା ପାଇଁ ବାହାରିଥିଲେ। ହସ୍ପିଟାଲର କର୍ତ୍ତୃପକ୍ଷ ମନା କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ କତିଙ୍ଗିଆକୁ ନିଆଯାଇଥିଲା। ଡ଼ାକ୍ତରମାନଙ୍କୁ ଜରୁରୀକାଳିନ ସେବାରେ ନିୟୋଜିତ କରାଯାଉ ନ ଥିବା ଓ ମହାପ୍ରୟାଣ  ଗାଡ଼ି ଥାଇ ବ୍ୟବହାର ନ ହେବା ନେଇ ପୂର୍ବତନ କାଉନସିଲର ଜିତେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ । ଏ ନେଇ ହସ୍ପିଟାଲ ଇନଚାର୍ଜ ଡ. ଶଶିକାନ୍ତ ମଲିକଙ୍କୁ ପଚାରିବାରୁ ଡାକ୍ତରମାନେ ଠିକ ଭାବେ ଡ୍ୟୁଟି କରୁଛନ୍ତି। ମହାପ୍ରୟାଣ ଗାଡ଼ି ଏନ୍‌ଏସି କରିଛି। ବର୍ତ୍ତମାନ ରୋଗୀ କଲ୍ୟାଣ ସମିତିକୁ ବୁଝିବାକୁ କୁହାଯାଉଛି । ହସ୍ପିଟାଲରେ ଡ୍ରାଇଭର ରଖିବାକୁ ସେପରି ସମ୍ବଳ ନାହିଁ । ତେଣୁ ଆସନ୍ତା ୨୦ ତାରିଖରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ମହାପ୍ରୟାଣ ଗାଡ଼ି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?