ହଳଦିଆପଦରକୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ଅକ୍ଟୋବର ୨ରୁ

ବ୍ରହ୍ମପୁର ଅଫିସ,୨୮ା୮- ବ୍ରହ୍ମପୁର ବସ୍‌ଷ୍ଟାଣ୍ଡର ସ୍ଥାନାନ୍ତର ନେଇ ରହିଥିବା ସମସ୍ୟାର ଏବେ ଅନ୍ତ ଘଟିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ହଳଦିଆପଦର ବସ୍‌ଟର୍ମିନାଲକୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ଭାବେ ଘୋଷଣା କରାଯିବ। ଉକ୍ତ ଷ୍ଟାଣ୍ଡରୁ ସମସ୍ତ ବସ୍‌ ଚଳପ୍ରଚଳ କରିବ। ନୂଆ ଷ୍ଟାଣ୍ଡକୁ ସିଟି ବସ୍‌ଷ୍ଟାଣ୍ଡ ଭାବେ ଘୋଷଣା ସହ ଏହାର ମରାମତି ମଧ୍ୟ କରାଯିବ। ମଙ୍ଗଳବାର ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷରେ ଆୟୋଜିତ ସ୍ବତନ୍ତ୍ର ସାଧାରଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ନୂଆ ବସ୍‌ଷ୍ଟାଣ୍ଡ ତଥା ସିଟି ବସ୍‌ଷ୍ଟାଣ୍ଡର ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ଏ ବାବଦରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିବା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର ବୈଠକରେ ସୂଚାଇଥିଲେ। ବ୍ରହ୍ମପୁର ସହର କର୍ପୋରେଶନ ରୋଡରେ ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବିଡିଏର ୫ ଏକର ଜମିରେ ଗଞ୍ଜାମ ହାଟ ନିର୍ମାଣ ହେବ। ଏନେଇ ଏକ ସ୍ବତନ୍ତ୍ର ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ବିଡିଏ ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗଞ୍ଜାମ ହାଟ ଡିଜାଇନକୁ ଚୂଡାନ୍ତ କରାଯିବା ସହ ହଳଦିଆ ପଦର ବସ୍‌ଷ୍ଟାଣ୍ଡକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଉପରେ ଆଲୋକପାତ କରାଯାଇଥିଲା। ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ ଆଲୋଚନା ବିଫଳ ହେଉଛି। ଏନେଇ ଆରଟିଓଙ୍କ ସହ ଆସନ୍ତା ୩୧ତାରିଖରେ ଆଲୋଚନା କରାଯାଇ ହଳଦିଆପଦର ବସ୍‌ଷ୍ଟାଣ୍ଡକୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ନାମରେ ଘୋଷଣା କରାଯିବ। ଏଥିସହ କର୍ପୋରେଶନ ରୋଡରେ ପରିତ୍ୟକ୍ତ ଅବସ୍ଥାରେ ଥିବା ବିଡିଏର ୫ ଏକର ଜମିରେ ଗଞ୍ଜାମ ହାଟ ନିର୍ମାଣ ହେବ। ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଣିଷ ହାର୍ଟ ଆକୃତି ଡିଜାଇନରେ ନିର୍ମାଣ ହେବ। ସେଥିରେ ୬୬ ଦୋକାନ ଘର ସହ ୨୫୦୦ ସିଟ ବିଶିଷ୍ଟ ଏକ ଥିଏଟର ହଲ ରହିବ। ଏହାବ୍ୟତୀତ ମହିଳା, ଶିଶୁ, ବରିଷ୍ଠ ନାଗରିକଙ୍କ ବ୍ୟବହାରିକ ଉପକରଣ ନିମିତ୍ତ ସ୍ବତନ୍ତ୍ର ସ୍ଥାନ ରହିବ। ଗଞ୍ଜାମ ହାଟ ସମ୍ମୁଖରେ ପ୍ରାୟ ୭୦ ହଜାର ବର୍ଗ ଫୁଟ ଅଞ୍ଚଳରେ ୩ ମହଲା ବିଶିଷ୍ଟ ଏକ କମର୍ସିଆଲ କମ୍ପ୍ଲେକ୍ସ ନିର୍ମାଣ ହେବ। ଯେଉଁଥିରେ ୧୧୧ ଦୋକାନ ଘର ନିର୍ମାଣ କରାଯିବ। ପ୍ରତ୍ୟେକ ଶନିବାର ଓ ରବିବାର ଆଞ୍ଚଳିକ କଳାକାରଙ୍କ ଦ୍ୱାରା ଗଞ୍ଜାମ ହାଟ ମଧ୍ୟରେ ସହରବାସୀଙ୍କ ଆମୋଦ ପ୍ରମୋଦ ନିମିତ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଥିବା ଉପାଧ୍ୟକ୍ଷ ରାଠୋର ସୂଚାଇଥିଲେ। ଏଥି ପାଇଁ ଆସନ୍ତା ୪୫ ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବାକୁ ଥିବା ବେଳେ ଦେଢ ବର୍ଷରୁ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ କୁହାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଡିଏ ସଚିବ ସମ୍ବିତ ରାଉତ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri