ହତ୍ୟା ଅଭିଯୁକ୍ତ ୩ ବର୍ଷ ପରେ ଗିରଫ

ନୟାଗଡ଼ ଅଫିସ,୨୧ା୧୦: ୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ଜଣେ ଯୁବକଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ ଦୁର୍ଗାପ୍ରସାଦ ଗ୍ରାମର କିଶୋର ମାଝି ଓରଫ କୁମ୍ପା। ଘଟଣାରୁ ପ୍ରକାଶ ଯେ, ଘଡ଼ୁଆଳ ଗ୍ରାମର ସୁରେଶ ପଣ୍ଡା ଗ୍ରାମ ଶେଷମୁଣ୍ଡରେ ମାଙ୍କଡ଼ା ପଥର ବ୍ୟବସାୟ କରୁଥିଲେ। ସେଠାରୁ ଅଳ୍ପ ଦୂରରେ ପୂର୍ବରୁ ଉକ୍ତ ଗ୍ରାମର କୁମ୍ପା ମଧ୍ୟ ପଥର ବ୍ୟବସାୟ କରୁଥିଲେ। ସୁରେଶ ସେଠାରେ ପଥର ବେପାର କରିବାରୁ କୁମ୍ପାର ବ୍ୟବସାୟ ମାନ୍ଦା ପଡ଼ି ଯାଇଥିଲା। ଏହିଭଳି ସମୟରେ ତାଙ୍କସହ ମିଶି ବେପାର କରିବାକୁ କୁମ୍ପା ସୁରେଶଙ୍କୁ କହିଥିଲେ। ହେଲେ ସୁରେଶ ଏଥିରେ ରାଜିହୋଇ ନ ଥିଲେ। ଫଳରେ କୁମ୍ପା ସୁରେଶଙ୍କ ଉପରେ ରାଗ ରଖିଥିଲେ। ୪ ଡିସେମ୍ବର ୨୦୧୬ରେ ଦୁର୍ଗାପ୍ରସାଦର ଏକ ଢାବା ନିକଟରେ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କୁମ୍ପା ସୁରେଶଙ୍କୁ ଗୋଇଠା ବିଧା ସହ ପଥର ମାଡ଼ କରିଥିଲେ। ଏଥିରେ ସୁରେଶ ଗୁରୁତର ହୋଇ ପଡ଼ିବାରୁ କୁମ୍ପା ସେଠାରୁ ପଳାଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ସୁରେଶଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରେଶଙ୍କ ସ୍ତ୍ରୀ ଭାରତୀ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୧୦/୧୬) ରୁଜୁ କରି ତଦନ୍ତ ଚଳାଇଥିବା ବେଳେ କୁମ୍ପା ଫେରାର ହୋଇଯାଇଥିଲେ। ଶନିବାର ରାତିରେ ଦୁର୍ଗାପ୍ରସାଦସ୍ଥିତ ଏକ ଢାବାରେ କୁମ୍ପା ଖାଉଥିବାବେଳେ ଟାଉନ ପୋଲିସ ତାଙ୍କୁ ଗିରଫ କରିଥିଲା। କୁମ୍ପାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri