ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର ଶିକାର ହୁଅନ୍ତି ଜଟିଳ ‘ଆଣ୍ଟ୍ରୋଗ୍ରେଡ୍‌ ଆମ୍ନେସିଆ’ରେ। ନାୟକଙ୍କ ନିକଟରେ ଦେଖିବାକୁ ମିଳେ ଏକ ଅଜବ ବ୍ୟତିକ୍ରମ। ତାଙ୍କ ସ୍ମୃତିଶକ୍ତିର ଅବଧି ମାତ୍ର ୫ ମିନିଟ ହୋଇଯାଏ, ଯାହାକୁ ଇଂଲିଶରେ କୁହାଯାଏ ‘ଶର୍ଟ ଟର୍ମ ମେମୋରି ଲସ୍‌’। ଏହା ପରର ଘଟଣା ହିଁ ଫିଲ୍ମଟିକୁ ଦେଶ ବିଦେଶରେ ଦେଇଥିଲା ଅଜସ୍ର ସଫଳତା। ଏପରି ନିଆରା ଚଳଚ୍ଚିତ୍ରକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ।
ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି ଆମେରିକାରେ। ମୁଣ୍ଡରେ ଆଘାତ ଲାଗିବା ଯୋଗୁ ବଦଳି ଯାଇଛି ୧୬ ବର୍ଷୀୟା କିଶୋରୀ ରିଲେ ହାର୍ନରଙ୍କ ଜୀବନ। ୨୦୧୯ ଜୁନ୍‌ ୨୧। ଫ୍ୟୁଚର ଫାର୍ମସ ଅଫ୍‌ ଆମେରିକା (ଏଫ୍‌ଏଫ୍‌ଏ) କନ୍‌ଭେନଶନରେ ଚାଲିଥିଲା ଡ୍ୟାନ୍ସ ପ୍ରୋଗ୍ରାମ। ଏହି ସମୟରେ ଘଟିଗଲା ଦୁର୍ଘଟଣା। ଅସାବଧାନତାରୁ ରିଲେଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ। ଏହାପରେ ତାଙ୍କ ଜୀବନ ଆଉ ସ୍ବାଭାବିକ ହୋଇ ରହିନାହିଁ। ପ୍ରତି ୨ ଘଣ୍ଟାରେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାକୁ ସେ ଭୁଲିଯାଉଛନ୍ତି। କାହା ସହିତ ମିଶିଛନ୍ତି, କ’ଣ କଥା ହୋଇଛନ୍ତି, କ’ଣ ଖାଇଛନ୍ତି, କ’ଣ ପିଇଛନ୍ତି ଏପରି ଛୋଟମୋଟ ଘଟଣା ବି ତାଙ୍କର ମନେରହୁନି। କହିବାକୁ ଗଲେ ତାଙ୍କ ଜୀବନ ମାତ୍ର ୨ ଘଣ୍ଟା ମଧ୍ୟରେ ସୀମିତ ହୋଇ ରହିଯାଇଛି। ଆଘାତପ୍ରାପ୍ତ ହେବାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ମଧ୍ୟ କରାଗଲା। ହେଲେ ତାଙ୍କ ନିକଟରେ ଡାକ୍ତର ଖୋଜିପାଇଲେନି କୌଣସି ରୋଗର ଲକ୍ଷଣ। ଯେଉଁଠି ରୋଗ ହିଁ ଜଣାପଡୁନାହିଁ, ସେଠି ଚିକିତ୍ସା କିପରି କରାଯିବ ସେ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ବିଶେଷଜ୍ଞ। ନିଜର ଅନୁଭୂତି ବଖାଣି ରିଲେ କୁହନ୍ତି, କୌଣସି କଥା ତାଙ୍କର ମନେରହୁନି। ଏହା ତାଙ୍କ ଭିତରେ ଭୟ ସୃଷ୍ଟି କରୁଛି। ଏଥିପାଇଁ ତାଙ୍କ ମା’ ବେଶ୍‌ ପରିଶ୍ରମ କରୁଛନ୍ତି। ଦୈନନ୍ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ତାଙ୍କ ପ୍ରକୋଷ୍ଠରେ କ୍ୟାଲେଣ୍ଡର ରୁଟିନ୍‌ ଟଙ୍ଗାଯାଇଛି। କ୍ୟାଲେଣ୍ଡରରେ କୌଣସି ଏକ ପର୍ବପର୍ବାଣି ବିଷୟରେ ଲେଖା ହୋଇଥିବା ଦେଖିଲେ ମନ ଆପଣାଛାଏ ଖୁସି ହୋଇଯାଏ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ କିଛି ପୁଣି ବଦଳିଯାଏ। ମୁଣ୍ଡରେ ଆଘାତ ଲାଗିବା ପରେ ଜୀବନ ଅଟକି ଯାଇଛି। ଯଦି କିଛି ମନେ ଅଛି ତାହା ହେଲା ଜୁନ୍‌ ୨୧।
ରିଲେଙ୍କ ମା’ ସାରା କୁହନ୍ତି, ଡାକ୍ତର କହୁଛନ୍ତି ସମୟକ୍ରମେ ଝିଅ ସ୍ବାଭାବିକ ଜୀବନ ଫେରିପାଇବ। ହେଲେ ଏଯାଏ ସେମିତି କିଛି ଘଟୁନାହିଁ। ବେଳେବେଳେ ଲାଗୁଛି, ରିଲେଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆଉ କେବେ ସୁଧାର ଆସିବନି। ଝିଅର ଇଚ୍ଛା ଥିଲା ମେଡିକାଲରେ କ୍ୟାରିୟର କରିବା। ହେଲେ ଏବେ ତା’ର ଏମିତି ଅବସ୍ଥାରେ ଭଲ ଚାକିରି ଖଣ୍ଡେ ମିଳିବା ବି ମୁସ୍କିଲ। ରିଲେଙ୍କ ପରି ଆମେରିକାର କେଟାଲିନ୍‌ ଲିଟର ମଧ୍ୟ ସମାନ ଧରଣର ଜଟିଳ ବ୍ୟାଧିର ଶିକାର। ୨୦୧୭ରେ କେଟାଲିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ତାଙ୍କ ନିକଟରେ ମଧ୍ୟ ସ୍ମୃତିଶକ୍ତି ହରାଇବା ଲକ୍ଷଣ ଦେଖିବାକୁ ମିଳିଛି। ରିଲେଙ୍କ କ୍ଷେତ୍ରରେ ଯାହା ୨ ଘଣ୍ଟାରେ ଘଟୁଛି, ସମାନ ଘଟଣା ୧୨ ଘଣ୍ଟାରେ ଭୋଗୁଛନ୍ତି କେଟାଲିନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ...

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri