ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ

ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ କାର୍ଯ୍ୟାଳୟକୁ ଘେରାଉ କରି ଧାରଣାରେ ବସିଥିଲେ। କମଳ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ସ୍ବାସ୍ଥ୍ୟ ସେବା ବନ୍ଦକୁ ବିରୋଧ କରିବା ସହ ଜଣେ ବ୍ୟକ୍ତିର ମୌଳିକ ଅଧିକାର ସ୍ବାସ୍ଥ୍ୟସେବାକୁ ପୂରଣ କରିବା ପାଇଁ ସରକାର ବାଧ୍ୟ ବୋଲି କହିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଘୋଷଣା କରିଥିଲେ। ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଠୀ, ଡ. ଈଶ୍ୱର ଚନ୍ଦ୍ର ଜେନା, ଡ. ରମାକାନ୍ତ ଭଞ୍ଜ, ରମାନାଥ ଗିରି, ଅରୁଣ ବେଜ, ଜଗଦୀଶ ନନ୍ଦୀ, ଶରତ ଚନ୍ଦ୍ର ପରିଡା, ସେକ୍‌ ମୋତିଲାଲ, ସୁଧୀର ପାତ୍ର, ରମେଶ ଚନ୍ଦ୍ର ପାତ୍ର, ସୁଦାମ ପାତ୍ର, ବନମାଳୀ ଧଳ, ସଞ୍ଜୟ ମହାନ୍ତି, ମଧୁସୂଦନ ଦତ୍ତ, ଶ୍ରୀକଣ୍ଠ ମହାନ୍ତି, ପଦ୍ମଲୋଚନ ବେହେରା, ସୁଜିତ ପ୍ରଧାନ, ଶମ୍ଭୁନାଥ ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଧାରଣାସ୍ଥଳରେ ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର ପହଞ୍ଚତ୍ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରି ତୁରନ୍ତ ୩ଜଣ ଡାକ୍ତର ହସ୍‌ପିଟାଲରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମ୍ପୃକ୍ତ ଡାକ୍ତରମାନେ ଜଳେଶ୍ୱର ହସ୍‌ପିଟାଲରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିବା ପରେ ଆନ୍ଦୋଳନକାରୀମାନେ ତହସିଲ କାର୍ଯ୍ୟାଳୟ ଛାଡ଼ି ନିକଟସ୍ଥ ୬୦ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକୋ କରି ଧାରଣାରେ ବସିବା ଫଳରେ ଉଭୟ ପଟରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପୁଣି ଉପଜିଲାପାଳ ଜାତୀୟ ରାଜପଥରେ ପହଞ୍ଚତ୍ ନୂତନ ୩ଜଣ ଡାକ୍ତରଙ୍କୁ ଭଟ୍ଟର ହସପିଟାଲରେ ଅବସ୍ଥାପିତ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri