ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା, ଆବଶ୍ୟକ ଶଯ୍ୟା ଅଭାବ, ପାନୀୟ ଜଳ ବ୍ୟବସ୍ଥା ନ ଥିବା ଭଳି ବହୁ ସମସ୍ୟା ଲାଗି ରହିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ ବହୁ ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟସେବାରେ ତୁରନ୍ତ ସୁଧାର ଆଣିବାକୁ ଦାବି କରି ସୋମବାର ସ୍ଥାନୀୟ ଇଗଲ କ୍ଲବ ତରଫରୁ ୯ ଦଫା ସମ୍ବଳିତ ଦାବିପତ୍ର ସିଡିଏମଓଙ୍କୁ ପ୍ରଦାନ କରାଯାଇଛି। ମାସେ ମଧ୍ୟରେ ଦାବି ପୂରଣ ନ ହେଲେ ଡାକ୍ତରଖାନା ପରିସରରେ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅଭିଯୋଗ ମୁତାବକ, ପରଜଙ୍ଗ ବ୍ଲକରେ ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ସେଠାରେ ୨ ଜଣ ଏମବିବିଏସ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏଥିସହ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ୪ ଜଣ ଆୟୁଷ ଡାକ୍ତର ପାଳିକରି କାର୍ଯ୍ୟ କରୁଛନ୍ତି। ଫଳରେ ଡାକ୍ତର ଅଭାବରୁ ଅନେକ ସମୟରେ ରୋଗୀ ଚିକିତ୍ସା ନ ପାଇ ହଇରାଣ ହେଉଛି। ତେଣୁ ତୁରନ୍ତ ଆବଶ୍ୟକ ଡାକ୍ତର ନିଯୁକ୍ତ ଦେବା, ବହିର୍ବିଭାଗରେ ୨୪ ଘଣ୍ଟିଆ ସେବା, ବିଭିନ୍ନ ଟେଷ୍ଟର ସୂଚନା ଫଳକ ଲଗାଯିବା, ନୂତନ ଶଯ୍ୟା ପକାଯିବା, ଏକ୍ସ-ରେ ମେଶିନ ସୁବିଧା ଉପଲବ୍ଧ କରାଯିବା, ରୋଗୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନବେଳେ କ୍ଲବ କର୍ମକର୍ତ୍ତା ଶୁଭେନ୍ଦୁ ଦଳବେହେରା, ସଚ୍ଚିଦାନନ୍ଦ କବି, ଚନ୍ଦନ ବିଶ୍ୱାଳ, ସ୍ମୃତିରଞ୍ଜନ ଦଳବେହେରା, ସନ୍ଦୀପ ସାହୁ, ରାଜେଶ ମିଶ୍ର, ଭଗବାନ ସାହୁ, ବଦ୍ରିନାରାୟଣ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri