ସ୍ବର୍ଗଦ୍ୱାର ପୁନରୁଦ୍ଧାର ଲାଗି ଉଚ୍ଛେଦ ଜାରି:ମୃତଦେହ ଦାହ ପାଇଁ ପ୍ରତିବନ୍ଧକ ନାହିଁ

ପୁରୀ ଅଫିସ,  ୧୩।୧୨:ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏଠାରେ ଥିବା ଏକାଧିକ ପୁରୁଣା କୋଠା ଭଙ୍ଗାଯାଉଛି। ଗୁରୁବାର ୩ୟ ଦିନରେ ଚିମିନ, ଆଶ୍ରୟସ୍ଥଳୀ ଆଦି ଉଚ୍ଛେଦ କରାଯାଇଛି। ତେବେ ସ୍ବର୍ଗଦ୍ୱାର ଭଙ୍ଗାଯିବାକୁ ନେଇ ଲୋକେ କୌଣସି ପ୍ରକାର ଭ୍ରମରେ ନ ପଡ଼ନ୍ତୁ। ଉଚ୍ଛେଦ ଏବଂ ମୃତଦେହ ଦାହ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିବ। ମୃତଦେହ ଦାହ କରିବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଉପଜିଲାପାଳ ସ୍ପଷ୍ଟ କରିଛନ୍ତି।
ସ୍ବର୍ଗଦ୍ୱାରର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଏଥିଲାଗି ୫ କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଛି। କାମ ଆରମ୍ଭ ପୂର୍ବରୁ ଏହା ପରିସରରେ ଥିବା ପୁରୁଣା କୋଠାକୁ ଗତ ମଙ୍ଗଳବାରଠାରୁ ଉଚ୍ଛେଦ କରାଯାଉଛି। ତୃତୀୟ ଦିନ ସୁଦ୍ଧା ପଥଶ୍ରାଦ୍ଧ ଘର, ଆଶ୍ରୟସ୍ଥଳୀ, ପଞ୍ଜୀକରଣ କୋଠା, ଧାତବ ଚୁଲାକୁ ଭଙ୍ଗାଯାଇଛି। ଉଚ୍ଛେଦ କାର୍ଯ୍ୟ ସରିବା ପରେ ପ୍ରଥମେ ଗୋଟିଏ ପାର୍ଶ୍ୱରେ ଦାହ ପାଇଁ ୭ଟି ପିଣ୍ଡି ତିଆରି କରାଯିବ। ଏହି ସମୟରେ ଅପର ପାର୍ଶ୍ୱରେ ମୃତଦେହ ଦାହ ଚାଲୁଥିବ। ୭ଟି ପିଣ୍ଡି ସମ୍ପୂର୍ଣ୍ଣ ହେବା ପରେ ଅନ୍ୟ ପାର୍ଶ୍ୱରେ ଆଉ ୭ଟି ପିଣ୍ଡି ତିଆରି ହେବ। ଏହାବ୍ୟତୀତ ମୃତଦେହ ଆଣି ଆସୁଥିବା ପରିଜନଙ୍କ ଲାଗି ସବୁ ପ୍ରକାର ସୁବିଧା କରାଯିବ। ଏହାର ପୁନରୁଦ୍ଧାର ପାଇଁ ନକ୍ସା ଓ ଡିଜାଇନ ପ୍ରସ୍ତୁତ ସରିଛି। ମାତ୍ର ଉଚ୍ଛେଦ ଯୋଗୁ ବୁଧବାର ମୃତଦେହ ଦାହ ସଂଖ୍ୟା କମିଥିବାକୁ ପ୍ରଶାସନ ଅସ୍ବୀକାର କରିଛି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସ୍ବର୍ଗଦ୍ୱାର ଉଚ୍ଛେଦ ଚାଲିଥିବାରୁ ଏଠାରେ ମୃତଦେହ ଦାହ ସଂଖ୍ୟା କମିଛି ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ଉଚ୍ଛେଦ ଚାଲିଥିଲେ ବି ଦାହ କାର୍ଯ୍ୟରେ କୌଣସି ପ୍ରକାର ବାଧା ଉପୁଜୁନାହିଁ। ଏ ନେଇ ପ୍ରଶାସନ ବେଶ୍‌ ସଚେତନ ଅଛି। ଗୋଟିଏ ପାର୍ଶ୍ୱରେ ନବୀକରଣ କାମ ଏବଂ ଅନ୍ୟ ପାର୍ଶ୍ୱରେ ଦାହ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ପଥଶ୍ରାଦ୍ଧ ଗୃହ ଭଙ୍ଗାକୁ ନେଇ ମୃତଦେହ ଦାହ କରିବାକୁ ଆସୁଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ଖୁବ୍‌ଶୀଘ୍ର ଅସ୍ଥାୟୀ ପଥଶ୍ରାଦ୍ଧ ଗୃହ ତିଆରି କରାଯିବ। ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି କୌଣସି ପ୍ରକାର ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri