ସ୍ତ୍ରୀଙ୍କୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗିଥିଲେ ସ୍ବାମୀ

ବୁଗୁଡ଼ା,୩୦ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ଥାନା ପୁରୁଣା ପାଣିକେଶର ଗ୍ରାମର ଶୁଭଶ୍ରୀ ଗୌଡ଼ଙ୍କୁ ହତ୍ୟା କରି ଅଖାରେ ବାନ୍ଧି ତାଙ୍କ ସ୍ବାମୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ବୁଗୁଡ଼ା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ପୋଲିସ ଟିମ୍‌ ମଙ୍ଗଳବାର ତାରସିଙ୍ଗି ଜଙ୍ଗଲରେ ଥିବା ଏକ କେନାଲ ପାଖରୁ ଅଖାରେ ବନ୍ଧା ହୋଇ ପଡିଥିବା ଶୁଭଶ୍ରୀଙ୍କ ଚୁନି, ପାଉଁଜି, ଚୁଡ଼ି ଓ କଙ୍କାଳ ଜବତ କରିଛନ୍ତିି। କଙ୍କାଳକୁ ଏଫଏମ୍‌ଟି ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ କହିଛି। ଶୁଭଶ୍ରୀଙ୍କ ମା’ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ପ୍ରକାଶ ଯେ, ବୁଗୁଡ଼ା ଥାନା ପାଣିକେଶର ଗ୍ରାମର ଦୁଃଖା ଗୌଡ଼ଙ୍କ ଝିଅ ଶୁଭଶ୍ରୀଙ୍କ ସହ ଭଗବାନପୁର ଗ୍ରାମର ଜୟ ଗୌଡ଼ଙ୍କ ପୁଅ ଶରତଙ୍କର ଏପ୍ରିଲ ୧୭ରେ ବିନା ଯୌତୁକରେ ବିବାହ ହୋଇଥିଲା। ପରେ ଶୁଭଶ୍ରୀଙ୍କ ଶ୍ୱଶୁର ଘର ଲୋକେ ୨ ଲକ୍ଷ ଟଙ୍କା, ସୁନାମୁଦି ଓ ଚେନ ଦାବିକରି ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିଲେ। ୨ ମାସ ମଧ୍ୟରେ ଏସବୁ ଯୌତୁକ ଦେବେ ବୋଲି ଶୁଭଶ୍ରୀଙ୍କ ବାପଘରୁ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହାକୁ ବିଶ୍ୱାସ ନ କରି ଶ୍ୱଶୁର ଘର ଲୋକେ ଶୁଭଶ୍ରୀଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେପ୍ଟେମ୍ବର ୧୮ରେ ତୁମ ଝିଅ ୨ ମାସ ହେଲା କୁଆଡ଼େ ଚାଲିଯାଇଛନ୍ତି ବୋଲି ଜ୍ୱାଇଁ ଶରତ ଶୁଭଶ୍ରୀଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ। ଏପରିକି ଶୁଭଶ୍ରୀ ତାଙ୍କ ମାଙ୍କୁ ଫୋନ କରୁ ନ ଥିଲେ, କିମ୍ବା ଜ୍ୱାଇଁଙ୍କୁ ଫୋନ କଲେ ସେ ଉଠାଉ ନ ଥିବାରୁ ତାଙ୍କ ମା’ ବ୍ୟସ୍ତ ହେଉଥିଲେ। ତେଣୁ ଝିଅ ଶୁଭଶ୍ରୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହରେ ମା’ ସେପ୍ଟେମ୍ବର ୨୫ ରେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୨୧୬/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ସନ୍ଦେହରେ ସ୍ବାମୀ ଶରତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲା। ଶରତଙ୍କୁ ପୋଲିସ ବାରମ୍ବାର ପଚରାଉଚରା ପରେ ସେ ଶୁଭଶ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ । କିନ୍ତୁ ମୃତଦେହ ପକାଇ ଥିବା ସ୍ଥାନ ଠିକ୍‌ରେ ନ କହି ବାରମ୍ବାର ମତ ବଦଳାଉଥିଲେ। ପୋଲିସ ତାରସିଙ୍ଗି ଜଙ୍ଗଲ, ଦଶପଲ୍ଲା ଜଙ୍ଗଲ ଓ ବାଘୁଆ କେନାଲ ଆଦି ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଶୁଭଶ୍ରୀଙ୍କ ପତ୍ତା ମିଳି ନ ଥିଲା । ଫଳରେ ପୋଲିସ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିଲା। ମଙ୍ଗଳବାର ଶରତଙ୍କୁ ସାଙ୍ଗରେ ଧରି ତାରସିଙ୍ଗି ଥାନା ଅନ୍ତର୍ଗତ ଏକ ଜଙ୍ଗଲ ମଧ୍ୟସ୍ଥ କେନାଲ ନିକଟକୁ ପୋଲିସ ଯାଇଥିଲା। ସେଠାରେ ଏକ ଅଖାବନ୍ଧା ହୋଇଥିବା ଜାଣିପାରି ଦେଖିଲା ବେଳକୁ ସେଥିରେ କେବଳ କଙ୍କାଳ, ଚୁନି, ଚୁଡ଼ି, ପାଉଁଜି ସନ୍ଧାନ ମିଳିଥିଲା। ଏଗୁଡ଼ିକୁ ଶରତ ଚିହ୍ନିବାରୁ ପୋଲିସ ତାକୁ ଉଦ୍ଧାର କରି ଘଟଣାର ସତ୍ୟାସତ୍ୟ ଜଣାପଡ଼ିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri