ସ୍ତ୍ରୀଙ୍କୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗିଥିଲେ ସ୍ବାମୀ

ବୁଗୁଡ଼ା,୩୦ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ଥାନା ପୁରୁଣା ପାଣିକେଶର ଗ୍ରାମର ଶୁଭଶ୍ରୀ ଗୌଡ଼ଙ୍କୁ ହତ୍ୟା କରି ଅଖାରେ ବାନ୍ଧି ତାଙ୍କ ସ୍ବାମୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ବୁଗୁଡ଼ା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ପୋଲିସ ଟିମ୍‌ ମଙ୍ଗଳବାର ତାରସିଙ୍ଗି ଜଙ୍ଗଲରେ ଥିବା ଏକ କେନାଲ ପାଖରୁ ଅଖାରେ ବନ୍ଧା ହୋଇ ପଡିଥିବା ଶୁଭଶ୍ରୀଙ୍କ ଚୁନି, ପାଉଁଜି, ଚୁଡ଼ି ଓ କଙ୍କାଳ ଜବତ କରିଛନ୍ତିି। କଙ୍କାଳକୁ ଏଫଏମ୍‌ଟି ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ କହିଛି। ଶୁଭଶ୍ରୀଙ୍କ ମା’ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ପ୍ରକାଶ ଯେ, ବୁଗୁଡ଼ା ଥାନା ପାଣିକେଶର ଗ୍ରାମର ଦୁଃଖା ଗୌଡ଼ଙ୍କ ଝିଅ ଶୁଭଶ୍ରୀଙ୍କ ସହ ଭଗବାନପୁର ଗ୍ରାମର ଜୟ ଗୌଡ଼ଙ୍କ ପୁଅ ଶରତଙ୍କର ଏପ୍ରିଲ ୧୭ରେ ବିନା ଯୌତୁକରେ ବିବାହ ହୋଇଥିଲା। ପରେ ଶୁଭଶ୍ରୀଙ୍କ ଶ୍ୱଶୁର ଘର ଲୋକେ ୨ ଲକ୍ଷ ଟଙ୍କା, ସୁନାମୁଦି ଓ ଚେନ ଦାବିକରି ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିଲେ। ୨ ମାସ ମଧ୍ୟରେ ଏସବୁ ଯୌତୁକ ଦେବେ ବୋଲି ଶୁଭଶ୍ରୀଙ୍କ ବାପଘରୁ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହାକୁ ବିଶ୍ୱାସ ନ କରି ଶ୍ୱଶୁର ଘର ଲୋକେ ଶୁଭଶ୍ରୀଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେପ୍ଟେମ୍ବର ୧୮ରେ ତୁମ ଝିଅ ୨ ମାସ ହେଲା କୁଆଡ଼େ ଚାଲିଯାଇଛନ୍ତି ବୋଲି ଜ୍ୱାଇଁ ଶରତ ଶୁଭଶ୍ରୀଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ। ଏପରିକି ଶୁଭଶ୍ରୀ ତାଙ୍କ ମାଙ୍କୁ ଫୋନ କରୁ ନ ଥିଲେ, କିମ୍ବା ଜ୍ୱାଇଁଙ୍କୁ ଫୋନ କଲେ ସେ ଉଠାଉ ନ ଥିବାରୁ ତାଙ୍କ ମା’ ବ୍ୟସ୍ତ ହେଉଥିଲେ। ତେଣୁ ଝିଅ ଶୁଭଶ୍ରୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହରେ ମା’ ସେପ୍ଟେମ୍ବର ୨୫ ରେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୨୧୬/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ସନ୍ଦେହରେ ସ୍ବାମୀ ଶରତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲା। ଶରତଙ୍କୁ ପୋଲିସ ବାରମ୍ବାର ପଚରାଉଚରା ପରେ ସେ ଶୁଭଶ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ । କିନ୍ତୁ ମୃତଦେହ ପକାଇ ଥିବା ସ୍ଥାନ ଠିକ୍‌ରେ ନ କହି ବାରମ୍ବାର ମତ ବଦଳାଉଥିଲେ। ପୋଲିସ ତାରସିଙ୍ଗି ଜଙ୍ଗଲ, ଦଶପଲ୍ଲା ଜଙ୍ଗଲ ଓ ବାଘୁଆ କେନାଲ ଆଦି ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଶୁଭଶ୍ରୀଙ୍କ ପତ୍ତା ମିଳି ନ ଥିଲା । ଫଳରେ ପୋଲିସ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିଲା। ମଙ୍ଗଳବାର ଶରତଙ୍କୁ ସାଙ୍ଗରେ ଧରି ତାରସିଙ୍ଗି ଥାନା ଅନ୍ତର୍ଗତ ଏକ ଜଙ୍ଗଲ ମଧ୍ୟସ୍ଥ କେନାଲ ନିକଟକୁ ପୋଲିସ ଯାଇଥିଲା। ସେଠାରେ ଏକ ଅଖାବନ୍ଧା ହୋଇଥିବା ଜାଣିପାରି ଦେଖିଲା ବେଳକୁ ସେଥିରେ କେବଳ କଙ୍କାଳ, ଚୁନି, ଚୁଡ଼ି, ପାଉଁଜି ସନ୍ଧାନ ମିଳିଥିଲା। ଏଗୁଡ଼ିକୁ ଶରତ ଚିହ୍ନିବାରୁ ପୋଲିସ ତାକୁ ଉଦ୍ଧାର କରି ଘଟଣାର ସତ୍ୟାସତ୍ୟ ଜଣାପଡ଼ିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri