ସ୍କୁଲ ବନ୍ଦ କରିଦେଲେ, ପାଠ ଛାଡ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୧୮ା୯ -ବଣ ପାହାଡଘେରା କନ୍ଧମାଳ ଜିଲାର ଅନେକ ସ୍ଥାନକୁ ଏବେ ବି ଯାତାୟାତ ସୁବିଧା ନାହିଁ। ରାସ୍ତା ଘାଟ ଅଭାବରୁ ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ଶିକ୍ଷାର ଆଲୋକ ଦେଖି ନ ଥିବା ଲୋକେ ଗ୍ରାମରେ ଏକ ସ୍କୁଲ ଖୋଲିଥିବାରୁ ଖୁସି ହୋଇଥିଲେ ା କିଛି ବର୍ଷ ଉକ୍ତ ସ୍କୁଲ ଚାଲିବା ପରେ ତାହାକୁ ଏବେ ବନ୍ଦ କରି ଦିଆଗଲା ା ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। କ.ନୂଆଗାଁ ବ୍ଲକ କୁଡ଼ୁତୁଲି ପଞ୍ଚାୟତର କିରାକେତା ସ୍କୁଲରେ ପିଲା କମ୍‌ ଥିବା ଦର୍ଶାଇ ଶିକ୍ଷା ବିଭାଗ ଏହାକୁ ବନ୍ଦ କରିଦେଇଛି। ଆବଶ୍ୟକଠାରୁ ମାତ୍ର ଗୋଟିଏ ପିଲା କମ୍‌ ହେବାରୁ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଫଳରେ କେତେଜଣ ପିଲା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହୋଇଛନ୍ତି। କାରଣ ସେମାନଙ୍କ ପକ୍ଷେ ଅନ୍ୟ ସ୍କୁଲ ୩/୪ କିମି ଦୂର ପାହାଡ ଜଙ୍ଗଲ ଦେଇ ଯିବା ସମ୍ଭବ ହେଲାନାହିଁ ା ବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଥିଲେ ଆଖ ପାଖରୁ ଗୋଟିଏ ପିଲା ସ୍କୁଲକୁ ଆଣି ବହୁ ଦିନର ଅନୁଷ୍ଠାନକୁ ବଞ୍ଚାଇ ପାରିଥାନ୍ତା ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି ା
କ.ନୂଆଗାଁ ଓ ଫିରିଙ୍ଗିଆ ବ୍ଲକ ସୀମାନ୍ତରେ ଥିବା କିରାକେତା ଗ୍ରାମରେ ୩୦ ପରିବାର ବସବାସ କରୁଛନ୍ତି। ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଆଦି ଏଠାକୁ ଅପହଞ୍ଚ। ଶିକ୍ଷାର ଆଲୋକ ପାଇଁ ଗ୍ରାମରେ ୨୦୧୩ରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା। ସେଠାରେ ଗ୍ରାମର ପିଲା ପଢ଼ିଲେ ା ଗ୍ରାମରେ ହସଖୁସିର ବାତାବରଣ ଚାଲି ଆସିଲା ା ହେଲେ ଚଳିତବର୍ଷ ୯ ଛାତ୍ରୀଛାତ୍ର ପଢ଼ୁଥିବା ଦର୍ଶାଇ ଶିକ୍ଷା ବିଭାଗ ଏହାକୁ ବନ୍ଦ କରି ଦେଇଛି ା ଦିନ ଥିଲା କ.ନୂଆଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏହି ସ୍କୁଲରେ ଗଣଶିକ୍ଷକ ଭାବେ ପିଲାଙ୍କୁ ପାଠ ପଢାଉଥିଲେ। ହେଲେ ସ୍କୁଲରେ ଗୋଟିଏ ପିଲା କମି ଯିବାରୁ ରାଜ୍ୟ ସରକାରଙ୍କର ନୂତନ ଆଇନ ଦ୍ୱାରା ଏହାକୁ ବନ୍ଦ କରି ଦିଆଯାଇଛି। ଫଳରେ କେତେଜଣ ବସ୍ତାନୀରେ ଡୋରି ବନ୍ଧା ଯାଇଥିବା ବେଳେ କେତେଜଣ ପାହାଡ଼ିଆ ରାସ୍ତାରେ ୩/୪ କିମି ଚାଲି ଚାଲି ଯାଇ ନନ୍ଦମାହା ସ୍କୁଲରେ ପାଠ ପଢ଼ୁଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ା ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ପାଇଁ ଆଉ ଏକ ସମସ୍ୟା ଛିଡ଼ା ହୋଇଛି। ଗ୍ରାମ ଅଙ୍ଗନୱାଡ଼ିରୁ ୧୨ଜଣ ପିଲା ସ୍କୁଲରେ ନାମ ଲେଖାଇବା ଅପେକ୍ଷାରେ ଅଛନ୍ତି। ଏମାନଙ୍କୁ ନନ୍ଦମାହା ସ୍କୁଲକୁ ନେବାକୁ ହେଲେ ରାସ୍ତାରେ ଦୁଇଟି ପାହାଡ଼ ଏବଂ ଗୋଟିଏ ନଦୀ ପାର ହେବାକୁ ପଡିବ ା ଗ୍ରାମରେ ଥିବା ସ୍କୁଲକୁ ବନ୍ଦ କରି ଦିଆଯିବାରୁ ପିଲାମାନେ ଏବେ ପଢ଼ିବାକୁ ହଇରାଣ ହେଉଛନ୍ତି। ପିଲା ପାଖ ସ୍କୁଲକୁ ଯିବା ସମ୍ଭବ ନୁହେଁ। କାରଣ ଜଙ୍ଗଲ ପାହଡ଼ ରାସ୍ତାରେ ଭାଲୁ ତଥା ଅନ୍ୟ ଜନ୍ତୁ ଭୟ ରହିଛି ା ଗାଁକୁ ଲାଇନ ଆସିନାହିଁ। ଜଣେ ଠିକାଦାର ଆସି ଗାଁରେ ବିଦ୍ୟୁତ ଖୁଣ୍ଟ ପକାଇବା ପାଇଁ ୧୨ ହଜାର ଟଙ୍କା ଆଦାୟ କରି ପଳାଇଛନ୍ତି। ଏପରିକି ଗ୍ରାମକୁ ନିତିଦିନିଆ ରାସ୍ତା ହୋଇ ପାରିଲା ନାହିଁ ବୋଲି ଅଭିଭାବକଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁସାରେ ସ୍କୁଲ ବନ୍ଦ କରାଯାଉଥିବା ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri