ସ୍କୁଲରେ ବଢୁଛି ଅସଦାଚରଣ ମାମଲା : ନିଲମ୍ବନରେ ସୀମିତ ରହୁଛି କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା ଅଫିସ୍‌, ୧୮।୯ : କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍କୁଲରେ ଅନେକ ସମୟରେ ନାବାଳିକା/ନାବାଳକ (ଛାତ୍ରୀ/ଛାତ୍ର)ମାନେ ଅସଦାଚରଣର ଶିକାର ହେଉଛନ୍ତି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ନିଲମ୍ବନ କରିଦିଆଯିବା ପରେ ପୋଲିସ କିମ୍ବା ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଏଭଳି ଘଟଣା ଦିନକୁ ଦିନ ବଢ଼ୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଗତ ଅଗଷ୍ଟରେ ଡେରାବିଶ ହାଇସ୍କୁଲର ଖେଳ ଶିକ୍ଷକ ଅରୁଣ କୁମାର ଜେନା ଜନୈକା ଛାତ୍ରୀଙ୍କୁ ଅଶ୍ଳିଳ ଭିଡିଓ ଦେଖାଇବା ଘଟଣାର ଦେଢ଼ ମାସ ନ ପୂରୁଣୁ ମହାକାଳପଡ଼ା ଅଞ୍ଚଳରେ ଏପରି ଆଉ ଏକ ଘଟଣା ଘଟିଛି। ମହାକାଳପଡା ଥାନା ପୋସେଇର ନୀଳକଣ୍ଠେଶ୍ୱର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜକାନ୍ତ ବାରିକ ଜଣେ ଛାତ୍ରୀଙ୍କୁ ଗତ ୧୪ ତାରିଖରେ ଅସଦାଚରଣ କରିଥିଲେ। ଏହି ଦୁଇ ଘଟଣାରେ ସମ୍ପୃକ୍ତ ୨ ଶିକ୍ଷକଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛି ଜିଲା ଶିକ୍ଷା ବିଭାଗ। ସେହିପରି ୨୦୧୭ ଅକ୍ଟୋବରରେ ଅନୁଷ୍ଠିତ କ୍ରୀଡ଼ା ଶିବିରରେ ଜଣେ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅସଦାଚରଣର ଶିକାର ହେବା ପରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମଧ୍ୟ ତଦନ୍ତ ସରିବା ପରେ ସମ୍ପୃକ୍ତ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ଏହି ସମସ୍ତ ଘଟଣାରେ ଛାତ୍ରୀଛାତ୍ର ନାବାଳିକା/ନାବାଳକ ହୋଇଥିବାରୁ ପୋକ୍‌ସୋ ଆକ୍ଟରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। କିନ୍ତୁ ପୋଲିସ୍‌ ଏହି ଘଟଣାରେ ଚୁପ୍‌ ବସିଥିବା ବେଳେ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଫଳରେ ଶିଶୁ ନିର୍ଯ୍ୟାତନା ବଢ଼ୁଛି ବୋଲି ଜିଲାର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମାତୃଦତ୍ତ ମହାନ୍ତି, ଜାତୀୟ ମାନାବାଧିକାର ପରିଷଦର ଜିଲା ସଭାପତି ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୁକ୍ତଙ୍କ ପାଇଁ କଡ଼ା ଆଇନ୍‌ ଅଛି। କିନ୍ତୁ ସଚେତନତା ଅଭାବରୁ ପୀଡିତାଙ୍କୁ ଆଶାନୁରୂପକ ନ୍ୟାୟ ମିଳୁନାହିଁ। ସେହିପରି ଡେରାବିଶ ଥାନା ଅଞ୍ଚଳର ଜନୈକ ଶିକ୍ଷକ ଜଣେ ନାବାଳକ ଛାତ୍ରଙ୍କୁ ଅସଦାଚରଣ କରିଥିବା ଘଟଣା ସୋମବାର ପଦାକୁ ଆସିଛି। ସମ୍ପୃକ୍ତ ଶିକ୍ଷକ ଗିରଫଦାରିକୁ ଏଡ଼ାଇବାକୁ ଯାଇ ରାଜନୈତିକ ଲୋକଙ୍କ ମାଧ୍ୟମରେ ୧ ଲକ୍ଷ ଟଙ୍କା ଜରିମାନା ଆକାରରେ ଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ଦିଆଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକଥା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଅପରପକ୍ଷରେ ଏପରି ଘଟଣା ଥାନାକୁ ଆସିଲେ ମଧ୍ୟ ଜିଲା ପୋଲିସ ନୀରବ ରହୁଥିବା ବେଳେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରି ମାମଲାଠାରୁ ଦୂରେଇ ରହୁଛନ୍ତି। ଏ ନେଇ ଜିଲା ସିଡବ୍ଲ୍ୟୁସି ପଦକ୍ଷେପ ଜରୁରୀ ଥିବା ବେଳେ ସେମାନେ କେବଳ ତଦନ୍ତ କରି ଚୁପ୍‌ ରହୁଛନ୍ତି। ଏ ନେଇ ଜିଲା ସିଡବ୍ଲ୍ୟୁସି ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର କୁହନ୍ତି, କ୍ରୀଡ଼ା ଶିବିରରେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀଙ୍କ ମୃତ୍ୟୁ ଓ ଡେରାବିଶ ହାଇସ୍କୁଲ ଘଟଣାରେ ଥାନାରେ ମାମଲା ପଞ୍ଜୀକୃତ ହୋଇଥିଲା। ଏ ନେଇ ତଦନ୍ତ କରାଯାଇ ଜିଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଛି। ମହାକାଳପଡ଼ା ଓ ଡେରାବିଶ ଥାନା ଅଞ୍ଚଳରେ ହୋଇଥିବା ୨ଟି ଯାକ ଘଟଣା ୩ ଦିନ ପୂର୍ବର। ଏ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତଦନ୍ତ ପରେ ଜିଲା ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ହେବ। ଶିଶୁ ସୁରକ୍ଷାକୁ ନେଇ କେବେହେଲେ ସାଲିସ କରାଯିବନାହିଁ ବୋଲି ଅଧ୍ୟକ୍ଷା ମହାପାତ୍ର କହିଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା କୁହନ୍ତି, ୩ ଦିନ ପୂର୍ବର ଏହି ଦୁଇ ଘଟଣା ସମ୍ପର୍କରେ ପୋଲିସ ପାଖରେ ଅଭିଯୋଗ ପହଞ୍ଚିନାହିଁ। ଡେରାବିଶ ହାଇସ୍କୁଲ ମାମଲାରେ ସମ୍ପୃକ୍ତ ଶିକ୍ଷକ ଉଚ୍ଚ ନ୍ୟାୟାଳୟରୁ ଜାମିନ ଅର୍ଡର ଆଣି ସାରିଥିବାରୁ ଗିରଫ କରିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri