ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ; ମହଙ୍ଗା ହୋଇପାରେ ଅଶୋଧିତ ତେଲ ଦର

ନୂଆଦିଲ୍ଲୀ,୧୬।୯: ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଅବକିକ୍‌ ଓ ଖୁରେସରେ ଥିବା ଦୁଇଟି ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ସେଠାରେ ଅସ୍ଥାୟୀ ରୂପେ ତୈଳ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସୌଦି ଆରବ ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବ୍‌ଦୁଲ ଅଜିଜ୍‌ ବିନ୍‌ ସଲମାନ କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁ ଆରାମକୋର ମୋଟ ଉତ୍ପାଦନ ଅଧା ହୋଇଗଲାଣି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ବ୍ୟାହତ ହେବ। ଫଳସ୍ବରୂପ ବଜାରରେ ତେଲ ଦର ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ସୌଦି ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଆରାମ୍‌କୋର ଦୈନିକ ୫୭ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ ପ୍ରଭାବିତ ହେଉଛି। ତୈଳ ଉତ୍ପାଦକ ଦେଶସମୂହକୁ ନେଇ ଗଠିତ ଓପେକ୍‌ ପକ୍ଷରୁ ଅଗଷ୍ଟରେ ଜାରି ତଥ୍ୟ ଅନୁଯାୟୀ ସୌଦି ଆରବ ଦୈନିକ ୯୮ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ କରୁଥିଲା। ଆରାମ୍‌କୋ ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ପ୍ରଭାବ ସାରା ବିଶ୍ୱର ତୈଳ ଯୋଗାଣ ଉପରେ ପଡିବ ବୋଲି ମନେ କରାଯାଉଛି। ଆରାମ୍‌କୋର ଉତ୍ପାଦନ ମୂଳ ସ୍ଥିତିକୁ ନ ଆସିଲେ ବିଶ୍ୱ ବଜାରରେ ପ୍ରତି ମାସରେ ୧୫୦ ମିଲିୟନ ବ୍ୟାରେଲ ଅଶୋଧିତ ତେଲ କମିଯିବ। ଏହାଦ୍ୱାରା ଦର ବଢ଼ିଯିବ। ଖବରକାଗଜ ଅଏଲପ୍ରାଇସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦୈନିକ ତେଲ ଯୋଗାଣର ଏକ ପଞ୍ଚମାଂଶ ଉକ୍ତ ଘଟଣା ଯୋଗୁ ପ୍ରଭାବିତ ହେବ। ଆରାମ୍‌କୋ ସର୍ବାଧିକ ତେଲ ଯୋଗାଣକାରୀଙ୍କ ମଧ୍ୟରେ ଅନ୍ୟତମ ଏବଂ ଅଶୋଧିତ ତେଲ ଯୋଗାଣରେ ଏହା ସର୍ବବୃହତ୍‌ କମ୍ପାନୀ। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ କମ୍ପାନୀ ୨୦୧୮ରେ ୧୧୧ ବିଲିୟନ ଡଲାର ଲାଭ କରିଥିଲା। ଏହା ଆପଲ୍‌ ଓ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ର ମୋଟ ବାର୍ଷିକ ଲାଭ ଠାରୁ ବହୁ ଅଧିକ। ଫୋବର୍‌ସ ରିପୋର୍ଟ ଅନୁସାରେ ୨୦୧୮ ପରିସଂଖ୍ୟାନ ଅନୁଯାୟୀ, ଆରାମ୍‌କୋ ବିଶ୍ୱରେ ସବୁଠାରୁ ଲାଭ କରିବାରେ ପ୍ରଥମ ସ୍ଥାନରେ ରହିଛି। ଏହା ୨୦୧୭ରେ ୧୦୦ ବିଲିୟନ ଡଲାର ଟିକସ ଦେଇଛି। ବିବିସିର ବିଜ୍‌ନେସ ଖବରଦାତା କ୍ୟାଟି ପ୍ରେସକଟ୍‌ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ସୌଦି ଆରବ ୧୦ ପ୍ରତିଶତ ତେଲ ଯୋଗାଇଥାଏ। ଯୋଗାଣ କମିବା ଅର୍ଥ ତେଲ ଦର ବଢ଼ିବ। ତୈଳ ଦର ଉପରେ ନଜର ରଖୁଥିବା ମର୍ନିଂଷ୍ଟାର ନିର୍ଦ୍ଦେଶକ ସ୍ୟାଣ୍ଡି ଫିଲ୍ଡନ କହିଛନ୍ତି, ସୋମବାର ବଜାର ଖୋଲିବା ମାତ୍ରେ ତେଲ ଦର ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଏହାର ପ୍ରଭାବ ତୁରନ୍ତ ଦେଖାଯିବ ନାହିଁ। ତେବେ ସପ୍ତାହେ ପରେ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri