ସୋନୁ ସୁଦ୍‌ଙ୍କୁ ଭଗବାନ କହି ପୂଜା କଲେ ବ୍ୟକ୍ତି

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛନ୍ତି। ଶ୍ରମିକମାନେ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପରେ ଭିନ୍ନ ଭିନ୍ନ ଅନ୍ଦାଜ୍‌ରେ ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ଜଣେ ଶ୍ରମିକ ଘରେ ପହଞ୍ଚି ସୋନୁଙ୍କୁ ଭଗବାନ ବୋଲି କହି ତାଙ୍କର ପୂଜାର୍ଚ୍ଚନା କରିଛନ୍ତି। ଏହାର ଏକ ଭିଡିଓ ଉକ୍ତ ବ୍ୟକ୍ତି ଜଣଙ୍କ ସୋନୁଙ୍କୁ ପଠାଇଥିଲେ। ଏହାପରେ ସୋନୁ ଭିଡିଓଟିକୁ ନିଜ ଟୁଇଟରେ ଶେୟାର କରିଛନ୍ତି। ଭିଡିଓରେ ବ୍ୟକ୍ତି ଜଣଙ୍କ ଠାକୁରଙ୍କ ପାଖରେ ସୋନୁଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଥିବାର ଦେଖାଯାଇଛି। ଏହାସହ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ଯିଏ ମା’ଙ୍କ ସହ ଭେଟ କରାଏ ସିଏ ଭଗବାନ ସଦୃଶ। ସୋନୁ ସୁଦ୍‌ଙ୍କ ଭଳି ପ୍ରତ୍ୟେକ ମଣିଷ ଭଗବାନ ହୋଇ ନ ଥାନ୍ତି। ମୁଁ ତ ଆପଣଙ୍କୁ ଭଗବାନ ମାନୁଛି। ଆପଣ ମୋ ସ୍ବପ୍ନ ପୂରଣ କରି ମା’ଙ୍କ ସହ ଭେଟ କରାଇଛନ୍ତି। ଏହାର ଜବାବରେ ସୋନୁ କହିଛନ୍ତି, ଦୟାକରି ଏମିତି କୁହନ୍ତୁ ନାହିଁ। ମା’ଙ୍କୁ କୁହନ୍ତୁ ମୋ ପାଇଁ ବି ପ୍ରାର୍ଥନା କରିବେ। ସବୁ କିଛି ଠିକ୍‌ ହୋଇଯିବ।

ସୂଚନାଯୋଗ୍ୟ, ମୁମ୍ବାଇରେ ଫଶି ରହିଥିବା ୭୦୦ ଜଣ ପ୍ରବାସୀ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ଓ ବିହାରକୁ ଯିବା ପାଇଁ ୧୪ଟା ବସ୍‌ର ବନ୍ଦୋବସ୍ତ କରି କରିଥିଲେ ସୋନୁ। ସେ ଗୁଲବାରା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଫଶିଥିବା ଶ୍ରମିକଙ୍କ ପାଇଁ ଗାଡି ଯୋଗାଡ କରିଦେବା ସହ ସେମାନଙ୍କୁ ଘରକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri