ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଜୀର୍ଣ୍ଣଶୀର୍ଣ୍ଣ ଶରୀର ସତ୍ତ୍ୱେ ଅମାନବୀୟ ଭାବେ ‘ଟିକାରି’କୁ ସାମିଲ କରାଯାଇଥିଲା ଏସାଲା ସମାରୋହରେ। ଏହାର କିଛିଦିନ ପରେ ଖାଦ୍ୟାଭାବରୁ ପ୍ରାଣ ହରାଇଥିଲା ୭୦ ବର୍ଷୀୟା ଉକ୍ତ ମାଈ ହାତୀ। ଏହି ଘଟଣା ସେତେବେଳେ ଦୋହଲାଇ ଦେଇଥିଲା ସମଗ୍ର ବିଶ୍ୱକୁ। ଏବେ ପୁଣି ଥରେ ଏକ ଦନ୍ତା ହାତୀକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛି ଏହି ଦ୍ୱୀପ ଦେଶ। ହେଲେ ଏଥର କୁପୋଷଣ ପାଇଁ ନୁହେଁ, ବରଂ ହାତୀ ଭଳି ବୃହତ୍‌କାୟ ଜୀବର ସୁରକ୍ଷା ବନ୍ଦୋବସ୍ତକୁ ନେଇ।
ଭିଭିଆଇପି ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଉକ୍ତ ଦନ୍ତାର ନାମ ନଡୁନଗମଓ୍ବା ରାଜା। ସାଢ଼େ ୧୦ ଫୁଟ ଉଚ୍ଚତା ଏବଂ ୬୫ ବର୍ଷୀୟ ଏହି ହାତୀ ସୁରକ୍ଷାରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଯବାନ। ଦିନରାତି ଛାଇ ଭଳି ଜଗି ରହୁଛନ୍ତି ସୁରକ୍ଷା କର୍ମୀ। ନଡୁନଗମଓ୍ବା ରାଜା ହେଉଛି ଦେଶର ସର୍ବବୃହତ୍‌ ପାଳିତ ହାତୀ। ପ୍ରତିବର୍ଷ ଅଗଷ୍ଟରେ ବୁଦ୍ଧଙ୍କ ଦେହାବଶେଷକୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଏହି ଶୋଭାଯାତ୍ରା ଦୀର୍ଘ ୯୦କିମି ପରିକ୍ରମା କରି କାଣ୍ଡି ହିଲ୍‌ ରିସର୍ଟ ପର୍ଯ୍ୟନ୍ତ ଯାଇଥାଏ। ଏଥିରେ ପାଖାପାଖି ୧୦୦ ହାତୀ ସାମିଲ ହୋଇଥାନ୍ତି। ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ନଡୁନଗମଓ୍ବା ରାଜା। ୨୦୧୫ ସେପ୍ଟେମ୍ବରରେ ରାସ୍ତାରେ ଯାଉଥିବାବେଳେ ହାତୀକୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଏହି ଦୃଶ୍ୟ ଭିଡିଓରେ କଏଦ ହୋଇଥିଲା। ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସରକାର। ମାଲିକଙ୍କୁ ହାତୀ ସୁରକ୍ଷା ନେଇ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଦନ୍ତା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। କେବଳ ଏତିକି ନୁହେଁ, ହାତୀଟିର ଯତ୍ନ ନେବାକୁ ୨ଜଣ ତାଲିମପ୍ରାପ୍ତ ମାହୁନ୍ତ ମଧ୍ୟ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?